ବିଶ୍ବ ସାକ୍ଷରତା ଦିବସ ପାଳନ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଠାରେ ବିଶ୍ବ ସାକ୍ଷରତା ଦିବସ ପାଳନ ହୋଇଯାଇଛି । କ.ନୁଆଗାଁ ବ୍ଲକ୍ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରମୋଦ କୁମାର ମଲ୍ଲିକ, ଏନଆଇ ଏଲପିର ମୁଖ୍ୟ ତଥା ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ହରିହର ମଲ୍ଲିକ ଓ ସଂଯୋଜକ ସୁଜିତ୍ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସମସ୍ତ ସିଆରସିସି,ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ, ଶିକ୍ଷୟିତ୍ରୀ ସ୍ବେଚ୍ଛାସେବୀ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହଯୋଗରେ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ୮୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାମିଲ୍ ହୋଇ ପୁରୁଣା ନୁଆଗାଁ ଠାରୁ ଏକ ରାଲିରେ ବାହାରି ସାକ୍ଷରତା ସଚେତନତା ସ୍ଲୋଗାନ ଦେଇ କଞ୍ଜାମେଣ୍ଡି ଯାଏଁ ପହଞ୍ଚିଥିଲେ । ସେଠାରୁ ପୁଣି କ.ନୂଆଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସାଧାରଣ ସଭାରେ ସମସ୍ତେ ସାମିଲ୍ ହୋଇଥିଲେ । ସେଠାରେ ସହ ଗୋଷ୍ଠୀ ଶିକ୍ଷାଧିକାରୀ ସୁରେନ୍ଦ୍ର ନାଥ ଦାସ, ଚୈତନ୍ୟ କହଁର, ମନୋଜ କୁମାର ରଥ ପ୍ରମୁଖ ଉପସ୍ଥିତ ରହି ସାକ୍ଷରତା ସମ୍ବନ୍ଧରେ ବିଭିନ୍ନ ଦିଗକୁ ନେଇ ଆଲୋକପାତ କରିଥିଲେ ।

nis-ad
Leave A Reply

Your email address will not be published.