ଶେଖ ହସିନାଙ୍କୁ ପ୍ରତ୍ୟାର୍ପଣ କରିବାକୁ ଅନୁରୋଧ କରିବ ବାଂଲାଦେଶ

ଢାକା : ବାଂଲାଦେଶରେ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ(ଆଇସିଟି)ର ନବନିଯୁକ୍ତ ମୁଖ୍ୟ ପ୍ରସିକ୍ୟୁଟର ତାଜୁଲ ଇସଲାମ ରବିବାର କହିଛନ୍ତି ଯେ ଗଣହତ୍ୟା ଅଭିଯୋଗର ସମ୍ମୁଖୀନ ହେବାକୁ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଭାରତରୁ ପ୍ରତ୍ୟର୍ପଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। ଏଥିପାଇଁ ଆଇସିଟିରେ ଏକ ଆବେଦନ କରାଯିବ ।

ଅଗଷ୍ଟ ୫ ରେ ସରକାର ବିରୋଧୀ ବିକ୍ଷୋଭ ଚରମ ସୀମାରେ ପହଞ୍ଚିବା ପରେ ହସିନାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା ଏବଂ ଦେଶ ଛାଡି ଭାରତ ଯିବାକୁ ପଡିଥିଲା । ତାଜୁଲ ଇସଲାମ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ହସିନାଙ୍କୁ ଭାରତ ସହ ପ୍ରତ୍ୟର୍ପଣ ଚୁକ୍ତି ଅଧୀନରେ ଫେରାଇ ଆଣିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ, ଯାହାଦ୍ୱାରା ଜୁଲାଇ ଏବଂ ଅଗଷ୍ଟରେ ଛାତ୍ରଙ୍କ ନେତୃତ୍ୱାଧୀନ ବିକ୍ଷୋଭ ସମୟରେ ଗଣହତ୍ୟା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇପାରିବ।

ଅଗଷ୍ଟ ୫ ରେ ସରକାର ବିରୋଧୀ ବିକ୍ଷୋଭ ଚରମ ସୀମାରେ ପହଞ୍ଚିବା ପରେ ହସିନାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା ଏବଂ ଦେଶ ଛାଡି ଭାରତ ଯିବାକୁ ପଡିଥିଲା ।
ଢାକାସ୍ଥିତ ଟ୍ରିବ୍ୟୁନାଲ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଯେତେବେଳେ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ କାର୍ଯ୍ୟ ଆରମ୍ଭ କରିବ, ସେତେବେଳେ ଆମେ ଶେଖ ହସିନାଙ୍କ ସମେତ ସମସ୍ତ ଫେରାର ଅଭିଯୁକ୍ତଙ୍କ ବିରୋଧରେ ଗଣହତ୍ୟା ଏବଂ ମାନବିକତା ବିରୋଧୀ ଅପରାଧ ମାମଲାରେ ଗିରଫ ପରୱାନା ଜାରି କରିବା ପାଇଁ ଆବେଦନ କରିବୁ।

nis-ad
Leave A Reply

Your email address will not be published.