ସରଳ ନିରୀହ ଆଦିବାସୀ “ସୁଭଦ୍ରା ଯୋଜନା ” ନାମରେ ଠକାମୀର ଶିକାର

ଉମରକୋଟ : ଓଡ଼ିଶା ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାର ଘୋଷଣା ପରେ କିଛି ଅସାମାଜିକ ବ୍ୟକ୍ତି ଚତୁ୍ରତାର ସହିତ ସହଜ ସରଳ ଗରିବ ନିରୀହ ଆଦିବାସୀ ଲୋକଙ୍କୁ ସୁଭଦ୍ରା ଯୋଜନାର ପଞ୍ଜିକରଣ, ବୀମା ଇତ୍ୟାଦି କରେଇ ଦେବି କହି ଗାଁ ଗାଁ ବୁଲି ଠକୁଥିବା ଘଟଣା ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଛନ୍ତି ନିରୀହ ଗ୍ରାମ ପଞ୍ଚାୟତବାସୀ ।
ସୂଚନା ପ୍ରକାରେ, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଠାରୁ ମାତ୍ର ଚାରି କିଲୋମିଟର ଦୂରରେ ଅଛି ପାରୁଆ ଗ୍ରାମ ପଂଚାୟତ | ଉକ୍ତ ଗ୍ରାମ ପଂଚାୟତ ଅନ୍ତର୍ଗତ ଶାସ୍ତ୍ରୀନଗର, ବେଲପାରା, ମେଣ୍ଡକିଚଟନ, ଚାଟୋରି, ଦୁଇମୋହନି ଏହି ପାଞ୍ଚଟି ଗ୍ରାମର ଗ୍ରାମବାସୀଙ୍କ ଅଭିଯୋଗରୁ ଜଣାପଡିଛି ଯେ ଆନୁମାନିକ ପ୍ରାୟ ଆଠ ଶହ ( ୮୦୦) ରୁ ଉର୍ଦ୍ଧ ସରଳ, ନିରୀହ, ଖଟିଖିଆ ଗରିବ ଆଦିବାସୀ ଲୋକଙ୍କୁ ଚତୁରତାର ସହ “ସୁଭଦ୍ରା ଯୋଜନାର ” ଫାଇଦା ଉଠେଇ ବାଲେଶରାଜ ଗଣ୍ଡ ଓ ଖଗେଶ୍ୱର ହରିଜନ ନାମକ ଦୁଇ ଜଣ ବ୍ୟକ୍ତି ବିଗତ ଏକ ମାସ ତଳେ ସୁଭଦ୍ରା ଯୋଜନାର ପଞ୍ଜିକରଣ ଓ ବୀମା କରେଇ ଦେବି କହି ଗ୍ରାମର ପ୍ରତି ମହିଳା ଠାରୁ ତିନି ଶହ(୩୦୦) ଟଙ୍କା ଲେଖାଏଁ ଆଦାୟ କରିଥିଲେ | ଏଥିଲାଗି କିଛି ରସିଦ ନ ଦେଇ କଲେକ୍ସନ କରୁଥିବାରୁ ଗ୍ରାମବାସୀ ଏହି ତିନି ଶହ (୩୦୦) ଟଙ୍କା ବିଷୟରେ ବାଲେଶରାଜ ଗଣ୍ଡ ଓ ଖଗେଶ୍ୱର ହରିଜନଙ୍କୁ ପଚାରିବାରୁ ସେମାନେ କହିଲେ ଯେ, ସ୍ଥାନୀୟ ବିଧାୟକ କହିଛନ୍ତି ଆଦାୟ କରିବାକୁ । ଏଥିରେ ବିଶ୍ୱାସ କରି ଜଣାଶୁଣା ଏହି ଦୁଇ ଜଣଙ୍କୁ ତିନି ଶହ ଟଙ୍କା ଲେଖାଏଁ ପ୍ରତି ଘରର ମହିଳା ମାନେ ପୈଠ କରିଛନ୍ତି।
ବର୍ତ୍ତମାନ ସୁଭଦ୍ରା ଯୋଜନା ବିଷୟରେ ଉକ୍ତ ପାଞ୍ଚଟି ଗ୍ରାମର ମହିଳା ମାନେ ଜାଣିବାକୁ ପାଇଲେ ସୁଭଦ୍ରା ଯୋଜନାରେ କୌଣସି ଟଙ୍କା ଦେବାକୁ ପଡ଼େ ନାହିଁ ଏବଂ ସେମାନେ ଠକାମୀର ଶିକାର ହୋଇଛନ୍ତି ଜାଣି ଉକ୍ତ ଦୁଇ ଜଣଙ୍କୁ ଡାକିଲେ ସେମାନେ ଧରା ଛୁଆ ଦେଉ ନାହାନ୍ତି। ପାରୁଆ ପଞ୍ଚାୟତର ଶାସ୍ତ୍ରୀନଗର ଠାରେ ଏହି ପାଞ୍ଚଟି ଗ୍ରାମର ମହିଳା ପୁରୁଷ ଏକତ୍ରିତ ହୋଇ ଏକ ଜନ ସମାବେଶ କରି ଗଣନିଧି ପ୍ରତିନିଧିଙ୍କ ଆଗରେ ଅତି ଦୁଃଖର ସହିତ ବର୍ଣ୍ଣନା କରିଛନ୍ତି। ଏ ବିଷୟରେ ଉପରକ୍ତ ପାଞ୍ଚଟି ଗ୍ରାମର (ମହିଳା /ପୁରୁଷ,)ଶଙ୍କର ଗଣ୍ଡ, ସୁନ୍ଦର ଗଣ୍ଡ, କାର୍ତିକ ଗଣ୍ଡ, ସଂସାଇ ଗଣ୍ଡ, ରାଇନୁ ଗଣ୍ଡ, ବିଶ୍ୱନାଥ ଗଣ୍ଡ, ବ୍ରିଜଲାଲ ଗଣ୍ଡ, ଉଦପ ଗଣ୍ଡ, ହେମଲାଲ ଗଣ୍ଡ, ରାଜୁ ଗଣ୍ଡ, ବାଜୁରାମ ଗଣ୍ଡ, ଲଲସାଇ ଗଣ୍ଡ, ପରମାନନ୍ଦ ଗଣ୍ଡ, ସୁଭଦ୍ରା ମାଳି, ଲକ୍ଷ୍ମୀ ଗଣ୍ଡ, ମନ ଗଣ୍ଡ, ସୁଗନ ଗଣ୍ଡ, ଭରତ ଗଣ୍ଡ, ରାଜେଶ୍ୱରୀ ଗଣ୍ଡ, ରାମସିଂ ଗଣ୍ଡ, ହେମଲାଲ ଭଗେଲ, ସୋନୁ ଗଣ୍ଡ, ରାମଲାଲ ଗଣ୍ଡ, ବତୀ ଗଣ୍ଡ ଭଳି ଅନେକ ଲୋକ ବାଲେଶରାଜ ଗଣ୍ଡ ଓ ଖଗେଶ୍ୱର ହରିଜନ ପ୍ରତି ବ୍ଳକ ପ୍ରଶାସନ ଓ ଜ଼ିଲ୍ଲା ପ୍ରଶାସନ ହସ୍ତାକ୍ଷେପ କରି ଠକାମୀର ଶିକାର ହୋଇଥିବା ପାଞ୍ଚଟି ଗ୍ରାମର ମହିଳା ମାନଙ୍କ ନ୍ୟାୟ ପ୍ରଦାନ କରିବା ସହିତ ଠକିଥିବା ଉକ୍ତ ଦୁଇ ଜଣଙ୍କୁ ପ୍ରତି କଠୋର ରୁ କଠୋର ଶାସ୍ତି ଦାବି କରିଛନ୍ତି ପାଞ୍ଚଟି ଗ୍ରାମର ୱାର୍ଡ ମେମ୍ବର ସହ ଗ୍ରାମବାସୀ।

nis-ad
Leave A Reply

Your email address will not be published.