ନିଶନାହାଣ୍ଡିରେ ବ୍ଲକସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ, ବ୍ଲକସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ଯୋଗଦେଲେ ବିଧାୟକ

ନବରଙ୍ଗପୁର : ଆଜି ନନ୍ଦାହାଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଆନୁକୂଲ୍ୟରେ ବ୍ଳକ ସ୍ତରୀୟ କୁଇଜ ପ୍ରତିଯୋଗିତା, ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ୨୦୨୪-୨୫ ସରକାରୀ (ଏସ୍.ଏସ୍.ଡି) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନିଶ୍ନାହାଣ୍ଡି ଠାରେ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବରେ ସମ୍ମାନୀୟ ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ଧାରୁଆ, ସ୍କୁଲ ପରିଚାଳନା କମିଟିର ସଭାପତି ଶ୍ରୀ ରାଜମହୋନ ଭତରା, ଡବ୍ଲୁ.ଇ.ଓ ପ୍ରିୟଚାନ୍ଦ ମଲ୍ଲିକ, ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ସତ୍ୟନାରାୟଣ ପାତ୍ର, ନନ୍ଦାହାଣ୍ଡି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ହରିହର ବେହେରା ଯୋଗଦାନ କରିଥିଲେ। ତିନୋଟି ବର୍ଗ ସବ୍- ଜୁନିୟର, ଜୁନିୟର ଏବଂ ସିନିୟର ବର୍ଗରେ ଏହି କୁଇଜ ପ୍ରତିଯୋଗିତା କରାଯାଇଥିଲା। ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଏବଂ ଉପହାର ପ୍ରଦାନ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମର ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମ୍ମାନୀୟ ନବରଙ୍ଗପୁର ବିଧାୟକ ଶ୍ରୀ ଗୈରୀଶଙ୍କର ମାଝୀ ଏବଂ ସମ୍ମାନୀୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ରଶ୍ମିତା ମାଝୀ, ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବିନ୍ଦ୍ର, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ଅନ୍ୟ ଅତିଥି ମାନେ ଯୋଗଦାନ କରିଥିଲେ। ସମସ୍ତ ବର୍ଗର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କୃତ କରାଯାଇଥିଲା। ଶ୍ରୀମତୀ ନାଗେଶ୍ୱରୀ ପଟ୍ଟନାୟକ ଆଜିର କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଦାୟିତ୍ୱ ନିର୍ବାହ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ନନ୍ଦାହାଣ୍ଡି ବ୍ଳକର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସମସ୍ତ ସିଆରସିସି ଏବଂ ବିଭିନ୍ନ ସ୍କୁଲର ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନେ ଏହି କାର୍ଯ୍ୟକ୍ରମଟି ସଫଳ ହେବାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.