ଶାଗ ମାଛ ଦରରେ ବିକ୍ରି ହେଉଛି ମାଥିଲି ପଂଚାୟତର ପୁରୁଣା ଲୁହା ସ୍କ୍ରlପ…

ମାଲକାନଗିରି : ମାଲକାନଗିରିରେ ଦୁଇ ଦିନ ତଳେ ମାଥିଲିରୁ ଏକ ଟାଟା ପିକଅପ ଭ୍ୟାନ ନଂ ଓଡ଼ି୩୦ ୭୫୨୪ଯୋଗେ କିଛି ପୁରୁଣା ଲୁହା ପାଇପ, ବୋର ହେଡ, କନେକ୍ଟିଙ୍ଗ ରଡ଼ ମାଲକାନଗିରି ପଠାଯାଉଥିବା ବେଳେ ଏହା ବାବଦରେ ଉକ୍ତ ଗାଡି ଵାଲାକୁ ପଚାରିବାରୁ ଏହା ମାଥିଲି ପଞ୍ଚୟତ ରୁ ମାଲକାନଗିରି ଚାଲାଣହେଉଥିବା କଥା କହିଥିଲେ ଏହା ସହିତ ଏକ ରସିଦ ମଧ୍ୟ ଦେଖାଇ ଥିଲେ l ଉକ୍ତ ରସିଦରେ ମାଥିଲି ପଞ୍ଚୟାତ ସମିତି କାର୍ଯ୍ୟଳୟ ଉଲେଖ ରହିଥିବା ବେଳେ ଚିଠା ନଂ ୩୩୯୮/୨୦୨୪ ରହିଥିଲା l ରସିଦ ମଧ୍ୟରେ ଲୁହାର ଓଜନ ୨ଟନ୪୨୩କେଜି ରହିଥିବା ବେଳେ ଲୁହାର ବିକ୍ରିୟ ମୂଲ୍ୟ ଉଲେଖ ନ ଥିଲା l ଏଠି ପ୍ରଶ୍ନ ଉଠୁଛି ଯେ ଏତେ ପରିମାଣର ଲୁହା ସ୍କ୍ରlପ ସର୍ବ ସାଧାରଣ ରେ ନିଲାମ ପ୍ରକ୍ରିୟା କରାନଯାଇ ମାଲକାନଗିରି ଲୁହା ଵ୍ୟବସାୟୀ ପି.ପ୍ରସାଦ ରାଓଙ୍କୁ ବିକ୍ରି କରାଯାଇଥିଲା ତାହା ଜନମାନସରେ ପ୍ରଶ୍ନ ସୃଷ୍ଟି କରିଛି l ଏହି ବାବଦରେ ଦୁଇ ଦିନ ଧରି ମାଥିଲି ବିଡିଓଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ l ଏବେ ପ୍ରଶ୍ନ ଉଠୁଛି ଯେ ଏତେ ଗୁଡ଼ିଏ ପୁରୁଣା ଲୁହାକୁ ନିଲାମ ମାଧ୍ୟମରେ ବିକ୍ରି ନ କରି ଜଣେ ଲୋକକୁ କିଭଳି ଭାବେ ଶାଗ ମାଛ ଦରରେ ବିକ୍ରି କରାଗଲା ତାହା ସାଧାରଣରେ ପ୍ରଶ୍ନ ସୃଷ୍ଟି କରୁଛି l ଏହି ବାବଦରେ ବିଡିଓ ମହାଶୟ ଅବଗତ ଅଛନ୍ତି କି ନାହିଁ । ଏଭିଳି ବିକ୍ରି ଦ୍ୱାରା ଏହା ପରୋକ୍ଷ ଭାବେ ରାଜସ୍ୱର ହାନି ହେଉଥିବାରୁ ତାହା ତଦନ୍ତର ଆବଶ୍ୟକ ରହିଛି l

nis-ad
Leave A Reply

Your email address will not be published.