ଆଞ୍ଚଳିକ ସ୍ଥାୟୀ ନିଯୁକ୍ତି ଦାବି ନେଇ ଗଣଧାରଣା…

ଛତ୍ରପୁର,୪ / ୯ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ପୋର୍ଟ ଓ ଆଇ.ଆର୍.ଇ.ଏଲ୍ (ଇଣ୍ଡିଆ) କୁ ସଂଯୋଗ କରୁଥିବା ସମସ୍ତ ଗ୍ରାମ ପଞ୍ଚାୟତର ଯୁବକ ଓ ଯୁବତୀଙ୍କ ମାନଙ୍କୁ ସ୍ଥାୟୀ ଭାବେ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦାବି ନେଇ ଗଣଧାରଣାରେ ବସି ରହିଥିବା ଦେଖିବାକୁ ମିଳିଛି । ଦୀର୍ଘ ସାତ ଦିନ ଧରି ଏଭଳି ଗଣ ଧାରଣାରେ ବସିରହିବା ବେଳେ ଲେଖିତ ଦାବି ଦରଖାସ୍ତ ମାଧ୍ୟମରେ ଜଣାଇବା ପରେ ମଧ୍ୟ କୌଣସି ଦୃଷ୍ଟି ଗୋଚର ହୋଇନଥିବା ଏବଂ ଗୋପାଳପୁର ପୋର୍ଟ ଓ ଆଇ.ଆର୍.ଇ.ଏଲ୍ (ଇଣ୍ଡିଆ) ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବା ସୂଚନା ରହିଛି । ଏଠାରେ ସୂଚନା ଯୋଗ୍ୟ ଯେ ଗୋପାଳପୁର ପୋର୍ଟ ଓ ଆଇ.ଆର୍.ଇ.ଏଲ୍ (ଇଣ୍ଡିଆ) ପକ୍ଷରୁ ବହୁ ବର୍ଷଧରି ବାହାର କର୍ମଚାରୀଙ୍କୁ ନିଯୁକ୍ତି ଦେଇ ଆସୁଥିବା ବେଳେ ଆଞ୍ଚଳିକ ଲୋକଙ୍କ ଠାରୁ ଚାକିରି ଦେବା ବାହାନାରେ ଜମି ନେବା ଫଳରେ ପରିବାର ଅସାହ୍ୟ ଓ ଯୁବକ ଯୁବତୀ ମାନେ ବେକାର ସମସ୍ୟା ଦେଖା ଦେଇଛି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ମହୋଦୟ ଏହାର କିଛି ଉଚିତ ପଦକ୍ଷେପ ନେବାକୁ ଆଞ୍ଚଳିକ ଯୁବକ ଯୁବତୀ ମାନେ ଅନୁରୋଧ ଜଣାଇଛନ୍ତି । ଯଦି କୌଣସି ପ୍ରତିକ୍ରିୟା ନ ମିଳେ ତେବେ ରାଜ ରାସ୍ତାକୁ ଓହ୍ଲାଇବା ସହିତ ରାସ୍ତା ଅବରୋଧ କରିବା ନେଇ ଅଞ୍ଚଳର ଯୁବକ ଯୁବତୀ ମାନେ ଚେତାବନୀ ଦେଇଛନ୍ତି ।

nis-ad
Leave A Reply

Your email address will not be published.