ସୁଭଦ୍ରା ଯୋଜନାର ପଞ୍ଜିକରଣ ସକାଶେ ଲୋକଙ୍କ ପ୍ରବଳ ଭିଡ଼…

ଚିତ୍ରକୋଣ୍ଡା -: ସାରା ରାଜ୍ୟରେ ସୁଭଦ୍ରା ଯୋଜନାର ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସଦର ମହକୁମା ଠାରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ନିଜ ଆଧାର କାର୍ଡକୁ ଅପଡେଟ କରିବା ଏବଂ ମୋବାଇଲ ନମ୍ବର ଅପଡେଟ କରିବା ପାଇଁ ଚିତ୍ରକୋଣ୍ଡା ଏଚଡିଏଫସି ବ୍ୟାଙ୍କ ମୁଖ୍ୟ ରାସ୍ତାରେ ଥିବା ଆଧାର ସେଣ୍ଟର ସମ୍ମୁଖରେ ପ୍ରବଳ ଭିଡ଼ ଜମାଇ ଥିଲେ ଆଖପାଖ ଅଞ୍ଚଳର ଲୋକେ । ଚିତ୍ରକୋଣ୍ଡା ଠାରେ ଦୁଇ ଗୋଟି ଆଧାର ସେଣ୍ଟର ଥିବା ବେଳେ ଗୋଟିଏ କୁ ଜିଲ୍ଲା ପ୍ରଶାସନ ଅନ୍ୟ ଜାଗାରେ ପଠାଇଛନ୍ତି । ତେଣୁ ଗୋଟିଏ ଆଧାର ସେଣ୍ଟର ଖୋଲି ଥିବାରୁ ଲୋକଙ୍କ ଭିଡ଼ ବହୁତ ହୋଇଥିଲା । ଲୋକେ ଖାଇବା ପିଇବା ନ କରି ଜଗି ବସିଥିଲେ ଆଧାର କାର୍ଡ ଅପଡେଟ କରିବା ପାଇଁ । ଦୁଇ ଦିନ ଧରି ଅପେକ୍ଷା କରି ରହିଥିବା ଲୋକେ ବହୁତ ବିରକ୍ତି ଭାବ ହୋଇ ଅସନ୍ତୋଷ ପ୍ରକାଶ କରିଥିଲେ । ପ୍ରଶାସନ ଏହା ଉପରେ ବିଶେଷ ଧ୍ୟାନ ଦେଲେ ଲୋକେ ଉପକୃତ ହେବେ ଓ ନିଜର ପଞ୍ଜିକରଣ ପ୍ରକ୍ରିୟା ସୂଚରୁ ରୂପେ କରି ପାରିବେ ବୋଲି ସାଧାରଣରେ ମତ ପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.