ଡେଙ୍ଗୁ ଓ ମ୍ୟାଲେରିଆ ନିରୋଧୀ ସଚେତନତା ଶୋଭାଯାତ୍ରା

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସଦର ମହକୁମାରେ ପରିବର୍ତ୍ତନ ଏବଂ ଉପଖଣ୍ଡ ଚିକିତ୍ସାଳୟ ମିଳିତ ଆନୁକୂଲ୍ୟରେ ଡେଙ୍ଗୁ ଓ ମ୍ୟାଲେରିଆ ନିରୋଧୀ ସଚେତନତା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଆଶାକର୍ମୀ ମାନଙ୍କୁ ନେଇ ଏକ ବୈଠକ ଜରିଆରେ ଡେଙ୍ଗୁ ଓ ମ୍ୟାଲେରିଆ କିପରି ଭାବରେ ବ୍ୟାପୁଛି ଏବଂ ଏହାକୁ କେମିତି ନିରାକରଣ କରାଯାଇପାରିବ ସେହି ବିଷୟରେ ସଚେତନ କରାଯାଇଥିଲା । ଏହା ପରେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ପଞ୍ଜାବୀ ଛକ ଦେଇ ଦୈନିକ ବଜାର ବୁଲି ଆଶାକର୍ମୀ ଓ ଶିଶୁ ଗୃହ କର୍ମଚାରୀ ମାନେ ବିଭିନ୍ନ ପ୍ରକାର ସ୍ଲୋଗାନ ମାଧ୍ୟମରେ ସଚେତନର ବାର୍ତ୍ତା ଦେଇଥିଲେ । ଡେଙ୍ଗୁ ଓ ମ୍ୟାଲେରିଆ ରୁ କେମିତି ସୁରକ୍ଷିତ ରହିବେ, ଘର ଆଖ ପାଖରେ କେମିତି ପାଣି ନ ଜମିବ ଏବଂ ଆଖ ପାଖ ପରିବେଶ ପରିସ୍କାର ପରିଚ୍ଛନ୍ନ ରହିଲେ ଡେଙ୍ଗୁ ଓ ମ୍ୟାଲେରିଆ ବ୍ୟାପିବ ନାହିଁ ବୋଲି ସ୍ଲୋଗାନ ମାଧ୍ୟମରେ ଜଣାଇଥିଲେ । ନିଜ ଘରେ ମଶାରୀ ଟାଙ୍ଗି ଶୋଇବାକୁ ମଧ୍ୟ ବାର୍ତ୍ତା ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମଟି ଉପଖଣ୍ଡ ଚିକିତ୍ସାଳୟ ଅଧ୍ୟକ୍ଷ କ୍ଷୀରୋଦ ଚନ୍ଦ୍ର ମହନ୍ତ ଓ ରାଜେନ୍ଦ୍ର ପ୍ରସାଦ ଦାସ ସମେତ ସମସ୍ତ କର୍ମଚାରୀ ବିଶେଷ ଭାବେ ଆଶା କର୍ମୀ ଓ ଶିଶୁ ଗୃହ କର୍ମଚାରୀ ଏବଂ ପୋରେବର୍ତ୍ତନ ର ସମ୍ପାଦକ ସନ୍ତୋଷ କୁମାର ଶୁକ୍ଳାଙ୍କ ସହଯୋଗରେ ସଫଳ ହୋଇଛି ।

nis-ad
Leave A Reply

Your email address will not be published.