ବାର୍ଡ ଫ୍ଲୁ ସନ୍ଦେହ : ରାସ୍ତା କଡ଼ରୁ ୪ ବସ୍ତା ମୃତ କୁକୁଡ଼ା ଠାବ

କେନ୍ଦ୍ରାପଡ଼ା: ରାସ୍ତା କଡ଼ରୁ ମିଳିଲା ୪ ବସ୍ତା ମୃତ କୁକୁଡ଼ା । ଡେରାବିଶ ଥାନା ନରସିଂହପୁର ପଞ୍ଚାୟତ ବାଇକିଆ ରାସ୍ତାରେ ପଡ଼ିଛି ୪ ବସ୍ତା ମୃତ କୁକୁଡା । ତେବେ କିଏ ଓ କାହିଁକି ମୃତ କୁକୁଡ଼ା ଫିଙ୍ଗିଛି ତାହା ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ବାର୍ଡ ଫ୍ଲୁ ଏହାର କାରଣ ହୋଇଥିବା ନେଇ ସନ୍ଦେହ କରାଯାଉଛି । ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବାରୁ ସନ୍ଦେହ ବଢ଼ିଛ । ଘଟଣାସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରିଛନ୍ତି ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ।

ସୂଚନାଯୋଗ୍ୟ ଯେ, ପିପିଲିରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ପୁରୀ ଜିଲାରେ ଚିନ୍ତା ବଢ଼ିଛି । ପିପିଲି ଓ ସତ୍ୟବାଦୀ ପରେ ଏବେ ନିମାପଡ଼ା ବ୍ଲକ ଅନ୍ତର୍ଗତ ବଳଙ୍ଗା ନିକଟ କୋଟକୁସାଙ୍ଗ ଓ ଡେଲାଙ୍ଗ ବ୍ଲକ ମୋଟରୀରେ ବାର୍ଡ-ଫ୍ଲୁ ଚିହ୍ନଟ ହୋଇଛି। ସେହି ଅଞ୍ଚଳରେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଥିବା ବେଳେ ନିମାପଡ଼ା ବ୍ଲକ ବଳଙ୍ଗା ନିକଟ କୋଟକୁସାଙ୍ଗ ଓ ଡେଲାଙ୍ଗ ବ୍ଲକ ମୋଟରୀ ଅଞ୍ଚଳରେ ଥିବା ବ୍ରଏଲର ଫାର୍ମରୁ କୁକୁଡ଼ା ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୋପାଳସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଫର ହାଇ ସିକ୍ୟୁରିଟି ଆନିମଲ ଡିଜିଜେସ୍‌କୁ ପଠାଯାଇଛି । ସଂକ୍ରମିତ ଅଞ୍ଚଳରେ ଥିବା ଫାର୍ମରୁ ସମସ୍ତ ବ୍ରଏଲରଙ୍କୁ ମରାଯିବା ପରେ ଘର ଅଗଣାରେ ଥିବା ଦେଶୀ କୁକୁଡ଼ା ଓ ବତକଙ୍କୁ ମଧ୍ୟ ମରାଯିବ ।

nis-ad
Leave A Reply

Your email address will not be published.