ପ୍ରାକୃତିକ ବିପର୍ଯ୍ୟୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ନବରଙ୍ଗପୁର : ସ୍ଥାନୀୟ ମିସନ ଶକ୍ତି ସମ୍ମିଳନୀ କକ୍ଷରେ ରେ ଏକ ଦିବସୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶିକ୍ଷଣ ଶିବିର, ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ), ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓଡିଶା ରେ ୧୯୯୯ ମସିହା ମହାବାତ୍ୟା ରେ ଯେଉଁ କ୍ଷୟକ୍ଷତି ଘଟିଥିଲା ତାହା ପର ଠାରୁ ଓଡିଶା ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା କରିବା କ୍ଷେତ୍ରରେ ଯେଉଁ ସଫଳତା ହାସଲ କରି ପାରିଛି ତାହା ସାରା ଦେଶରେ ନୁହଁ ସାରା ପୃଥିବୀରେ ଉଚ୍ଚ ପ୍ରଶଂସିତ ହୋଇ ପାରିଛି ବୋଲି ମତବ୍ୟକ୍ତ କରିଥିଲେ l ଜିଲ୍ଲା ଜରୁରୀ କାଳୀନ ବିଭାଗ ର ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ ସମସ୍ତଙ୍କୁ ସ୍ୱାଗତ ଜଣେଇଥିଲେ ଏହି ପ୍ରଶିକ୍ଷଣ ଶିବିର ରେ ଅନ୍ୟ ମାନଙ୍କ ମଧ୍ୟରେ ଓଡିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ର ବରିଷ୍ଠ ଅଧିକାରୀ ମେଘନାଦ ବେହେରା ଓ ସୁଦେଶ ସେଠୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୌର ପରିଷଦ ନବରଙ୍ଗପୁର ଶଙ୍କର କେରକେଟା, ରାମଶଙ୍କର ଦାସ, କୋରାପୁଟ ଜିଲ୍ଲାର ଜିଲ୍ଲା ଜରୁରୀ କାଳୀନ ବିଭାଗର ବିପର୍ଯ୍ୟୟ ପ୍ରଶମନ ଅଧିକାରୀ ଅବନୀ କାନ୍ତ ଭୂୟାଁ, ଅନନ୍ତ କୁରାମି ପ୍ରମୁଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଗୀତାଞ୍ଜଳି ବେହେରା ପରିଚାଳନା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

nis-ad
Leave A Reply

Your email address will not be published.