ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ବିଜୁ କଲ୍ଯାଣ ମଣ୍ଡପ ଠାରେ ଫୁଲବାଣୀ ଇସ୍କନ ଦ୍ଵାରା ପାଞ୍ଚ ଦିନିଆ ଜନ୍ମାଷ୍ଟମୀ ଉତ୍ସବ ସହ ଭାଗବତ କଥା ଆୟୋଜିତ ହୋଇଥିଲା l ଶ୍ରୀପାଦ ଅକ୍ଷୟ ହରି ଦାଶଙ୍କ ଦ୍ଵାରା ଦିର୍ଘ ୫ ଦିନ ଧରି ଭାଗବତ କଥା ପରିବେଷଣ କରାଯାଇଥିଲା l ପ୍ରତ୍ୟେକ ଦିନ ଶତାଧିକ ଶ୍ରଦ୍ଧାଳୁଙ୍କ ଭାଗବତ କଥା ଶ୍ରବଣ ନିମନ୍ତେ ଭିଡ ଜମୁଥିବା ଦେଖିବାକୁ ମିଳିଥିଲା l ଏଥି ମଧ୍ୟରେ ଗୋଟିଏ ଦିନ ଫୁଲବାଣୀ କାରାଗାରରେ ଅନ୍ତେବାସୀଙ୍କ ଚେତନାର ସୁଧାର ଏବଂ ପରିବର୍ତ୍ତନ ନିମନ୍ତେ ନାମ ସଙ୍କୀର୍ତ୍ତନ ସହ ପ୍ରସାଦ ବଣ୍ଟନ କରାଯାଇଥିଲା l ଫୁଲବାଣୀ ସ୍ଥିତ ଛ ଗୋଟି ବିଦ୍ୟାଳୟରେ ଚିତ୍ରାଙ୍କନ, ରାଧା କୃଷ୍ଣ ବେଶ, ଗୀତା ଶ୍ଲୋକ ଉଚ୍ଚାରଣ ଆଦି ପ୍ରତିଯୋଗୀତା କରାଯାଇଥିଲା l କୃତି ପ୍ରତିଯୋଗୀମାନଙ୍କୁ ମାନପାତ୍ର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା l ଆଜିର ମନୁଷ୍ଯର ସାଧାରଣ ଚେତନା ପ୍ରକୃତି ରେ ପରିବର୍ତ୍ତନ ଆଣିବା ସହ ସନାତନ ଧର୍ମର ପ୍ରଚାର ପ୍ରସାର କରିବା ଲକ୍ଷ୍ୟ ନେଇ ଫୁଲବାଣୀ ଇସ୍କନ ଧର୍ମ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା l ଏହିଭଳି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ମନରେ କିଛି ଦିନ ପାଇଁ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇ ପାରିଥିବାରୁ ପ୍ରତିବର୍ଷ ଏପରି କାର୍ଯ୍ୟକ୍ରମ ଆୟୋଜିତ କରିବା ପାଇଁ ବୁଦ୍ଧିଜୀବି ଓ ବରିଷ୍ଠ ନାଗରିକ ମାନଙ୍କ ମତ ପ୍ରକାଶ ପାଇଥିଲା l ଏହି ସଂସ୍ଥାରେ ପ୍ରମୁଖ ମାନ୍ୟଗଣ୍ୟ ଭକ୍ତ ବୈଷ୍ଣବ ସେବା ନିମନ୍ତେ ଦାନ କରିଛନ୍ତି l ଚକାଟେସ୍ଵର ପାତ୍ର, ବ୍ରହ୍ମାନଂଦ, ଟି ଶିବ ଶଙ୍କର ପାତ୍ର, ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ମାତାଜୀ, ବ୍ରଜ ପଟ୍ଟନାୟକ, ପ୍ରମୂଖ ସହଯୋଗ କରିଥିଲେ l ଶ୍ରୀମାନ ଚକ୍ରଧର ଦାଶ ପ୍ରଭୁଜି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l
Sign in
Sign in
Recover your password.
A password will be e-mailed to you.