ଜନସେବା କେନ୍ଦ୍ର ପକ୍ଷରୁ ମା’ ପାଇଁ ଘଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଫୁଲବାଣୀ :କନ୍ଧମାଳ ଜିଲ୍ଲାର ୧୨ଟି ବ୍ଲକରେ ଜନସେବା କେନ୍ଦ୍ର ପକ୍ଷରୁ ମା’ ପାଇଁ ଘଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ପ୍ରତି ପଞ୍ଚାୟତରେ ଥିବା ଜନସେବା କେନ୍ଦ୍ରର ପରିଚାଳକ ନିଜ ନିଜ କେନ୍ଦ୍ର ନିକଟରେ ଗୋଟିଏ ଗୋଟିଏ ଗଛ ଲଗେଇଛନ୍ତି । କନ୍ଧମାଳ ଜିଲ୍ଲା ଜନସେବା କେନ୍ଦ୍ର CSC ଜିଲ୍ଲା ମ୍ୟାନେଜର ବିନାୟକ ସାବତଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ ଗୋଟିଏ ଗୋଟିଏ ବୃକ୍ଷର ମୂଲ୍ୟ ଓ ଏହାର ଉପକାରିତା ବିଷୟରେ ସମସ୍ତ କାର୍ଯ୍ୟରତ VLE ମାନଙ୍କୁ ଅବଗତ କରାଇଛନ୍ତି । ବୃକ୍ଷ ହିଁ ପରିବେଶ ସନ୍ତୁଳନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ବର୍ତ୍ତମାନର ପରିବର୍ତ୍ତନଶିଳ ଜଳବାୟୁ ପାଇଁ ଗଛର ବହୁଳ ଆବଶ୍ୟକତା ରହିଛି । ଏଣୁ ଆମେ ସମସ୍ତେ ନିଜ ଘର ଏବଂ ଖାଲିଥିବା ସ୍ଥାନରେ ବୃକ୍ଷ ରୋପଣ କରିବା ଆବଶ୍ୟକତା ରହିଛି ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି ବିନାୟକ ସାବତ ।

nis-ad
Leave A Reply

Your email address will not be published.