ପ୍ରଧାନ ଶିକ୍ଷକଙ୍କ ମାଡରେ ଲହୁ ଲୁହାଣ କୁନି ଛାତ୍ର : ଥାନାରେ ଏତଲା, ପ୍ରଧାନ ଶିକ୍ଷକ ଫେରାର…

ଫୁଲବାଣୀ : ସାଙ୍ଗ ସାଥି ମେଳରେ ରହି ଭଲ ପାଠ ପଢିବ ଓ ଯୋଗ ଶିକ୍ଷା ଗ୍ରହଣ କରିବ ତାପରେ ସ୍କୁଲରେ ନାମ ଲେଖାଯିବ ଏହି ଆଶା ନେଇ ବାପା ମାଁ ଏକ ଘରୋଇ ଆଶ୍ରମ ସ୍କୁଲରେ ଛାଡିଥିଲେ । ହେଲେ ପ୍ରଧାନ ଶିକ୍ଷକଙ୍କ ମାଡରେ ଲହୁ ଲୁହାଣ ହୋଇ ଦିର୍ଘ ଦିନ ଧରି ହଷ୍ଟେଲ ମଧ୍ୟରେ ରଖାଯାଇଥିବା ଘଟଣା ଏବେ ପଦାକୁ ଆସିଛି । ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଧିନରେ ଥିବା ଘରୋଇ ବୈଦିକ ସତସଙ୍ଗ ଆଶ୍ରମ ସ୍କୁଲରେ ।
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ୍ ଗୋଛାପଡା ଥାନା ବୃଡିଗୁଡା ଗ୍ରାମର ଅଭୟ ମହାକୁଡ ଓ ସକୁନ୍ତଳା ଘଡେଇଙ୍କ ଏକ ମାତ୍ର ପୂଅ ପ୍ରିନ୍ସ ମହାକୁଡ (ବୟସ ୫ ବର୍ଷ)କୁ ରାଇକିଆସ୍ଥିତ ବୈଦିକ ସତସଙ୍ଗ ଆଶ୍ରମ ସ୍କୁଲରେ ପାଠ ପଢିବା ପାଇଁ ଗତ ଜୁନ୍ ମାସରେ ଛାଡିଥିଲେ । ଜୁନ୍ ମାସ ପୂର୍ବରୁ ବୃଡିଗୁଡା ଗ୍ରାମରେ ବୈଦିକ ସତସଙ୍ଗ ଆଶ୍ରମ ସ୍କୁଲ ପକ୍ଷରୁଏକ ଯୋଗ ଶିକ୍ଷା ଶିବିର କାର୍ଯ୍ୟକ୍ରମ କରାଯାଇଥିଲା । ସେହି ଯୋଗଣିକ୍ଷା ଶିବିରରେ ପ୍ରିନ୍ସ ମଧ୍ୟ ଭାଗ ନେଇଥିଲା । ପ୍ରିନ୍ସ୍‌ର ଭଲ ଯୋଗ କରିଥିବାରୁ ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ନିରଞ୍ଜନ କହଁର ପ୍ରିନ୍ସର ବାପା ମାଁଙ୍କୁ କହିଥିଲେ । ପ୍ରିନ୍ସର ଜଣେ ସମ୍ପର୍କିୟକଙ୍କ ପୂଅ ହଷ୍ଟେଲରେ ରହି ପାଠ ପଢୁଥିଲା । ସମ୍ପର୍କୀୟଙ୍କ ଭରସା ଓ ପ୍ରଧାନ ଶିକ୍ଷକଙ୍କ କହିବା ଅନୁଯାଇ ପ୍ରିନ୍ସ୍‌କୁ ସେଠାରେ ନାମ ନଲେଖାଇ ମୈାଖିକ ଭାବେ ହଷ୍ଟେଲରେ ଛାଡିଥିଲେ । ପୂଅ ପ୍ରାଥମିକ ଶିକ୍ଷା ଗ୍ରହଣ କରିବ ଓ ଯୋଗ ଶିକ୍ଷା ଗ୍ରହଣ କରିବା ସହ ସାଙ୍ଗ ସାଥିଙ୍କ ସହ ମିଶିବା ପରେ ପରବର୍ତ୍ତି ସମୟରେ ସେହି ଆଶ୍ରମ ସ୍କୁଲରେ ନାମ ଲେଖାଇବେ ଏହି ଉଦ୍ଧେଶ୍ୟ ନେଇ ବାପା ମାଁ ଛାଡିଥିଲେ । ପ୍ରତି ଦିନ ବାପା ପୂଅ କିପରି ଅଛି ଜାଣିବା ପାଇଁ ପ୍ରଧାନ ଶିକ୍ଷକଙ୍କୁ ଫୋନ୍ କରି ପଚାରୁଥିଲେ । ସାଙ୍ଗ ସାଥିଙ୍କ ମେଳରେ ରହି ପାଠ ପଢୁଥିଲା । ଦିନେ ପ୍ରିନ୍ସ ହଷ୍ଟେଲ୍ ବାହାରକୁ ଯାଇ ରାସ୍ତା ପାଶ୍ୱର୍ରେ ଥିବା ଏକ ଦୋକାନକୁ ଯାଇ ଖାଇବା ପାଇଁ କିଛି କିଣିଥିଲା । ଏହି ଖବର ଜାଣିବା ପରେ ପ୍ରଧାନ ଶିକ୍ଷକ ନିରଞ୍ଜନ କହଁର ରାଗରେ ଜର୍ଜରିତ ହୋଇ ଅମାନୁସିକ ଭାବେ କୋମଳ ଶିଶୁ ପ୍ରିନ୍ସକୁ ନିର୍ଧୁମ୍ ମାଡ ମାରି ଲହୁ ଲୁହାଣ କରିଥିଲେ । ଏତେ ଘଟଣା ଘଟିବା ସତ୍ୱେ ପରିବାର ଲୋକଙ୍କୁ ପ୍ରିନ୍ସ୍ ସମ୍ପର୍କରେ ପରିବାର ଲୋକଙ୍କୁ କିଛି ଜଣାଇ ନଥିଲେ । ପ୍ରିନ୍ସକୁ ମାଡ ମରାଯାଇଥିବା ଖବର ସମ୍ପର୍କିୟ କହିବା ପରେ ବାପା ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଫୋନ୍ ଦ୍ୱାରା ପଚାରିଥିଲେ କିନ୍ତୁ ପ୍ରଧାନ ଶିକ୍ଷକ ଫୋନ୍ ବନ୍ଦ କରିଦେଇଥିଲେ । ତୁରନ୍ତ ପରିବାର ଲୋକେ ସେହି ହଷ୍ଟେଲକୁ ଯାଇ ପୂଅର ହାଲ୍‌ଚାଲ୍ ବୁଝିଥିଲେ । ପୂଅର ଶରୀରରେ ଏହିଭଳି ମାଡ ଓ କ୍ଷତ ବିକ୍ଷତ ଦେଖି ନିଜ ଘରକୁ ନେଇ ପ୍ରଥମେ ଗୋଛାପଡା ଏକ ଘରୋଇ କ୍ଳିନିକ୍ ରେ ଦେଖାଇଥିଲେ । ପରେ ପୂଅର ପେଟ ଫୁଲାଉ ଥିବା ଦେଖିବା ପରେ ଫୁଲବାଣୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଆଣି ଜଏନ୍ କରିଥିଲେ । ଡାକ୍ତରଙ୍କ ପରାମର୍ଶ ଅନୁଯାଇ ସମସ୍ତ ଟେଷ୍ଟ କରାଯାଇଥିଲା । ପ୍ରିନ୍ସ୍ ର ଇଟଂରନାଲ ଇନ୍‌ଜୁରୀ ହୋଇଥିବା ରିପୋର୍ଟରୁ ଜଣାପଡିଛି । ୱାର୍ଡରେ ପ୍ରିନ୍ସ୍‌ର ଏହିଭଳି ମାଡ ଘଟଣା ଜାଣିବା ପରେ ମେଡିକାଲର ସମସ୍ତ ରୋଗୀଙ୍କ ସମ୍ପର୍କିୟ ମାନେ ଏହିଭଳି ଘଟଣାକୁ ଘୋର ନିନ୍ଦା କରିବା ସହ ଏହିଭଳି ଶିକ୍ଷକଙ୍କୁ ଆଇନ୍ ଦ୍ୱାରା କଡାରୁ କଡା ଦଣ୍ଡ ଦିଆଯିବା ଆବଶ୍ୟକ ବୋଲି ଦାବି କରିଛନ୍ତି । ପୂଅର ଏହିଭଳି ଅବସ୍ଥା ଦେଖି ମାଁ ଆଖିରୁ ଲୁହ ବନ୍ଦ ହେଉନି । ପୂଅର ଭବିଷ୍ୟତ ଅନ୍ଧକାର ବୋଲି ବାପା କହିବା ସହ ତାର ଉନ୍ନତ ମାନର ଚିକିତ୍ସା କିପରି କରିବେ ଏବେ ଚିନ୍ତାରେ । ଏନେଇ ରାଇକିଆ ଥାନାରେ ଲିଖିତ ଭାବେ ପ୍ରଧାନ ଶିକ୍ଷକଙ୍କ ନାମରେ ଏତଲା ଦେଇଥିବା କହିଛନ୍ତି ପ୍ରିନ୍ସର ବାପା । ପ୍ରିନ୍ସକୁ ମେଡିକାଲରେ ଜଏନ୍ କରାଯିବା ପରେ ଶରୀରର କ୍ଷେତ ବିକ୍ଷତ ଦେଖି ସମସ୍ତ ପ୍ରକାର ଟେଷ୍ଟ କରିବା ପାଇଁ କହିଥିଲେ ଡାକ୍ତର । ରିପୋର୍ଟ ଦେଖିବା ଏହି ମାଡ ଦିର୍ଘ ଦିନର ବୋଲି କହିବା ସହ ଇଟଂରନାଲ୍ ଇନ୍‌ଜୁରି ହୋଇଥିବା କହିଛନ୍ତି ଡାକ୍ତର । ଆବଶ୍ୟକ ପଡିଲେ ଅଧିକା ଚିକିତ୍ସା ପାଇଁ ଜିଲ୍ଲା ବାହାରକୁ ରେଫର୍ କରାଯିବ ବୋଲି କହିଛନ୍ତି ଡାକ୍ତର ମାନସ ରଞ୍ଜନ ମଲ୍ଲିକ । ଏ ସମ୍ପର୍କରେ ଆମେ ରାଇକିଆ ଥାନାଧିକାରୀଙ୍କୁ ଯୋଗାଯୋଗ କରିଥିଲୁ ପିଡିତ ଛାତ୍ରଙ୍କ ପରିବାରଙ୍କ ଲିଖିତ ଅଭିଯୋଗ ପରେ ଘଟଣାର ସତ୍ୟାସତ୍ୟ ତଦନ୍ତ ଚାଲିଛି ଓ ପ୍ରଧାନ ଶିକ୍ଷକ ଫେରାର୍ ଥିବା ସୂଚନା ଦେଇଛନ୍ତି ରାଇକିଆ ଥାନାଧିକାରୀ I

nis-ad
Leave A Reply

Your email address will not be published.