ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳନ

ବାଲିଗୁଡା,୨୭/୦୮: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳନ ମହାସମାରୋହରେ ପାଳିତ ହୋଇ ଯାଇଛି l ଇତ୍ୟବସରରେ ମୁଖ୍ୟ ଅତିଥି ରୂପେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଖଣ୍ଡ କାର୍ଯ୍ୟ ବାହ ଅନନ୍ତ ଦାଶ ଓ ବନବାସୀ କଲ୍ୟାଣ ଆଶ୍ରମର ପ୍ରାନ୍ତୀୟ ସଂଚାଳିକା ଶ୍ରୀମତୀ ମନୋରମା ମିଶ୍ର ଉପସ୍ଥିତ ରହି ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ମାର୍ଗ ଦର୍ଶନ କରିଥିଲେ l ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶିଶିର କୁମାର ମହାପାତ୍ର ଉପସ୍ଥିତ ଅତିଥିଙ୍କ ପରିଚୟ ପ୍ରଦାନ ସହ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ l ଆଚାର୍ଯ୍ୟ ଶଶିକାନ୍ତ ବେହେରା “ଜନ୍ମାଷ୍ଟମୀ” ଓ ନାନ୍ଦୋତ୍ସବ ସମ୍ବନ୍ଧରେ କିଛି ବକ୍ତବ୍ୟ ରଖିଥିଲେ l ଶିଶୁ ମନ୍ଦିରର ପ୍ରାୟ ୫୦ ଜଣ ଶିଶୁ ଶ୍ରୀକୃଷ୍ଣ ବେଶରେ ଉପସ୍ଥିତ ରହି ଉତ୍ସବର ଶୋଭା ବୃଦ୍ଧି କରି ବର୍ଣ୍ଣତ୍ୟମୟ କରିଥିଲେ l ପ୍ରଧାନ ଆଚାର୍ଯ୍ୟ ଶ୍ରୀ ମହାପାତ୍ର ଭାଗବତ ସାର ପାଠ କରିବା ସହ ଶିଶୁଙ୍କ ସହାୟତାରେ ‘ମଧୁରାଷ୍ଟକମ’ ପାଠ କରାଯାଇଥିଲା l ସମ୍ପୂର୍ଣ ଉତ୍ସବଟିକୁ ବିଦ୍ୟାଳୟର ଆଚାର୍ଯ୍ୟା ଶ୍ରୀମତୀ ରୁନୁ କୁମାରୀ ମହାପାତ୍ର ଅତି ସୁନ୍ଦର ଭାବରେ ସଂଚାଳନ କରିଥିଲେ l ଶେଷରେ ପ୍ରସାଦ ସେବନ ପୂର୍ବକ ସମସ୍ତେ ସ୍ଵସ୍ଥାନକୁ ପ୍ରସ୍ତାନ କଲେ l

nis-ad
Leave A Reply

Your email address will not be published.