ଶିକ୍ଷା ନିକେତନରେ ଆନନ୍ଦ ଉଲ୍ଲାସର ସହ ନନ୍ଦୋତ୍ସବ ପାଳନ

ବାଲିଗୁଡ଼ା : ଜନ୍ମାଷ୍ଟମୀ ପରେ ଆନନ୍ଦ ଉଲ୍ଲାସର ସହ ପାଳନ ହେଲା ନନ୍ଦୋତ୍ସବ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଶିକ୍ଷା ନିକେତନ ଅନୁଷ୍ଠାନ ପକ୍ଷରୁ ପାଳନ ହୋଇଛି ନନ୍ଦୋତ୍ସବ । ଶିକ୍ଷା ନିକେତନର କୁନି ଛାତ୍ରଛାତ୍ରୀ ମାନେ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ ବିଦ୍ୟାଳୟରେ ପହଁଚିଥିଲେ । ବିଦ୍ୟାଳୟ ପରିସରରେ କୁନିକୁନି ରାଧାକୃଷ୍ଣଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଓ ଅଭିଭାବକ ନାମ ସଙ୍କୀର୍ତ୍ତନ ସହ ସମଗ୍ର ନଗର ପରିକ୍ରମା କରି ବାଲିଗୁଡ଼ା ସହରର ବିଭିନ୍ନ ମନ୍ଦିର ମଧ୍ୟ ଦର୍ଶନ କରିଥିଲେ । ଅନୁଷ୍ଠାନର ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି ଅଭିଭାବକ ।

nis-ad
Leave A Reply

Your email address will not be published.