ବିଧାୟକ ଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଠାନ ପାଇଁ ବିଜେଡ଼ି ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଦାବୀ ପତ୍ର…

ଅଡ଼ିଅ ଭାଇରଲ ରେ ବିଧାୟକ ଘାଇଲା…..!


ଭୁବନେଶ୍ୱର: ୨୭-୮ ଗଞ୍ଜାମ ଜିଲ୍ଲାର ଆସିକା ବିଧାୟକ ଙ୍କ ଅଡ଼ିଅ ରେ ବଟି ମାଗିବା ଘଟଣା ର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ତହସିଲଦାର ଙ୍କ ଜରିଆରର ଦାବୀ ପତ୍ର ପ୍ରେରଣ। ଗତ କିଛି ଦିନ ହେଲା ଆସିକା ବିଧାୟକ ଦୁଇଜଣ ବାଲି ବ୍ୟବସାୟୀ ଙ୍କୁ ମାସି କିଆ ବଟି ମାଗୁଥିବା ଦୁଇଟି ଅଡ଼ିଅ ସୋସିଆ ଲ ମିଡ଼ିଆ ଭାଇରଲ ହେବା ସହ ବିଭିନ୍ନ ଖବର କାଗଜ ଓ ଟିଭି ରେ ପ୍ରସାରଣ ହେବାରେ ଲାଗିଛି। ଏହାକୁ ନେଇ ଗଞ୍ଜାମ ଜିଲ୍ଲାରୁ ରାଜଧାନୀ ପର୍ଯ୍ୟନ୍ତ ତୁମ୍ବି ତୋଫାନ ସୃଷ୍ଟି ହେଇଛି। ଏହାକୁ ନେଇ ଆସିକା ରେ ବିଜେଡ଼ି ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ବି ଅନୁଷ୍ଠିତ ହୋଇଛି। ବିଜେଡ଼ି ଏହାକୁ ତଦନ୍ତ କରିବାକୁ କହୁଥିବା ବେଳେ ବିଧାୟକ ତାଙ୍କୁ ବଦନାମ କରିବାକୁ ପ୍ରୟାସ କରାଯାଉଥିବା ପ୍ରକାଶ କରିଛନ୍ତି। ଆଜି ଆସିକା ବିଜେଡ଼ି ପକ୍ଷରୁ ବିଧାୟକ ମୋବାଇଲ ମାଧ୍ୟମରେ ମାସିକିଆ ବଟି ମାଗିବା ଅଡ଼ିଅ ଭାଇରଲ ର ତଦନ୍ତ ଓ କାଯ୍ୟନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଆସିକା ତହସିଲଦାର ଙ୍କୁ ଏକ ଦାବୀ ପତ୍ର ଦିଆଯାଇଛି। ଉକ୍ତ ଘଟଣା ର ନିରପେକ୍ଷ ତଦନ୍ତ ନହେଲେ ବିଜେଡ଼ି ରାଜରାସ୍ତା କୁ ଓହ୍ଲାଇବ ବୋଲି କହିଛି।ଏବେ ଅଡ଼ିଅ ଭାଇରଲ ଘଟଣା ଯୋଗୁଁ ବିଧାୟକ ଙ୍କ ଅଡୁଆ ବଢିଥିବା ନେଇ ସହରରେ ଚର୍ଚ୍ଚା ହେଉଛି। ଓଡ଼ିଆ ଅସ୍ମିତା ଓ ଦୁର୍ନୀତି ମୁକ୍ତ ସରକାର ଗଠନ ହେବ ବୋଲି ପ୍ରଧାନମନ୍ତ୍ରୀ ଯେଉଁ ଆହ୍ୱାନ ଦେଇ ଯାଇଥିଲେ ତାହା କେତେ ଦୂର ମୋହନ ସରକାର ଗ୍ରହଣ କରୁଛନ୍ତି ଦେଖିବାକୁ ବାକି ରହିଲା।

nis-ad
Leave A Reply

Your email address will not be published.