ସରସ୍ୱତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ


ଚିକିଟୀ— ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି।
ଶିଶୁବାଟିକା ବିଭାଗର କୁନି ଶିଶୁ ଭାଇ ଭଉଣୀ ମାନେ ଶ୍ରୀକୃଷ୍ଣ,ରାଧା ବେଶ ପରିଧାନ କରି ଏକ ମନୋଜ୍ଞ ପରିବେଶରେ ମନ୍ଦିର ଦର୍ଶନକୁ ଯାଇଥିଲେ । ଯିବାପଥରେ ନଗରବାସୀ ପୁଷ୍ପବର୍ଷଣ କରି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସହ ସ୍ଥାନେ ସ୍ଥାନେ ବନ୍ଦାପନା କରିଥିଲେ।
ନଗରଟି କୃଷ୍ଣମୟ ହୋଇ ସମସ୍ତଙ୍କୁ ଆକର୍ଷିତ କରି ଅନୁଷ୍ଠାନକୁ ଟାଣି ଆଣିଥିଲା। ସେଠାରେ ରଙ୍ଗମଞ୍ଚ କାର୍ଯ୍ୟକ୍ରମ ସମ୍ପାଦିତ ହେବା ସହ
ଅନେକ ମନଛୁଆଁ ନୃତ୍ୟ ସମସ୍ତ ଅଞ୍ଚଳବାସୀଙ୍କ ମନ ମୋହିତ କରିଥିଲା। ଉକ୍ତ କାର୍ଯ୍ୟକ୍ରମରେ କୁନି ଶିଶୁମାନଙ୍କୁ ଶ୍ରୀକୃଷ୍ଣାମୃତ ପାନ କରିବା ପାଇଁ ଆଦର୍ଶ ଶିକ୍ଷକ ଶ୍ରୀ ରଞ୍ଜନ କୁମାର ବ୍ରହ୍ମା ତତ୍ପରତା ପ୍ରକାଶ କରିବା ସହ ସୁନ୍ଦର ପ୍ରବଚନ ଦେଇଥିଲେ। ଅନୁଷ୍ଠାନର ସଭାପତି
ପି.ରାମାରାଓ ସୁବୁଦ୍ଧି , ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ, ସହ ସମ୍ପାଦକ କେ. ସିମାଞ୍ଚଳ ସୁବୁଦ୍ଧି , କୋଷାଧ୍ୟକ୍ଷ ଏସ୍. ଦୁର୍ଗା ପ୍ରସାଦ ସୁବୁଦ୍ଧି ଏବଂ ପ୍ରଧାନାଚାର୍ଯ୍ୟ ଶ୍ରୀ ନିରଞ୍ଜନ ବିଷୋୟୀ ମଞ୍ଚାସୀନ ଥିଲେ। ଶିଶୁ ବାଟିକା ପ୍ରମୁଖା ମେନକା ପ୍ରଧାନଙ୍କର ସଂଯୋଜନା, ହରପ୍ରିୟା, ଲତା, ଆଶାଲତା ଗୁରୁମାଙ୍କ ସହଯୋଗରେ ବିଦ୍ୟାଳୟ ଦିବା ଅଧିବେଶନର ସୁନିତା ଓ ଶିବାନୀ ଗୁରୁମା ଦ୍ଵୟଙ୍କ ନିର୍ଦ୍ଦେଶନାରେ କାର୍ଯ୍ୟକ୍ରମଟି ସଫଳ ରୂପାୟନ ହେବା ସହ ଉଚ୍ଚ ପ୍ରଶଂସିତ ହୋଇଥିଲା।

nis-ad
Leave A Reply

Your email address will not be published.