ଫୁଲବାଣୀ : ଆଜି ପବିତ୍ର ଜନ୍ମାଷ୍ଟମୀ । କନ୍ଧମାଳ ଜିଲ୍ଲା ଜଲେଶପଟ୍ଟା ଆଶ୍ରମରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ସହ ଅନ୍ତେବାସୀ ପାରୁଛନ୍ତି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୬ ତମ ବଳିଦାନ ଦିବସ । ଏହି ଅବସରରେ ଦୁଇ ମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜ ଓ ରବିନାରାୟଣ ନାୟକ, କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ଫୁଲବାଣୀ ବିଧାୟକ ମାନଗୋବିନ୍ଦ ପ୍ରଧାନ ପ୍ରମୁଖ ଯୋଗଦେଇ ସ୍ୱାମୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଗତ ୨୦୦୮ ମସିହା ଅଗଷ୍ଟ ୨୩ ତାରିଖରେ ଜଲେଶପଟ୍ଟା ଆଶ୍ରମରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ହେଉଥିବା ବେଳେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ସମେତ ତାଙ୍କର ୪ ଜଣ ସହଯୋଗୀଙ୍କୁ ଗୁଳିକରି ହତ୍ୟା କରିଥିଲେ ଆତତାୟୀ । ସେହିଦିନଠାରୁ ପ୍ରତିବର୍ଷ ଜନ୍ମାଷ୍ଟମୀରେ ସ୍ବାମୀଜୀଙ୍କ ବଳିଦାନ ଦିବସ ଭାବେ ପାଳନ କରିଆସୁଛନ୍ତି ଜଲେଶପଟ୍ଟା ଆଶ୍ରମର ଅନ୍ତେବାସୀ । ଆଜି ଆମେ ଏଠାକୁ ଆସି ନିଜକୁ ଧନ୍ୟ ମନେ କରୁଛୁ । ସ୍ବାମୀଜୀ କେବଳ ଜଣେ ସନ୍ଥ ନଥିଲେ । ମେ ଜଣେ ସମାଜ ସୁଧାକର ଥିଲେ । ସମାଜକୁ ସେ ଯେଉଁଭଳି ଦିଗଦର୍ଶନ ଦେଇଛନ୍ତି ତାହା ଶତାବ୍ଦୀ ଶତାବ୍ଦୀ ଧରି ମନେରହିବ । ଏଭଳି ଜଣେ ସନ୍ଥଙ୍କ ପ୍ରତି ଯିଏ ଅନ୍ୟାୟ କରିଛନ୍ତି ସ୍ବାମୀଜୀ ତାଙ୍କୁ କ୍ଷମା କରିସାରିଥିବେ ବୋଲି ମୁଁ ଭାବୁଛି ବୋଲି କହିଛନ୍ତି ମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜ । ଆଜି ସକାଳୁ ସ୍ଥାନୀୟ ଜଳେଶ୍ଵର ମହାଦେବଙ୍କ ମନ୍ଦିର ନିକଟରୁ କଳସ ଶୋଭାଯାତ୍ରା ପରେ ଗୋ ପୂଜନ,ସୂର୍ଯ୍ୟ ପୂଜା,ସନ୍ଥ ପୂଜନ,ଯଜ୍ଞ ସହ ସ୍ବାମୀଜୀଙ୍କ ସୃତିଚାରଣ କରାଯାଇଛି । ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ସନ୍ଥ ଓ ପ୍ରାୟ ୧୦ ହଜାର ଶ୍ରଦ୍ଧାଳୁ ସାମିଲ୍ ହୋଇଥିବା ଦେଖିବାକୁ ମିଳିଛି । ସେପଟେ ଆଶ୍ରମ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ଡଗ୍ ସ୍କ୍ୱାର୍ଡ,ବମ୍ ସ୍କ୍ୱାର୍ଡ ସମେତ ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.