ଟସର ବଗିଚା ନିକଟରେ ଟ୍ରକ ରେ ପିଟି ହେଇ ଦୁଇ ବାଇକ ଆରୋହୀ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି


ନବରଙ୍ଗପୁର : ନବରଙ୍ଗପୁର ରୁ ପାପଡାହାଣ୍ଡି ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥର ଟସର ବଗିଚା ନିକଟରେ ଆଜି ସନ୍ଧ୍ୟା ୭ଘଣ୍ଟ ସମୟରେ ଏକ ବାଇକ, ଟ୍ରକକୁ ଧକ୍କା ଦେବା ଫଳରେ ୨ଜଣ ବାଇକ ଆରୋହି ଗୁରୁତର ହୋଇଛନ୍ତି । ସେମାନଙ୍କ ଘର ଝରିଗାଁ ବ୍ଲକ ଚଚା ଅଞ୍ଚଳ ର ବୋଲି ଜଣାପଡ଼ିଛି ।ଜଣେ ରାକେଶ ପୁଜାରି ଓ ଅନ୍ୟ ଜଣେ ଗୋପବନ୍ଧୁ ସତନାମୀ ,ବୋଲି ସୂଚନା ମିଳିଛି | ସେମାନେ ଏକ ବାଇକ ନମ୍ବର ଓ.ଡି୨୪ସି ୫୭୯୨ ଯୋଗେ ନବରଙ୍ଗପୁର ରୁ ପାପଡାହାଣ୍ଡି ଆଡ଼କୁ ଯିବା ସମୟରେ ରାସ୍ତା କଡ଼ରେ ଥିବା ଟ୍ରକକୁ ଧକ୍କା ଦେଇଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ନବରଙ୍ଗପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରେଇଛନ୍ତି | ପାପଡାହାଣ୍ଡି ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି।

nis-ad
Leave A Reply

Your email address will not be published.