ବାଲି ଗୁତାଧାରୀ ଠାରୁ ବଟି ଆଦାୟ ଘଟଣା :ଆସିକା ବିଧାୟକଙ୍କ ଅଡିଓ ଭାଇରାଲ ଘଟଣା କୁ ନେଇ ବାଲି ମାଫିଆ ମାନଙ୍କ ଉପରେ ଚାପ …

ହରଡ଼ ଘଣାରେ ସରକାର ଓ ପ୍ରଶାସନ..!!


ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ସରୋଜ ପାଢ଼ୀଙ୍କ ବାଲି ଗୁତାଧାରୀ ଙ୍କୁ ବଟି ମାଗିବା ଘଟଣା କୁ ନେଇ ଏକ ଅଡିଓ ଚାରିଦିନ ହେଲା ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି। ଆସିକା ଅଞ୍ଚଳର ଦୁଇ ଜଣ ବାଲି ମାଫିଆଙ୍କୁ ମାସିକ ବଟି ଦେବା ପାଇଁ ବିଧାୟକ ଧମକ ଦେଉଥିବା ଅଡ଼ିଓ କୁ ନେଇ ଆସିକା ରୁ ଭୁବନେଶ୍ୱର ପର୍ଯ୍ୟନ୍ତ ତୁମ୍ବି ତୋଫାନ ଦେଖି ବାକୁ ମିଳିଛି। ଏହି ଅଡ଼ିଓ ଭାଇରଲ ହେବା ପରେ ବିଜେଡ଼ି କୁ ଏହା ଫାଇଦା ହୋଇଛି। ବାଲି ମାଫିଆ ମାନଙ୍କ ଏହି ବାର୍ତ୍ତାଳୋପ ଭାଇରଲ ହେବା ପରେ ଅଫିସର ଓ ଠିକାଦାର ମାନେ ବି ସମପରିମାଣର ଦଶା ଭୋଗୁଛନ୍ତି, ବୋଲି ଚର୍ଚ୍ଚା ହେଲାଣି। ଏବେ ଶାସକ ଦଳ ପାଇଁ ଏହି ଅଡ଼ିଅ ଭାଇରଲ ମହଙ୍ଗା ସାବ୍ୟସ୍ତ ହୋଇଥିବା ରାଜଧାନୀ ରେ ଚର୍ଚ୍ଚା ହେବା ଦେଖା ଦେଇଛି। ବାଲି ମାଫିଆ ମାନଙ୍କୁ ବିଭିନ୍ନ ଉପାୟ ଅଵଲମ୍ବନ କରି ସେମାନଙ୍କ ମୁହଁରୁ ପୁଣି ଏହା ଭୁଲ ବୁଝା ମୁଣା ହୋଇଥିବା କେତେକ ସୋସିଆଲ ମିଡ଼ିଆ ରେ ଗୋଦି ମିଡ଼ିଆ ଦ୍ୱାରା ଭାଇରଲ ହେବାର ଦେଖିବାକୁ ମିଳିଛି। ଏହି ଅଡ଼ିଓ ଭାଇରଲ କୁ ନେଇ ଆସିକା ର ବିଜେଡ଼ି ଦଳ ଓ ପୂର୍ବତନ ବିଧାୟିକା ଏକ ସାମ୍ବାଦିକ ସନମ୍ମିଳନୀ କରି ବିଧାୟକ ଓ ବାଲି ବ୍ୟବସାୟୀ ମାନଙ୍କ ବାର୍ତ୍ତାଳୋପ କୁ ଉଚ୍ଚ କୋଟିର ତଦନ୍ତ କରିବାକୁ କୁହାଯାଇଛି। ଉଭୟ ବାଲି ବ୍ୟବସାୟୀ ଙ୍କୁ ପଲ୍ଲୀଗ୍ରାଫି ଟେଷ୍ଟିଙ୍ଗ କଲେ ସତ୍ୟ ଘଟଣା ର ପର୍ଦାଫାଶ ହେବ ବୋଲି ଆଲୋଚନା ହେଉଛି। ଉଭୟ ବାଲି ବ୍ୟବସାୟୀ ମାନଙ୍କ ସତ ସାହସ ଥିଲେ ରାଜଧାନୀ ଆସି ପୋଲିସ ଓ ମାଜିଷ୍ଟେଡ଼ ଙ୍କ ଉପସ୍ଥିତି ରେ ସତ୍ୟତା ସମ୍ପର୍କ ରେ ଜାଞ୍ଜ କଲେ ଦୁଧ କା ଦୁଧ ପାନିକା ପାନି ହେବ ବୋଲି ବିରୋଧି ଙ୍କ ପକ୍ଷରୁ ଦାବୀ ହେଉଛି। ସୂଚନା ଥାଉକି ଗଞ୍ଜାମ ଜିଲ୍ଲାରେ ଥିବା ସମସ୍ତ ବାଲୁ ଘାଟ ଅନିୟମିତତା ରେ ଚାଲୁଥିବା ଅନେକ ଅଭିଯୋଗ ହେଉଛି କିନ୍ତୁ ପ୍ରଶାସନ ବଟି ନେଇ ଚୁପ l ତଳ ଦିନେ ଏକ ବାଲି ମାଫିଆ କୁ ଇଡି ଦ୍ଵାରା ଯାଞ୍ଚ କରି ଗିରଫ ବି କରାଯିବା ନଜିର ରହିଛି ଏବଂ ନକଲି ୱାଇଫରମ ଛପି ବାଲି ଚୋରା ଚାଲାଣ କରାଯାଉଥିଲା କିନ୍ତୁ ଜିଲ୍ଲା ପ୍ରଶାସନ ସବୁ ଜାଣି ଆଖିରେ ଅନ୍ଧ ପୁଟଳି ବାନ୍ଧି ଚୁପ l ପୁଣି ବାଲି ମାଫିଆ, ପ୍ରଶାସନ ଓ ବିଧାୟକ ଓ ମନ୍ତ୍ରୀ ମାନଙ୍କ ଦ୍ଵାରା ସାଲିସ କରି ବେଧଡ଼କ ଚାଲିଛି ଚୋରା ବାଲି ବ୍ୟବସାୟ l ବର୍ତ୍ତମାନ ବିଧାୟକ ଓ ବାଲି ବ୍ୟବସାୟୀ ମାନଙ୍କ ଅଡ଼ିଓ ଭାଇରଲ ହେବା ଏବଂ ଏହାକୁ କିଏ ଭାଇରଲ କଲା ଭାଇରଲ ହେବା ପରେ ଭୟଭିତ ହୋଇ ଉଭୟେ ଯେଉଁ ପଟ ପରିବର୍ତ୍ତନ କରିବାକୁ ଚେଷ୍ଟା ଚାଲିଛି ତାହାର ଏକ ନିରପେକ୍ଷ ତଦନ୍ତ ଜରୁରୀ ବୋଲି ଚର୍ଚ୍ଚା ହେଉଛି। ବର୍ତ୍ତମାନ ସରକାର ଦୁର୍ନୀତି କୁ ପଶ୍ରୟ ଦିଆଯିବ ନାହିଁ ବୋଲି ଯେଉଁ ଡିମ ଡିମା ମାରୁଥିଲେ ବର୍ତ୍ତମାନ ଖୋଦ ଖଣି ମନ୍ତ୍ରୀ ଙ୍କ ଜିଲ୍ଲା ରେ ଦୁର୍ନୀତି ହାଟରୁ ଯାଇ ବାଟରେ ଗଡୁଛି ତଥାପି ସରକାର ଚୁପ, ଶାସକ ଦଳର ବିଧାୟକ ଖୋଲାମ ଖୋଲା ବାଲି ଗୁତା ଧାରୀ ଠାରୁ ବଟି ମାଗୁ ଛନ୍ତି ଦେଖା ଯାଉ ସରକାର କିଭଳି ପଦକ୍ଷେପ ନେଉଛନ୍ତି ନା ଘଟଣା କୁ ନାଲି ଫିତା ତଳେ ଚାପି ଦିଆଯାଉଛି ଦେଖିବାକୁ ରହିଲା l ଯଦି ତଦନ୍ତ ଠିକ ଭାବରେ କରାଯାଏ ଉଭୟ ବ୍ୟବସାୟ ଙ୍କୁ ଅଧିକ ଜେରା କଲେ ବିଜେପି ଉପରୁ ଦୋଷ ଦୂର ହେବା ସହ ମିଥ୍ୟା କହିଥିବା ବାଲି ବ୍ୟବସାୟ ଙ୍କୁ ଜେଲକୁ ପଠାଇଲେ ଏହି ଅଡ଼ିଓ ର ଯବନିକା ପଡ଼ିବ ବୋଲି ଏବେ ଚାରିଆଡେ ଆଲୋଚନା ହେଉଛି। ନଚେତ ସରକାର ବଦନାମ ହେବା ନିଶ୍ଚିତ ବୋଲି ଖଟିରେ ଚର୍ଚ୍ଚା ହେଲାଣି l

nis-ad
Leave A Reply

Your email address will not be published.