କେବଳ ମନୋରଞ୍ଜନ ପାଇଁ ସାହିତ୍ୟ ସୃଷ୍ଟିହେବା ଅନୁଚିତ

କଟକ : କବୟିତ୍ରୀ ଲକ୍ଷ୍ମୀପ୍ରିୟା ମହାରଣାଙ୍କ କବିତା ପୁସ୍ତକ ‘ ଭାବର ବନ୍ଧନ’ ଉନ୍ମୋଚିତ ହୋଇଯାଇଛି | କଟକସ୍ଥିତ ଓସମି ସଭାଗୃହରେ ଅନୁଷ୍ଠିତ ଏକ ଭବ୍ୟ ସାରସ୍ବତ ସମାରୋହରେ ଅତିଥିମାନେ ଏହି ପୁସ୍ତକଟିକୁ ଉନ୍ମୋଚନ କରିଥିଲେ |

ଏହି ଉପଲକ୍ଷେ ବରିଷ୍ଠ ସାମ୍ବାଦିକ ହରିହର ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ବିଶିଷ୍ଟ ସମାଜସେବୀ, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଂପାଦକ, ଦୈନିକ ସମାଜର ପ୍ରକାଶକ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ | କବୟିତ୍ରୀଙ୍କ ପ୍ରୟାସକୁ ପ୍ରଶଂସା କରି ଡ. ଆଚାର୍ଯ୍ୟ କହିଲେ ଯେ କେବଳ ମନୋରଞ୍ଜନ ପାଇଁ ସାହିତ୍ୟ ସୃଷ୍ଟିହେବା ଅନୁଚିତ | ଯେଉଁ ସାହିତ୍ୟରେ ମଣିଷର ଜୀବନ ଓ କଷଣର କଥା ନାହିଁ ତାହା ସାହିତ୍ୟ ପଦବାଚ୍ୟ ନୁହେଁ | କବି ତାଙ୍କର କବିତା ପୁସ୍ତକରେ ମଣିଷ ଜୀବନର ଅନେକ ଅକୁହା ସତ୍ୟକୁ ଉନ୍ମୋଚିତ କରିଛନ୍ତି |

ମୁଖ୍ୟବକ୍ତା ଭାବେ ସୁସାହିତ୍ୟିକ ତଥା ଲବ୍ଧପ୍ରତିଷ୍ଠ ଗାଳ୍ପିକ ଇଂ. ବିଷ୍ଣୁ ସାହୁ ଯୋଗଦେଇ କହିଲେ ଯେ ସାହିତ୍ୟ ପାଠକୀୟ ଶ୍ରଦ୍ଧା ଓ ପ୍ରେରଣାରେ ଅଧିକ ରୁଦ୍ଧିମନ୍ତ ହୁଏ | ପାଠକ ହିଁ ଜଣେ ଲେଖକର ବାସ୍ତବ ପ୍ରେରଣା | କବୟିତ୍ରୀଙ୍କ ସାହିତ୍ୟ ସୃଜନୀ ଉପରେ ଆଲୋକପାତ କରି ସେ ତାଙ୍କର ଏକ ସୁଦୀର୍ଘ ସାରସ୍ବତ ଭବିଷ୍ୟତ କାମନା କରିଥିଲେ |

ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଅନୁବାଦକ ତଥା କେନ୍ଦ୍ରସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ ପ୍ରଶାନ୍ତ କୁମାର ମହାନ୍ତି ଯୋଗଦେଇ କବିତା ପୁସ୍ତକଟି ଉପରେ ସମ୍ୟକ ଆଲୋକ ପାତ କରିଥିଲେ |

କବିତା ପୁସ୍ତକର ଏକ ଉଚ୍ଚକୋଟୀର ସମୀକ୍ଷା କରିଥିଲେ ଇଂ. ଶକ୍ତିପ୍ରସାଦ ଦାସ | ପ୍ରଦୀପ୍ତ କୁମାର ମହାରଣା ସ୍ବାଗତ ଭାଷଣ ପ୍ରଦାନ ସହିତ ଧନ୍ୟବାଦ ମଧ୍ୟ ଅର୍ପଣ କରିଥିଲେ | ଉତ୍ସବରେ ଶତାଧିକ ସାହିତ୍ୟପ୍ରେମୀ, ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ |

nis-ad
Leave A Reply

Your email address will not be published.