ଭାଇରଲ ଅଡିଓ ଘଟଣା ର ନୁଆଁ ମୋଡ଼ : ଗଞ୍ଜାମ ବାଲି ସମ୍ରାଟଙ୍କ ସ୍ୱର ବଦଳିବା ପଛରେ ରହସ୍ୟ କଣ….?

ବିଜେଡ଼ି ଶାସନ ବେଳେ ସମ୍ରାଟ ଯାଇଥିଲେ ଜେଲ ଏବେ ଶାସକ ଦଳର ଭାଗୁଆଳି ବୋଲି ଚର୍ଚ୍ଚା…!!


ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ଦୀର୍ଘ ବର୍ଷ ହେଲା ମଦ ଓ ବାଲି ମାଫିଆ ମାନେ ରାଜ କରି ଆସୁଛନ୍ତି। ଗତ ବିଜେଡ଼ି ସରକାର ସମୟରେ କୋଦଳା ପୋଲିସ ବାଲି ସମ୍ରାଟ ର କଳା କାରନାମାର ପର୍ଦାଫାଶ କରି ଚୋରା ବାଲି ମାଫିଆ ମାନଙ୍କୁ ଜେଲ ପଠାଇଥିବା ନଜିର ରହିଛି। ଗଞ୍ଜାମ ଜିଲ୍ଲାର ସମ୍ରାଟ ଓ ତାହାର ସହଯୋଗୀ ମାନେ ବ୍ରହ୍ମପୁର ରେ ନକଲି ୱାଇ ଫାର୍ମ ଏକ ପ୍ରେସ ରେ ଛାପି ଚୋରା ବାଲି କାରବାର ରେ କୋଟି କୋଟି ଟଙ୍କା ର ମାଲିକ ସାଜିଥିଲେ। ଏହି ସମ୍ରାଟ କୁ ଗିରଫ କରିବା ସହ ସାମ୍ରାଜ୍ୟ କୁ ତତ୍କାଳୀନ ସରକାର ଛିନବିନ କରିଦେଇ ଥିଲେ। ରାଜ୍ୟରେ ନୂତନ ସରକାର ଆସିବା ଓ ଜିଲ୍ଲାକୁ ଖଣି ବିଭାଗ ମନ୍ତ୍ରୀ ମିଳିବା ପରେ ପୁଣି ଚୋରା ବାଲି ମାଫିଆ ମାନେ ସକ୍ରିୟ ହୋଇ ଥିବା ଚର୍ଚ୍ଚା ହୋଇ ଆସୁଛି। ଗତ କିଛି ଦିନ ତଳେ ଗାଙ୍ଗପୁର ପୋଲିସ ଓ ଆସିକା ରାଜସ୍ୱ ବିଭାଗ ଆସିକା ବ୍ଲକର ଆମ୍ବପୁଆ ବେଆଇନ ବାଲି ଘାଟରୁ ଅନେକ ଗାଡ଼ି ଜବତ କରିଥିଲେ। ଏହି ସବୁ ଗାଡ଼ି ଜବତ ପରେ ଚୋରା ବାଲି ମାଫିଆ ମାନଙ୍କ ମଧ୍ୟରେ କୋକୁଆ ଭୟ ସଂଚାର ହୋଇଥିଲା। ଏହା ପରେ ଗଞ୍ଜାମ ଜିଲ୍ଲାର କିଛି ବିଧାୟକ ମାନଙ୍କ ସହ ବାଲି ମାଫିଆ ମାନଙ୍କ ସମ୍ପୃକ୍ତି ନେଇ ଆଲୋଚନା ଆରମ୍ଭ ହୋଇଥିଲା। ଗତ ପାଞ୍ଚ ଦିନ ହେଲା ଆସିକା ବିଧାୟକ ଓ ଦୁଇ ଜଣ ବାଲି ବ୍ୟବସାୟଙ୍କ ସହ ମାସିକିଆ ବଟିକୁ ଦୁଇଟି ଅଡ଼ିଅ ର ବାର୍ତ୍ତାଆଳାପ ସୋସିଆଲ ମିଡ଼ିଆ ରେତୀମତ ଭାବେ ଭାଇରଲ ହୋଇଛି। ଏହାପରେ ଆସିକା ରୁ ଧରି ରାଜଧାନୀ ପର୍ଯ୍ୟନ୍ତ ରାଜନୀତି ଜୋର ଧରିଛି।ଆସିକା ବିଜେଡ଼ି ଓ ବିଜେପି ପକ୍ଷରୁ ଖବର ଦାତା ସମ୍ମିଳନୀ ବି ଅନୁଷ୍ଠିତ ହୋଇଛି।ଏବଂ ଉଭୟ ଉଭୟଙ୍କୁ କାଦୁଅ ଫୋପଡା ଫୋପାଡ଼ି ହେଉଥିବା ଦେଖିବାକୁ ମିଳିଛି l ଏହା ସହ ଜଣେ ସୂଚନା ଅଧିକାରୀ ବ୍ୟକ୍ତି ମଧ୍ୟ ଏହି ଘାଟଣା କୁ ଭିଜିଲାନ୍ସ ବିଭାଗ କୁ ଚିଠି ମାଧ୍ୟମରେ ତଦନ୍ତ କରିବାକୁ ନିବେଦନ କରିଥିବା ଗଣମାଧ୍ୟମ ରେ ଖବର ପ୍ରକାଶ ହୋଇଛି। ଏହି ଅଡ଼ିଅ ଭାଇରଲ ପରେ ପୂର୍ବ ସରକାର ସମୟରେ ବାଲି ସମ୍ରାଟ ଜେଲ ଯାଇ ଆସିଥିବା ଓ ଏବେ କିଛି ଗୋଦି ମିଡ଼ିଆ କୁ ସଫେଇ ଦେଇ ମୁଁ ସମାଧାନ କରିବାକୁ ବିଧାୟକ ବାବୁଙ୍କୁ କହିଥିଲି ବୋଲି କହିବା ପଛରେ ବି କିଛି ରହସ୍ୟ ଲୁଚି ରହିଛି..? ଏହି ସମ୍ରାଟ ପଛରେ କେଉଁ ଅଦୃଶ୍ୟ ଶକ୍ତି କାର୍ଯ୍ୟ କରୁଛି ତାହାକୁ ନେଇ ରାଜଧାନୀ ରେ ଚର୍ଚ୍ଚା ଜୋର ଧରିଛି। ବଟି ଦେବା ନେବା ସବୁ କୁଆଡ଼େ ଡ଼ିଲ ସରିଥିଲେ ବି ଏହି ମାସର ବଟି ଦେବାରେ ବିଳମ୍ବ ହେବା ଫଳରେ ସବୁ ରହସ୍ୟ ପଦାକୁ ଆସିଥିବା ଚର୍ଚ୍ଚା ହେଉଛି। ଯେଉଁ ଯେଉଁ ମାଫିଆ ମାନେ ସ୍ୱର ବଦେଳେଇ ବୟାନ ବାଜୀ କରିବାର ଭିଡିଓ ମଧ୍ୟ ବର୍ତ୍ତମାନ କିଛି ସୋସିଆଲ ମିଡିଆରେ ଭାଇରାଲ ହେଲାଣି। ଏହି ସ୍ପଷ୍ଟୀକରଣ ଦେବା ପଛରେ ବିଧାୟକ ଙ୍କ କିଛି ନିଜ ଲୋକଙ୍କ ସମ୍ପୃକ୍ତି ନେଇ ବି ଚର୍ଚ୍ଚା ହେଉଛି। ଏହି ସବୁ ଭାଇରଲ ପଛରେ ମାସିଆରି ଅଧିକ ବଟି ନେଇ କୁଆଡ଼େ ସମ୍ରାଟ ଅଧିକ ଡ଼ିଲ କରିଥିବା ମଧ୍ୟ ଚର୍ଚ୍ଚା ହେଲାଣି। ମୋହନ ସରକାର ସବୁ ଅଡ଼ିଓ ଭାଇରଲ ଘଟଣା କୁ ତଦନ୍ତ ପରିସରକୁ ନେଲେ କିଏ ସତ କିଏ ମିଛର ପର୍ଦାଫାଶ ହେବ ବୋଲି ଆଲୋଚନା ହେଉଛି। ଗଞ୍ଜାମ ଜିଲ୍ଲାରେ ବାଲି କୁ କଣ ଡ଼ିଲ ହୋଇଛି, ତାହାକୁ ନେଇ ତଦନ୍ତ ହେଲେ ଏହାର ସବୁ ଗୁମର ଖୋଲିବ କେବେ ଦେଖିବାକୁ ବାକି ରହିଲା। କେବଳ ବିଧାୟକ, ମନ୍ତ୍ରୀ ନୁହନ୍ତି କିଛି ଆଗ ଶ୍ରେଣୀ ର ପ୍ରଶାସନିକ ଅଧିକାରୀ ମଧ୍ୟ ଏହି ବଟି କାରବାରରେ ଲିପ୍ତ ଥିବାକୁ ନେଇ ମଧ୍ୟ ବୁଦ୍ଧିଜୀବୀ ଓ ସାଧାରଣ ରେ ବର୍ତ୍ତମାନ ଚର୍ଚ୍ଚା ହେଉଛି l ନିର୍ମଳ ଓ ଦୁର୍ନୀତି କୁ ପ୍ରଶ୍ରୟ ଦିଆ ଯିବନି ବୋଲି ସରକାର ଯେଉଁ ଡିମଡ଼ିମା ପିଟୁ ଥିଲେ ବର୍ତ୍ତମାନ ତାହା ଲୋକୋ ଲୋଚନ କୁ ଆସି ଯାଇଛି ଖୋଦ ମନ୍ତ୍ରୀ ଙ୍କ ଜିଲ୍ଲା ରେ ତାଙ୍କ ଦଳ ର ବିଧାୟକ କିପରି ଖୋଲାମ ଖୋଲା ବାଲି ମାଫିଆ ଙ୍କୁ ବଟି ମାଗିବା ଏବଂ ଗଣ ମାଧ୍ୟମରେ କିପରି ସଫେଇ ଦେବା ସମସ୍ତଙ୍କୁ ତାଯୁକ କରିଛି l ଅନ୍ୟ ପଟେ ବାଲି ମାଫିଆ ମାନଙ୍କୁ ପ୍ରବଳ ଚାପ ବି ପଡ଼ିଲାଣି ନିଜ ସ୍ୱର ପରିବର୍ତ୍ତନ କରିବାକୁ, ଦେଖା ଯାଉ ରାଜ୍ୟ ସରକାର ଏହାକୁ କେଉଁ ନଜର ରେ ଦେଖୁଛନ୍ତି ଏବଂ ଖଣି ବିଭାଗ ମନ୍ତ୍ରୀ କଣ ପଦକ୍ଷେପ ନେଉ ଛନ୍ତି ତାହା ସମୟ ସଫେକ୍ଷ୍ୟ…

nis-ad
Leave A Reply

Your email address will not be published.