ସରସ୍ଵତୀ ଶିଶୁ ମନ୍ଦିରପକ୍ଷରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପାଳିତ…

ମାଲକାନଗିରି, ତାରିଖ.୨୬.୮.୨୪ ଆଜି ଶ୍ରୀକୃଷ୍ଣ ଜନ୍ମାଷ୍ଟମିରେ ସାରାଦେଶ ଉତ୍ସବ ମୁଖର ହୋଇପଡିଥିବା ବେଳେ । ମାଲକାନଗିରି ସଦର ମହକୁମା ସ୍ଥିତ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିରରେ ପାରମ୍ପରିକ ରୀତିରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଅଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶିଶୁ ଓ ବାଲ ବର୍ଗର ବିଭିନ୍ନ ବେଶ ପୋଷାକରେ ସଜ୍ଜିତ ହୋଇ ରାଧା ଓ କୃଷ୍ଣ ବେଶରେ ଭୂଷିତ ଭାଇଭଉଣୀ ମାନଙ୍କୁ ଗୁରମା, ଅଭିଭାବିକା ଓ ଗୁରୁଜୀଙ୍କଦ୍ୱାରା ପୂଜାର୍ଚ୍ଚନା କରାଯାଇ ସ୍ଥାନୀୟ ଜଗନ୍ନାଥ ମନ୍ଦିରକୁ ଶୋଭାଯାତ୍ରାରେ ନିଆଯାଇଥିଲା। ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ଓ ଭଜନ କୀର୍ତ୍ତନ କରାଯାଇ ବିଶ୍ଵର ମଙ୍ଗଳ କାମନା କରି ଶାନ୍ତି ପ୍ରାର୍ଥନା କରାଯାଇଥିଲା।ବିଦ୍ୟାଳୟ ପରିସର ମଧ୍ୟରେ ୧୦୬ ଜଣ ବେଶଧାରୀଙ୍କୁ ଗୋପାଳ ବେଶରେ ସଜ୍ଜିତ କରାଯିବା ସହ ଭାଇମାନଙ୍କ ଦ୍ୱାରା ଦଧିଭାଣ୍ଡ ଭଗ୍ନ କରାଯାଇଥିଲା।କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ଭାଇ ଭଉଣୀ ମାନଙ୍କୁ ଅତିଥିମାନଙ୍କଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ସାମଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟ ପରିଚାଳନ କମିଟିରସଭାପତି ରବୀନ୍ଦ୍ର କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟଅତିଥି ଭାବେ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ସନ୍ଦୀପ ଦାସ ଯୋଗ ଦେଇଥିବାବେଳେ , ମାଲକାନଗିରି ସଂକୁଳର ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ କବିରାଜ ପ୍ରଧାନଙ୍କ ସମେତ ପରିଚାଳନା କମିଟିର ସହ ସମ୍ପାଦକ ସୋମନାଥ ପୃଷ୍ଠି, କୋଷଧ୍ୟକ୍ଷ ଅକ୍ଷୟ କୁମାରସ୍ୱାଇଁ , ପୂର୍ବତନ ସଭାପତି ଦିବାକର ପାଳ, ଶ୍ରୀଯୁକ୍ତ ଲେଙ୍କା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମାମାନେ ଯୋଗଦାନ କରି କାର୍ଯକ୍ରମ କୁ ସୂଚାରୁରୂପେ ସମ୍ପାଦନ କରିଥିଲେ

nis-ad
Leave A Reply

Your email address will not be published.