ନବରଙ୍ଗପୁର ଜିଲ୍ଲା ରେ ବିଜେପି ର ଜିଲ୍ଲା ସଦସ୍ୟତା ଅଭିଯାନ ଅନୁଷ୍ଠିତ…


ନବରଙ୍ଗପୁର : ମାଝୀଗୁଡା ସ୍ଥିତ ନୂତନ ବିଜେପି କାର୍ଯ୍ୟାଳୟ ଠାରେ, ନିର୍ଧାରିତ କାର୍ଯ୍ୟକ୍ରମ ପ୍ରକାରେ ଜିଲ୍ଲା ସଭାପତି ଶ୍ରୀ ଜଗଦୀଶ ବିଷୋୟୀ ଙ୍କ ସଭାପତିତ୍ବରେ ଜିଲ୍ଲା ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଭାରତ ମାତାଙ୍କ ପାଦପଦ୍ମ ରେ ପ୍ରଦୀପ ପ୍ରଜ୍ଜ୍ୱଳନ ପରେପରେ ସାମୁହିକ ବନ୍ଦେ ମାତରଂ ଗାନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂପାଦକ ଶ୍ରୀ ରମେଶ ସାହୁ ଯୋଗ ଦେଇ ସଦସ୍ୟତା ଅଭିଯାନ ର ଅଭିପ୍ରାୟ ଓ କାର୍ଯ୍ୟାନ୍ୱୟନ ବିଷୟ ରେ ପ୍ରାଞ୍ଜଳ ଭାବେ ବୁଝାଇବା ସହ ସଦସ୍ୟତା ଅଭିଯାନ ସର୍ବଗ୍ରାହି,ସର୍ବସ୍ପର୍ଶି ଓ ସର୍ବ ସମାବେଶି ହେବା ସହ ପ୍ରଭାବି ହେବା ଆବଶ୍ୟକ ବୋଲି କହିଥିଲେ। ବରିଷ୍ଠ ନେତା ଶ୍ରୀ କୁଞ୍ଜ ଦାସ ବିଗତ ଦିନରେ ସଦସ୍ୟତା ଅଭିଯାନ ନିମନ୍ତେ କୌଣସି ସାଧନ ନ ଥିବା ସତ୍ତ୍ବେ ନବରଙ୍ଗପୁର ଜିଲ୍ଲା ପ୍ରଥମ ସ୍ଥାନ ରେ ରହି ଆସିଛି। ବର୍ତମାନ ପ୍ରଯୁକ୍ତିବିଦ୍ୟା ଓ ବିଭିନ୍ନ ଜ୍ଞାନ କୌଶଳ ର

ବିନିଯୋଗରେ ନିଶ୍ଚୟ ଆମେ ଆମର ଲକ୍ଷ ହାସଲ କରିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି କହିଥିଲେ। ପୂର୍ବତନ ସାଂସଦ ନିର୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସମାପନ ପ୍ରତି ଗୁରୁତ୍ବ ଆରୋପ କରିଥିଲେ ଏବଂ ବିଧାୟକ ନବରଙ୍ଗପୁର ଶ୍ରୀ ଗୌରୀଶଙ୍କର ମାଝି ଓ ବରିଷ୍ଠ ନେତା ଶ୍ରୀ ପ୍ରହଲାଦ ତ୍ରିପାଠୀ ଏ ସଦସ୍ୟ ତା ଅଭିଯାନ ଆଗାମି ପଞ୍ଚାୟତ ନିର୍ବାଚନରେ ଦଳର ସ୍ଥିତି ନିର୍ଦ୍ଧାରଣ କରିବ ଓ ଫଳାଫଳ ଉପରେ ନିଶ୍ଚୟ ପ୍ରଭାବ ପକାଇବ ବୋଲି କହିଥିଲେ
ଏହି କାର୍ଯ୍ୟକ୍ରମରେ ସଦସ୍ୟତା ଅଭିଯାନ ର ସହ ପ୍ରଭାରୀ ଶ୍ରୀ ମନିଜର ଆର୍ଯ୍ୟ ମଞ୍ଚାସିନ ଥିଲେ ଜିଲ୍ଲା ସାଧାରଣ ସଂପାଦକ ଶ୍ରୀ ଦେବଦାସ ମହାଙ୍କୁଡ ଓ ଅଚ୍ୟୁତାନନ୍ଦ ବିଷୋୟୀ ମଞ୍ଚ ପରିଚାଳନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ର ସମସ୍ତ ମଣ୍ଡଳ ର କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ।

nis-ad
Leave A Reply

Your email address will not be published.