ବାଲି ବୋଝେଇ ଟ୍ରକ ପଛକୁ ଧକ୍କାଦେଲା ବାଇକ୍‌, ୨ ଗୁରୁତର

ହିଞ୍ଜିଳିକାଟୁ : ବେଲଗାଁ ଥାନା ପାଗଳବାବା ଛକ ନିକଟରେ ରବିବାର ଅପରାହ୍ନରେ ଦୂର୍ଘଟଣା ଘଟି ବାଇକ୍ ଆରୋହୀ ଓ ସାଥୀ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ପୁରୁଷୋତ୍ତମପୁର ଗ୍ରାମର ଜଗନ୍ନାଥ ପ୍ରଧାନ(୨୧) ଓ ସୁଦର୍ଶନ ବେହେରା(୨୪) ବୋଲି ଜଣାପଡିଛି । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ବେଲଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୂର୍ଘଟଣ ଗସ୍ତ ଉଭୟ ଗାଡିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । ପ୍ରକାଶ ଯେ, ପୁରୁଷୋତ୍ତମପୁର ନିକଟସ୍ଥ ଋଷିକୂଲ୍ୟା ନଦୀରୁ ବାଲି ବୋଝେଇ କରି ଏକ ଟ୍ରକ ପାଗଳବାବା ଛକ ନିକଟରେ ରାସ୍ତା ପ୍ୱାଶ୍ୱର୍ରେ ରହିଥିବା ବେଳେ ଜଗନ୍ନାଥ ଓ ସୁଦର୍ଶନ ପୁରୁଷୋତ୍ତମପୁର ଠାରୁ ବ୍ରହ୍ମପୁର ଅଭିମୁଖେ ଏକ ବାଇକ୍‌(ଓଡି୦୭ଏଇ ୭୩୭୮)ରେ ଆସି ପାଗଳବାବା ଛକ ନିକଟରେ ଟ୍ରକ୍ ପଛପଟକୁ ଧକ୍କା ଦେଇ ଗୁରୁତର ଆହତ ହୋଇଥିଲେ ।

nis-ad
Leave A Reply

Your email address will not be published.