ବିଜେପିର ସଦସ୍ୟ ଅଭିଯାନ କର୍ମଶାଳା ଓ କାର୍ଯ୍ୟକର୍ତ୍ତା ବୈଠକ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଫୁଲବାଣୀ ଅମଲାପଡ଼ା ସ୍ଥିତ ସେନାପତି ରେସିଡେନ୍ସି ଠାରେ ସଦସ୍ୟତା ଅଭି ଯାନ କର୍ମଶାଳା ଏବଂ କାର୍ଯ୍ୟକର୍ତ୍ତା ବୈଠକ ଅନୁ ଷ୍ଠିତ ହୋଇଯାଇଛି । ଏହି ଅବସରରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା। କେନ୍ଦ୍ରୀୟ ବିଜେପି ସମ୍ପାଦକ ବିଶେଶ୍ଵର ଟୁଡ଼ୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, ଜିଲ୍ଲା ସଭାପତି ଜଗନ୍ନାଥ ସାହୁ , ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ଭାଗବାନ ମହାନ୍ତି, ରମେଶ ମହାନ୍ତି, ମନୋଜ ପ୍ରଧାନ, ଲିଙ୍ଗରାଜ ଦଳ ବେହେରାପ୍ରମୂଖ ଉପସ୍ଥିତ ରହି ଅଧିକରୁ ଅଧିକ ସଦସ୍ୟ ସଂଗ୍ରହ, ଦଳକୁ ତୃଣମୂଳ ସ୍ତରରେ ଅଧିକ ମଜଭୁତ ଓ ଶକ୍ତିଶାଳୀ କରିବା ଉପରେ ଗୁରୁତ୍ବ ଦେବାସହ କର୍ମୀ ମାନଙ୍କୁ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରିବା ଲାଗି ପରାମର୍ଶ ଦେଇଥିଲେ l

nis-ad
Leave A Reply

Your email address will not be published.