ପ୍ରାଥମିକ ବିଦ୍ୟାଳୟ ସଂଘ ପିଷ୍ଟାର ବାର୍ଷିକ ଉତ୍ସବ ଅନୁଷ୍ଠିତ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମିନି ଷ୍ଟାଡିୟମ ପରିସରରେ ଥିବା ବରିଷ୍ଠ ନାଗରିକ ଚିତ୍ତବିନୋଦନ କେନ୍ଦ୍ର ରେ ହିଞ୍ଜିଳିକାଟୁ ପ୍ରାଥମିକ ବିଦ୍ୟାଳୟ ସଂଘ (ପିଷ୍ଟା) ର ବାର୍ଷିକ ସମ୍ମିଳନୀ ଓ ଆଲୋଚନା ଚକ୍ର ରବିବାର ଅନୁଷ୍ଠିତ ହୋଇଯାଇଅଛି | ସଂଘ ସଭାପତି କାହ୍ନୁଚରଣ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତବୈଠକରେ ମୁଖ୍ୟ ଅତିଥି ଭାବେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ରାଜ୍ୟ ସଭାପତି ବ୍ରହ୍ମାନନ୍ଦ ମହାରଣା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ରାଜ୍ୟ ସାଧାରଣ ସଂପାଦକ ବିଭୁ ପ୍ରସାଦ ସାହୁ ଓ ସମ୍ମାନିତ ଅତିଥି ଭାବେ ରାଜ୍ୟ ସାଙ୍ଗଠନିକ ସମ୍ପାଦିକା ଆଭାଲିନ ପରିଡ଼ା, ରାଜ୍ୟ ସଂଘ ସଂସ୍ଥାପିକା ଟୂଲୂ ମହାନ୍ତି, ରାଜ୍ୟ କାର୍ଯ୍ୟକାରି ସଭାପତି କୃଷ୍ଣ ଚନ୍ଦ୍ର ବେହେରା, ରାଜ୍ୟ ଉପଦେଷ୍ଟା ଗଜେନ୍ଦ୍ର ମାଝି, ଜିଲ୍ଲା ସଭାପତି ହେମନ୍ତ ସେଠୀ, ଜିଲ୍ଲା ସମ୍ପାଦକ ଜି ତ୍ରିପତି, ବ୍ଳକ ସମ୍ପାଦକ ପି ଶିଶିର କୁମାର ଙ୍କ ସହ ବ୍ଳକ ର ସମସ୍ତ ସଭାପତି ଓ ସମ୍ପାଦକ ଯୋଗ ଦେଇଥିଲେ । ଅତିଥି ବୃନ୍ଦ ଯୋଗ ଦେଇ ଶିକ୍ଷକ ମାନଙ୍କ ର ବିଭିନ୍ନ ସମସ୍ୟା ଗୁଡିକୁ ସମାଧାନ କରାଯିବ ଓ ସଂଘ କୁ କିପରି ସୁଦୃଢ କରାଯିବ ତା ଉପରେ ଆଲୋଚନା କରିଥିଲେସମ୍ମିଳନୀରେ ପ୍ରାଥମିକ ଶିକ୍ଷକ ମାନଙ୍କ ପ୍ରତି ସରକାରଙ୍କ ବ୍ୟୈମାତୃକ ମନୋଭାବ କୂ ଦୃଢ଼ ନିନ୍ଦା କରାଯିବା ସହ ତିନୋଟି ଦାବୀ ଯଥା (୧) କେନ୍ଦ୍ରୀୟ ହାରରେ ଦରମା(୨) ପ୍ରାଥମିକ ଶିକ୍ଷକ ମାନଙ୍କ ଠିକା ନିଯୁକ୍ତି ଉଛେଦ ( ୩) ପୁରୁଣା ପେନସନ ଲାଗୁ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ।ହିଞ୍ଜିଳିକାଟୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ପିଷ୍ଟା ତରଫରୁ ୬ଜଣ ଅବସରପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର ପାଢୀ, ଗଜେନ୍ଦ୍ର ସାହୁ, ଅରୁଣ କୁମାର ଦାଶ,ସଚ୍ଚଳା ଉପାଧ୍ୟାୟ,ଶରତ ଚନ୍ଦ୍ର ତ୍ରିପାଠୀ,ପୁର୍ଣ୍ଣଵାସି ପଣ୍ଡା ଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯିବା ସହ ପ୍ରସଶାଂପତ୍ର ପ୍ରଦାନ କରାଯାଇଥିଲା। ଶିକ୍ଷକ ତ୍ରିଲୋଚନ ସାହୁ ଓ ଚନ୍ଦନ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଵା ଵେଳେ ସଂଘ ର କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପାତ୍ର,ଯୁଗ୍ମ ସମ୍ପାଦିକା ସାଗରିକା ଦାସ,ମିଡିଆ ସଂଯୋଜକ ରଘୁନାଥ ସାହୁ,ଙ୍କ ସହ ସଂଘ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଥିଲେ । ଶେଷରେ ଶିକ୍ଷକ ଶିକ୍ଷକ ଲକ୍ଷ୍ମୀକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.