ହିଞ୍ଜିଳିରେ ମାତ୍ର ୨୦ ଟଙ୍କାରେ ମିଳୁଛି ଆଳୁ, ଶସ୍ତାରେ ଆଳୁ କିଣିବାକୁ ଲୋକଙ୍କ ଭିଡ

ହିଞ୍ଜିଳିକାଟୁ (୨୪/୮) : ଆଳୁ ସଙ୍କଟ ଭିତରେ ଖାଉଟିଙ୍କ ପାଇଁ ଖୁସି ଖବର । ୪୦ ନୁହେଁ ହିଁ ୫୦ ନୁହେଁ- ମାତ୍ର ୨୦ ଟଙ୍କାରେ ମିଳୁଛି ଆଳୁ। ହିଞ୍ଜିଳିକାଟୁ ଆଳୁ କିଲୋ ୨୦ ଟଙ୍କାରେ ବିକ୍ରି ହେଉଥିବାରୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ହିଞ୍ଜିଳିକାଟୁ ବଜାର ରେ ଆଳୁ ପିଛା ୩୫ ଟଙ୍କାରେ ବିକ୍ରି ହେଉଥିବାବେଳେ ଜୈନିକ ବେପାରୀ ଦୁଇଟି ଦୋକାନ ରେ ୨୦ଟଙ୍କାରେ ଆଳୁ ୧୦୦ଟଙ୍କାରେ ୫କେଜି ଦେଉଛନ୍ତି ।

ଶସ୍ତାରେ ଆଳୁ ବିକ୍ରି ହେଉଥିବା ଦେଖି ଲୋକମାନେ ନେବାକୁ ଭିଡ଼ ଲଗାଇଛନ୍ତି‌ । ଫଳରେ ହିଞ୍ଜିଳିକାଟୁ ପରିବା ବଜାର ରାସ୍ତା ଜାମ ସମସ୍ୟା ସୃଷ୍ଟି କରୁଛି।ଉତ୍ତରପ୍ରଦେଶ ଆଳୁ ଏବେ ଓଡ଼ିଶା ବଜାରରେ ଉପଲବ୍ଧ ହୋଇଛି । ଯାହାଫଳରେ ଆଳୁ ଦର ହ୍ରାସ ପାଇ ୩୫ରୁ ୩୬ ଟଙ୍କା ମଧ୍ୟରେ ରହିଛି । ହେଲେ ଉତ୍ତର ପ୍ରଦେଶ ଆଳୁ ଶୀଘ୍ର ପଚି ଯାଉଥିବା ନେଇ ଆଳୁ କିଲୋ ୨୦ଟଙ୍କାରେ ବିକ୍ରୀ କରୁଛନ୍ତି ବୋଲି ଅନ୍ୟ ବେପାରୀ କହିଛନ୍ତି ।

nis-ad
Leave A Reply

Your email address will not be published.