ଅଖିଳ ଭାରତ ଯୁବକ ସଙ୍ଘ, ଗଂଜାମ ଜିଲ୍ଲା ପରିଷଦରେ ନିଷ୍ପତ୍ତି : ଯୁବକ ମାନଙ୍କ ନିଯୁକ୍ତି ଦାବୀ ନେଇ ୨୮ ସେପ୍ଟେମ୍ବରରେ ଆରଡ଼ିସି ଘେରାଉ…


ବ୍ରହ୍ମପୁର : ଅଖିଳ ଭାରତ ଯୁବ ସଙ୍ଘ( AIYF )ର ଗଞ୍ଜାମ ଜିଲ୍ଲା ପରିଷଦ ପାର୍କ ସାହି ଜିଲ୍ଲା କାର୍ଯାଳୟ ଠାରେ ସାଥି ସୁଶାନ୍ତ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେଇଥିଲା | ଏହି ବୈଠକରେ ସର୍ଵ ଭାରତୀୟ ଉପ ସଭାପତି ସାଥି ପ୍ରଦୀପ ସେଠି ଯୋଗ ଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୁବ ମରଣା ନୀତି, ଦର ବୃଦ୍ଧି ଓ ମହିଳା ବିରୋଧରେ ଦୃଢ଼ ନିନ୍ଦା କରିଥିଲେ |ଏହା ସହ ରାଜ୍ୟ ଓ କେନ୍ଦ୍ର ସରକାର ନେଇ ଥିବା ଆଗାମୀ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରି ଥିଲେ | କେନ୍ଦ୍ର ସରକାରଙ୍କ ଯୁବ ମରଣା ନୀତି ବିରୋଧରେ ଆଗାମୀ ସେ୍ଟେମ୍ବର 28 ରେ RDC ଘେରାଓ ଅନୁଷ୍ଠିତ ହେବ ସେହି ପରି ଜାତୀୟ ପରିଷଦ ସ୍ତରୀୟ ଶିକ୍ଷା ଶିବିର ସେ୍ଟେମ୍ବର 9_17 ଅରୁଣାଞ୍ଚଳ ପ୍ରଦେଶର ବିଳାସପୁର ଠାରେ ଅନୁଷ୍ଠିତ ହେବ |ସେ ସମ୍ପର୍କରେ ଆଲୋଚନା କରିଥିଲେ |ଏହା ପରେ ଗଂଜାମ ଜିଲ୍ଲାର ସମ୍ପାଦକ ସାଥି କାମଦେବ ନାହାକ ଆସନ୍ତା ସେ୍ଟେମ୍ବର ମାସ ଭିତରେ ଜିଲ୍ଲାର ସମସ୍ତ ଜୋନର ଜୋନାଲ ସମ୍ମିଳନୀ ଅନୁଷ୍ଠିତ ହେବା ସହ ଆସନ୍ତା ନବେମ୍ବର ମାସ ଶେଷରେ ଜିଲ୍ଲା ଓ ଡ଼ିସେମ୍ବର ଶେଷରେ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହେବ | ଏହା ସହ ଜିଲ୍ଲାରୁ 20000 ସଭ୍ୟପଦ ନବୀକରଣ ହେବ |ଏହି ବୈଠକରେ ଜିଲ୍ଲାର ସମସ୍ତ ଜୋନାଲରୁ ଆସିଥିବା ସମସ୍ତ ସଭ୍ୟ ମାନେ ନିଜ ନିଜର ଅଭିଭାଷଣ ରଖିଥିଲେ |ଏହି ବୈଠକରେ ଜିଲ୍ଲା ନେତା ମନୋଜ ଗୌଡ଼, କୃଷ୍ଣ ଚନ୍ଦ୍ର ରାଉଳ, ଗୁରୁନାଥ ପ୍ରଧାନ, ଦୈତାରୀ ରେଡ୍ଡୀ, ଦଣ୍ଡପାଣି ପାତ୍ର, ନିରାକାର ବେହେରା, ମହେନ୍ଦ୍ର ପାତ୍ର, ଗୌରାଙ୍ଗ ପ୍ରଧାନ, ବିରେନ ରାହୁଲ,ଓ ମୁନା ପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ |

nis-ad
Leave A Reply

Your email address will not be published.