ଏଏନଏମ ଓ ନର୍ସିଂ ଛାତ୍ରଛାତ୍ରୀଙ୍କ କ୍ୟାଣ୍ଡେଲ ଶୋଭଯାତ୍ରା

ନବରଙ୍ଗପୁର : କୋଲକାତା ରେ କାର୍ଯ୍ୟରତ ଏକ ଡାକ୍ତରଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା ପ୍ରତିବାଦ ରେ ସାରା ଦେଶ ରେ ପ୍ରତିବାଦ ତିବ୍ରତର ହୋଇ ଚାଲିଛି । ଏନେଇ ପ୍ରତିବାଦ ସ୍ବରୂପ ନବରଙ୍ଗପୁରରେ ରବିବାର ଏଏନଏମ ଓ ନର୍ସିଂ ଛତ୍ରୀ ଛାତ୍ରଙ୍କ କ୍ୟାଣ୍ଡେଲ ଶୋଭଯାତ୍ରା କରିଥିଲେ । ସ୍ଥାନୀୟ ଦଶହରା ପଦା ଛକ ଠାରୁ ଜଗନ୍ନାଥ ମନ୍ଦିର ଓ ସେଠାରୁ ଆମ୍ବେଦକର ଛକ ପର୍ଯ୍ୟନ୍ତ କ୍ୟାଣ୍ଡେଲ ଶୋଭାଯାତ୍ରା ପହଞ୍ଚିଥିଲା । ଦିବଂଗତ ଡାକ୍ତରଙ୍କ ଆତ୍ମାର ସଦଗତି କାମନା କରିବା ସହିତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସରକାର ଗ୍ରହଣ କରନ୍ତୁ ବୋଲି ଦାବୀ କରିଛନ୍ତି ଏ.ଏନ.ଏମ୍ ଓ ନର୍ସିଂ ଛାତ୍ରଛାତ୍ରୀ। ଶୋଭାଯାତ୍ରାରେ ନବରଙ୍ଗପୁର ଓଡିଶା ନର୍ସିଂ ଏମ୍ପ୍ଲୟ ଆସୋସିଏଶନ(ଓଏନ ଇଏ) ନବରଙ୍ଗପୁର ଶାଖା, ଜି.ଏନ.ଏମ୍ କଲେଜ ସ୍କୁଲ, ଦୁଇଟି ଘରୋଇ ନର୍ସିଂ କଲେଜ ଛାତ୍ରଛାତ୍ରୀ ମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସଂଘର ସଭାପତି ସୁମିତ ଭତରା, ନର୍ସିଂ ଅତିରିକ୍ତ ସୁପରିଟେଣ୍ଡେଣ୍ଟ ମିରାରଣୀ ଜେନା, ସେବତୀ ସାହୁ, ସୁକାନ୍ତି ଲତା ମହାରାଜ, ପାର୍ଥ ସାରଥୀ ବେହେରା, ଅଶୋକ ଦୀପ, ଲଳିତା ଦଣ୍ଡସେନା, ଅନିତା ପୁଷ୍ପଲତା ଡୁଙ୍ଗଡୁଙ୍ଗ ସମେତ ଏଏନଏମ ଓ ନର୍ସିଂ ଛାତ୍ରଛାତ୍ରୀ ଶୋଭଯାତ୍ରାରେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.