ଆଫ୍ରିକାର ୧୩ଟି ରାଷ୍ଟ୍ରରେ ଆତଙ୍କ ସୃଷ୍ଟି କଲାଣି ଏମ୍ ପକ୍ସ, ଗଲାଣି ୫୨୪ ଜଣଙ୍କ ଜୀବନ

କରୋନା ଭଳି ମାରାତ୍ମକ ହେବ କି ଏମ୍ –ପକ୍ସ । ଏଭଳି ଆଶଙ୍କା ସୃଷ୍ଟି ହେଲାଣି । ୧୩ଟି ରାଷ୍ଟ୍ରରେ ଏହା ଆତଙ୍କ ସୃଷ୍ଟି କଲାଣି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଏମ୍ -ପକ୍ସକୁ ବିଶ୍ୱରେ ସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ଘୋଷଣା କରିସାରିଛି । ଆଫ୍ରିକୀୟ ଦେଶରେ ଦ୍ରୁତ ଗତିରେ ବ୍ୟାପୁଛି । ଆଫ୍ରିକାର ୧୩ଟି ଦେଶରେ ୧୪ ହଜାର ଆକ୍ରାନ୍ତ ହେଲେଣି । ଏବଂ ୫୨୪ ଜଣଙ୍କ ଜୀବନ ଗଲାଣି । । ବୁରୁଣ୍ଡି, କେନିଆ, ରୁଆଣ୍ଡା, ଉଗାଣ୍ଡା ଆଦି ରାଷ୍ଟ୍ରକୁ ବ୍ୟାପି ଗଲାଣି । ନୂଆ ରୂପରେ ବ୍ୟାପୁଛି ଭାଇରସ୍ । ଏହାକୁ ନେଇ ଚିନ୍ତା ପ୍ରକାଶ କରିଛି ହୁ । ବୁଧବାର Mpox କୁ ବିଶ୍ବ ସ୍ବାସ୍ଥ୍ୟ ଇମର୍ଜେନ୍ସୀ ଘୋଷଣା କରିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବୈଠକ ପରେ ଇମର୍ଜେନ୍ସୀ ଘୋଷଣା ହୋଇଛି ।

ଏହା ଏସିଆ ଓ ୟୁରୋପକୁ ମଧ୍ୟ ଡେଇଁଲାଣି । ସ୍ବିଡେନ ପରେ ପାକିସ୍ତାନରେ ତିନି ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାପରେ ଏସୀୟ ଦେଶଗୁଡିକ ସତର୍କ ବଢାଇଛନ୍ତି । ଚୀନ ବିଦେଶ ଫେରନ୍ତା ଯାତ୍ରୀଙ୍କ କଡ଼ା ଯାଞ୍ଚ କରୁଛି । ତିନି ବର୍ଷ ମଧ୍ୟରେ ଏମ-ପକ୍ସକୁ ନେଇ ଜରୁରୀ ସ୍ବାସ୍ଥ୍ୟ ସଙ୍କଟ ଘୋଷଣା କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।

୨୦୨୨ରେ ମଧ୍ୟ ଏମପକ୍ସକୁ ନେଇ ଜୁରୁରୀ ସ୍ବାସ୍ଥ୍ୟ ସଂକଟ ଘୋଷଣା କରାଯାଇଥିଲା । ସେତେବେଳେ ବିଶ୍ବର ୧୧୬ ଦେଶରେ ଏକ ଲକ୍ଷରୁ ଅଧିକ ଆକ୍ରାନ୍ତ ହୋଇଥିଲେ । ୨୦୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିଲା । ଏବେ ପୁଣି ବିଶ୍ବବ୍ୟାପୀ ଏହାର ପ୍ରକୋପ ବଢୁଥିବାରୁ, ଏହା କରୋନା ଭଳି ମହାମାରୀରେ ପରିଣତ ହୋଇ ପାରେ ବୋଲି ଆଶଙ୍କା ପ୍ରକାଶ କରାଯାଉଛି । ଏମ୍-ପକ୍ସର ଏକ ନୂଆ ପ୍ରଜାତି ଯୋଗୁଁ ସଂକ୍ରମଣ ବଢୁଥିବା ଅନୁମାନ କରାଯାଉଛି ।

ଏମପକ୍ସର ଲକ୍ଷଣ :

ଏମ୍ ପକ୍ସ ଏକ ଭୂତାଣୁ ଜନିତ ସଂକ୍ରମଣ । ପୀଡ଼ିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ଏହା ଦ୍ରୁତ ଗତିରେ ବ୍ୟାପେ । ଏମପକ୍ସରେ ଆକ୍ରାନ୍ତ ହେଲେ ସାମାନ୍ୟ ଜ୍ବର ହୁଏ ଏବଂ ଶରୀର ସାରା ଘା’ ସୃଷ୍ଟି ହୁଏ । ମୁଣ୍ଡବ୍ୟଥା ସହ ମାଂସପେଶୀରେ ଯନ୍ତ୍ରଣା ହୋଇଥାଏ ।

nis-ad
Leave A Reply

Your email address will not be published.