ସୃଜନ ସାହିତ୍ୟ ସଂସ୍କୃତି ସଂସଦର,ପଞ୍ଚମ ବାର୍ଷିକ ଉତ୍ସବ ପାଳିତ !

ଛତ୍ରପୁର : ସୃଜନ ସାହିତ୍ୟ ସଂସ୍କୃତି ସଂସଦ ପକ୍ଷରୁ ପଞ୍ଚମ ବାର୍ଷିକ ମହୋତ୍ସବ ଭବ୍ୟ ସମାହାରରେ ସମାହିତ ହୋଇଯାଇଛି । ଛତ୍ରପୁର ସ୍ଥିତ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ୍ ଠାରେ ଅନୁଷ୍ଠାନର ସଭାପତି ସୁସାହିତ୍ୟିକ ଡଃ. ପ୍ରଶାନ୍ତ କୁମାର ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଶ୍ରୀଯୁକ୍ତ ବିଚିତ୍ର ପଟ୍ଟନାୟକ , ମୁଖ୍ୟ ବକ୍ତା ଡଃ. କୁଳମଣି ଓଝା, ସମ୍ମାନିତ ଅତିଥି ଭାବେ ଛତ୍ରପୁର ପ୍ରାକ୍ତନ ବିଧାୟକ ଶ୍ରୀଯୁକ୍ତ ଅଶୋକ କୁମାର ଚୌଧୁରୀ, ସୁସାହିତ୍ୟିକ ଶ୍ରୀଯୁକ୍ତ ସୁଶାନ୍ତ ଦାଶ, ସମାଜସେବୀ ଶ୍ରୀ ତ୍ରିନାଥ ନାୟକ,ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଂଘର ସଭାପତି ଶ୍ରୀ ଶ୍ରୀକାନ୍ତ ମହାପାତ୍ର, ଶିକ୍ଷାବିତ୍ ଡଃ. ଭି. ରାଜେନ୍ଦ୍ର ରାଜୁ, ଆନ୍ଧ୍ର ପ୍ରଦେଶର ଶ୍ରୀମତୀ ଉଷା ରାଣୀ ପଣ୍ଡା ମଞ୍ଚାସୀନ ଥିଲେ । ସମ୍ପାଦକ ଶ୍ରୀ ସୋମନାଥ ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଅନୁଷ୍ଠାନର ଷଷ୍ଠ ଅର୍ଘ୍ୟ “ସୃଜନୀ” ପୁସ୍ତକ ଏବଂ ଆଇନଜୀବୀ ଶ୍ରୀ ଗୋକୁଳ ପଣ୍ଡାଙ୍କ ରଚିତ ପୁସ୍ତକ “ଏ କବିତା ଲୋକଙ୍କର” ଅତିଥିଙ୍କ ଗହଣରେ ଉନ୍ମୋଚିତ ହୋଇଥିଲା । ଓଡ଼ିଆ ସାହିତ୍ୟର ପ୍ରଚାର ଓ ପ୍ରସାର ନିମନ୍ତେ ଆଞ୍ଚଳିକ ସାହିତ୍ୟ ଅନୁଷ୍ଠାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ କୋଣ ଅନୁକୋଣରେ ଲୁକ୍କାୟିତ ହୋଇ ରହିଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ବଳିଷ୍ଠ ପଦକ୍ଷେପ ପାଇଁ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କୁ ଅତିଥି ମାନେ ସାଧୁବାଦ୍ ଜ୍ଞାପନ କରିଥିଲେ ।

ଆଞ୍ଚଳିକ ସାହିତ୍ୟ ଅନୁଷ୍ଠାନ ଗୁଡ଼ିକୁ ସରକାର କିଛି ଆର୍ଥିକ ଅନୁଦାନର ସହାୟତା ପ୍ରଦାନ କଲେ ସାହିତ୍ୟ ଅନୁଷ୍ଠାନ ସବୁ ବେଳେ ବଞ୍ଚି ରହିବା ସହ ଓଡ଼ିଆ ଭାଷା ଓ ଅସ୍ମିତା ନିଜ ଶ୍ରେଷ୍ଟତ୍ୱ ବଜାୟୀ ରଖିପାରିବ । ଅନ୍ତର୍ଜାତୀୟ ନୃତ୍ୟ ଗୁରୁ ଶ୍ରୀମତୀ ଅଳକା ସାହୁଙ୍କ ନୃତ୍ୟ ଗ୍ରୁପ୍ କୁନି କୁନି ଝିଅ କଳାକାରଙ୍କୁ ନେଇ ସୁନ୍ଦର ଓଡ଼ିଶୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ମୁଗ୍ଧ କରିଥିଲେ । ସରସ୍ବତୀ ଶିଶୁମନ୍ଦିର ମନ୍ଦିର ଛାତ୍ର ଶ୍ରୀ ଅଙ୍କିତ ଆଚାର୍ଯ୍ୟ ମାଆ ପାଇଁ ଏକ ସୁନ୍ଦର ଏକାକୀ ନୃତ୍ୟ ପରିବେଷଣ କରିଥିଲେ । ଦ୍ଵିତୀୟ ଅଧିବେଶନରେ 32 ଜଣ କବି କବୟିତ୍ରୀ କବିତା ଆସରରେ ଭାଗ ନେଇ ସ୍ୱରଚିତ କବିତା ପାଠ କରି ମାନପତ୍ର ପ୍ରାପ୍ତ କରିଥିଲେ । ସମାଜସେବା ପାଇଁ ସମାଜ ସେବୀ ଶ୍ରୀ ଦେବାଶିଷ ମିଶ୍ର, ଗଣମାଧ୍ୟମ ପ୍ରତିନିଧି ମାନଙ୍କ ନିରପେକ୍ଷ ସମ୍ବାଦ ପରିବେଷଣ ଏବଂ ସୁସ୍ଥ ସମାଜ ଗଠନ ଦିଗରେ ଉତ୍କୃଷ୍ଟ ସେବା ପାଇଁ କନକ ଟିଭି ରିପୋଟେର ଶ୍ରୀ ଭଗବାନ ଦାଶ,କଳିଙ୍ଗ ଟିଭି ରିପୋର୍ଟର ଶ୍ରୀ ସନ୍ତୋଷ ସାହୁ, ଶ୍ରୀ ରବୀନ୍ଦ୍ର ନାଥ ପଣ୍ଡା, ଶ୍ରୀ ବସନ୍ତ ମହାରଣା, ଶ୍ରୀ ସରୋଜ ସାମଲ, ଶ୍ରୀ ରବୀନ୍ଦ୍ର ନାଥ ପଣ୍ଡା, କେ.ସତ୍ୟନାରାୟଣ ରେଡି ସମ୍ମାନିତ ହୋଇଥିଲେ । ସୁଦୂର ଆନ୍ଧ୍ର ପ୍ରଦେଶରେ ଓଡ଼ିଆ ଭାଷା ଓ ଓଡ଼ିଆ ସାହିତ୍ୟକୁ ବଞ୍ଚେଇ ରଖିବାର ଅହରହ ପ୍ରଚେଷ୍ଠା ପାଇଁ ଶ୍ରୀମତୀ ଉଷାରାଣୀ ପଣ୍ଡା, ଶ୍ରୀ ଦୀପକ ପାଣିଗ୍ରାହୀ, ଶ୍ରୀ ପ୍ରସନ୍ନ ପ୍ରଧାନ, ଶ୍ରୀ ପିଣ୍ଟୁ ପ୍ରଧାନ, ଶ୍ରୀ ସୁଦାମ ପ୍ରଧାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଗାଳ୍ପିକା ଡଃ. ଝରଣା ଶତପଥୀ, ଶ୍ରୀମତୀ ଇନ୍ଦିରା ପାଣିଗ୍ରାହୀ, ମୋହନା, ଶ୍ରୀ ନୀଳକଣ୍ଠେଶ୍ଵର ଦାଶ, ବ୍ରହ୍ମପୁର, ଶ୍ରୀମତୀ ବିଶ୍ୱଜିତା ବରାଳ, ପୁରୀ ସାହିତ୍ୟ କୃତି ପଶିଣ ସମ୍ମାନିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ କବି ନିରଞ୍ଜନ ତ୍ରିପାଠୀ, ଶ୍ରୀକାନ୍ତ ମିଶ୍ର, ଗୋକୁଳ ପଣ୍ଡା, ଶରତ ମହାପାତ୍ର, ଯତିରାଜ ନାୟକ, ରୀତା ରଥ, ବିନୋଦିନୀ ନାୟକ, ମାଧବ ମହାପାତ୍ର, ବସନ୍ତି ଲତା ସ୍ୱାଇଁ, ମାଗୁଣି ଶତପଥୀ, ରାମଚନ୍ଦ୍ର ନନ୍ଦ, ଦୁର୍ଗା ଚରଣ ପଲେଇ, ବଳରାମ ପଲେଇ ଏବଂ ସହରର ଅନେକ ଜ୍ଞାନୀ ଓ ଗୁଣି ବ୍ୟକ୍ତି ମନେ ଉପସ୍ଥିତ ରହିଥିଲେ । ଶ୍ରୀ ରାଈ ରଞ୍ଜନ ନନ୍ଦ ଏବଂ ସାଗରୀକା ଆଚାର୍ଯ୍ୟ ମଞ୍ଚ ସଂଯୋଜନା ଏବଂ ସନ୍ତୋଷ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।।

nis-ad
Leave A Reply

Your email address will not be published.