ମାନସିକ ସ୍ୱାସ୍ଥ୍ୟ ଏବଂ ପ୍ରତିବନ୍ଧକ ସମ୍ପର୍କିତ ଆଲୋଚନା ଚକ୍ର…

ଫୁଲବାଣୀ : ଫୁଲବାଣୀ ଜନ ସଚେତନତା ଅଭାବରୁ ସମଗ୍ର ପୃଥିବୀ ମଧ୍ୟରେ ଦିନକୁ ଦିନ ମାନସିକ ଅସୁସ୍ଥ ବ୍ୟକ୍ତି ମାନଙ୍କ ସଂଖ୍ୟ ବୃନ୍ଧି ହେବାରେ ଲାଗିଛି । ମଣିଷ ମଧ୍ୟରେ ଥିବା ମାନସିକ ଅସୁସ୍ଥତାକୁ ଚିହ୍ନିବା ସହଜ ବିଷୟ ହୋଇ ନ ଥିବାରୁ ଲୋକମାନେ ଚିକିତ୍ସାରେ ଅବହେଳା କରିଥାନ୍ତି । ଯାହାର ଫଳ ସ୍ୱରୁପ ସମାଜ ମଧ୍ୟରେ ଦିନକୁ ଦିନ ଅବସାଦ ଆତ୍ମହତ୍ୟା, ହତ୍ୟା ପରି ବିଭିନ୍ନ ଜଘନ୍ୟ ଅପରାଧ ବୃଦ୍ଧି ପାଇବାରେ ଲାଗିଛି ।ଏହି ସବୁପରିସ୍ଥିତି କୁ ଆଖି ଆଗରେ ରଖି ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଏବଂ ରୋଟାରୀ କ୍ଲବ୍ ଫୁଲବାଣୀ ର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ରୋଟାରୀ ସେବା ଟ୍ରଷ୍ଟ୍ ପରିସର ଫୁଲବାଣୀ ରେ ମାନସିକ ସ୍ୱାସ୍ଥ୍ୟ ପ୍ରତିବନ୍ଧକ ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ରୋଟାରୀଆନ୍ ତଥା ଆଇନଜିବୀ ବିଜୟ କୃଷ୍ନ ପଟ୍ଟନାୟକ ପରିବାର ମାନଙ୍କ ସମସ୍ୟାର ଉଦାହରଣ ଦ୍ୱାରା ମଣିଷ ର ମାନସିକ ଅବସ୍ଥାକୁ ବୁଝାଇବାକୁ ଚେଷ୍ଟା କରିଥିଲେ ଏବଂ ଏହି କାର୍ଯ୍ୟକ୍ରମ କୁ ମିଳିତ ଭାବରେ କିପରି ଆହୁରି ସୁଦୃଢ଼ କରାଯିବ ସେହି ବିଷୟ ରେ ଆଲୋକପାତ କରିଥିଲେ । ସ୍ୱାତୀ ଅନୁଷ୍ଠାନର ପ୍ରକଳ୍ପ ସଂଯୋଜକ ପ୍ରଦୀପ ସ୍ୱାଇଁ ମାନସିକ ସ୍ୱାସ୍ଥ୍ୟ ଅବସ୍ଥା , ମାନସିକ ରୋଗ , ଆନ୍ଦୋଳିତ ମାନସିକ ଅବସ୍ଥା ବିଷୟ କୁ ବିଭିନ୍ନ ଲେଖା ଏବଂ ଭିଡିଓ ମାଧ୍ୟମ ରେ ଅଂଶଗ୍ରହଣକାରି ମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ବିଭାଗର କ୍ଲିନିକାଲ ସାଇକୋଲଜିଷ୍ଟ ତପସ୍ୱିନୀ ଆଚାର୍ଯ୍ୟ ମାନସିକ ଅସୁସ୍ଥତା ର କାରଣ,ଲକ୍ଷଣ,ନିରାକରଣ ଏବଂ ଯୌଥ ପରିବାର ର ଉପାଦେୟତା ବିଷୟରେ ବୁଝାଇଥିଲେ । ମାନସିକ ଅସୁସ୍ଥ ବ୍ୟକ୍ତି ମାନଙ୍କୁ ଚିକିତ୍ସା ପରିସର କୁ ଆଣିବା ନିମନ୍ତେ ଦେଖା ଦେଉଥିବା ପ୍ରତିବନ୍ଧକର କାରଣ ସମ୍ବଦ୍ଧରେ ସ୍ୱାତୀ ଅନୁଷ୍ଠାନ ର ମାନସିକ ସ୍ୱାସ୍ଥ୍ୟ ସ୍ୱଚ୍ଛାସେବୀ ମାନେ ସମସ୍ତଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମ ରେ ଯତ୍ନକାରୀ ମାନେ ଉପସ୍ଥିତ ରହି ସେମାନଙ୍କ ଅନୁଭୁତିମାନ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ । ମାନସିକ ଅସୁସ୍ଥ ବ୍ୟକ୍ତି ମାନଙ୍କ ପ୍ରତି ପରିବାର ଏବଂ ସମାଜର ଦାଇତ୍ୱ ବିଷୟରେ କନ୍ଧମାଳ ଜିଲ୍ଲା ର ଉପ ଆରକ୍ଷୀ ଅଧିକାରୀ ସର୍ବେଶ୍ୱର ବେହେରା ସମ୍ୟକ୍ ଧାରଣା ଦେଇଥିଲେ । ମାନସିକ ଅସୁସ୍ଥ ବ୍ୟକ୍ତି ମାନଙ୍କ ନିମନ୍ତେ ଯତ୍ନକାରୀ ମାନଙ୍କ ଭୂମିକା ଯେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏହି ବିଷୟ ରେ ସ୍ୱାତୀ ଅନୁଷ୍ଠାନର ସମ୍ପାଦକ ଇଂ.ହରିଶଙ୍କର ରାଉତ୍ ପ୍ରକାଶ କରିଥିଲେ । ଆଗାମି ଦିନ ମାନଙ୍କରେ ସ୍ୱାତୀ ଏବଂ ରୋଟାରୀ ମିଳିତ ଭାବରେ କିପରି ମାନସିକ ଅସୁସ୍ଥ ବ୍ୟକ୍ତି ମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ସବୁ କରିପାରିବେ ସେହି ବିଷୟରେ ରୋଟାରୀ କ୍ଲବ୍ ର ସଭାପତିରୋଟାରୀଆନ୍ ବିପ୍ର ଚରଣ ପାତ୍ର ଯୋଜନା ପ୍ରସ୍ତୁତ କରାଯିବ ବୋଲି ପ୍ରକାଶ କରିଥିଲେ । ଏହି କର୍ମଶାଳାରେ ସମସ୍ତ ରୋଟାରୀଆନ୍ ସର୍ବେଶ୍ଵର ମିଶ୍ର, ରବିନାରୟଣ ସୁବୁଧି, ଗ୍ୟାନ କୁମାର ଦୋରା, ପ୍ରକାଶ କୁମାର ପଣ୍ଡା , ଶିଶୁ ମଙ୍ଗଳ ସମିତି ର ସଭ୍ୟ ସଦାଶିବ ପାତ୍ର , ଗଣ ମାଧ୍ୟମ ପ୍ରତିନିଧି , ଆଗଧାଡି ସ୍ୱାସ୍ଥ୍ୟକର୍ମୀ, ଜନ ସମ୍ପର୍କ ଅଧିକାରୀ ପବ୍ଲିକ ସ୍କୁଲ୍, ସ୍ୱାତୀ ଅନୁଷ୍ଠାନର ମାନସିକ ସ୍ୱାସ୍ଥ୍ୟ ପ୍ରକଲ୍ପ ର କର୍ମକର୍ତା, ଜତ୍ନକାରୀ , ସୁସ୍ଥ ଲାଭ କରିଥିବା ମାନସିକ ଅସୁସ୍ଥ ବ୍ୟକ୍ତି ,କ୍ଷେତ୍ରକର୍ମୀ ଆଲୋକ ସାମନ୍ତରାୟ, ପ୍ରକଲ୍ପ ସଂଯୋଜକ ବୈକୁଣ୍ଠ ଚନ୍ଦ୍ର ଦାଶ , ଯୋଗ ଦେଇଥିଲେ । ଏବଂ କାର୍ଯ୍ୟକ୍ରମ କୁ ପ୍ରଦୀପ୍ ସ୍ୱାଈଁ ପରିଚାଳନା କରିଥିଲେ । ରୋଟାରୀ କ୍ଲବ ଓ ସ୍ୱାତୀ ଆଗାମି ଦିନରେ କିପରି ସ୍ୱାତୀ ଦ୍ୱାରା ଚିହ୍ନଟ ୨ ଗୋଟି ବ୍ଲକ ( ଫୁଲବାଣୀ ଓଫିରଙ୍ଗିଆ) ୮୦୬ ମାନସିକ ଅସୁସ୍ଥ ବ୍ୟକ୍ତି ଙ୍କୁ କିପରି ସହଯୋଗ କରିପାରିବ ଏହି କର୍ମଶାଳା ର ମୂଳ ଲକ୍ଷ ଥିଲା ସର୍ବଶେଷରେ ରୋଟାରିଆନ ପ୍ରସନ ପଣ୍ଡା ସମସ୍ତ ଅଂଶଗ୍ରହଣ କାରି ଓ ଅତିଥିଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

nis-ad
Leave A Reply

Your email address will not be published.