ଲ୍ୟାମ୍ପସ ଏମ ଡି ଙ୍କ ନାମରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ…

ଉମରକୋଟ /ଝରୀଗାଁ (୧୮/୦୮/୨୦୨୪) ନବରଙ୍ଗପୁର ଜ଼ିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ହେଇଥିବାରୁ ତାହାର ସୁଯୋଗ ନେଇ , ସରଳ ସିଧା ଆଦିବାସୀ ସମ୍ପ୍ରଦାୟର ଲୋକ ମାନଙ୍କ ବଡ଼ ବଡ଼ ଶିକ୍ଷିତ ବାବୁ ମାନେ ଦିନ ଦ୍ବିପ୍ରହରେ ଲୁଟି ମାଲାମାଲ ହୋଇଥିବାରୁ ନଥି ବିଭିନ୍ନ ସମୟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ଉପରସ୍ତ ହାୟର ବଡ଼ ବାବୁ ମାନେ ଜାଣି ଶୁଣି ସେମାନେ ମଧ୍ୟ ମୋଟା ଅଙ୍କର ଟଙ୍କା ପକେଟରେ ପୁରାଇ ଚୁପ ରହି ସବୁ ଦବେଇ ଦେଉଛି।କଥାରେ ଅଛି ‘ କହିବୁ ଯାହାକୁ, ଗୋହିତା କରିଛି ତାହାକୁ’ ରକ୍ଷକ ଯଦି ଭକ୍ଷକ ହୁଏ ତାହା ହେଲେ କହିବ କାହାକୁ। ସୂଚନା ପ୍ରକାରେ,ଝରୀଗାଁ ଲ୍ୟାମ୍ପସ ଏମ ଡି ଶ୍ରୀ ନରସିଂ ଗୌଡ଼ଙ୍କ ବିରୋଧରେ ଉକ୍ତ ଲ୍ୟାମ୍ପସର ଅସନ୍ତୁଷ୍ଟ ଥିବା ପରିଚାଳନା ପରିଷଦର ୯ ଜଣ ସଦସ୍ୟ/ସଦସ୍ୟା ନବରଙ୍ଗପୁର ତତକାଳୀନ ଜିଲ୍ଲାପାଳ ଶ୍ରୀ କମଳ ଲୋଚନ ମିଶ୍ରଙ୍କ ନିକଟରେ ଚଳିତ ମାସ 0୬ ତାରିଖ ରେ ଶ୍ରୀ ଗୌଡ଼ଙ୍କୁ ବହିଷ୍କାର କରିବା ନିମନ୍ତେ ଅଭିଯୋଗ କରିଥିଲେ ଉକ୍ତ ଅଭିଯୋଗକୁ ଭିତ୍ତି କରି ମାନନୀୟ ଜିଲ୍ଲାପାଳ ARCS ଙ୍କୁ ତଦନ୍ତ କରି ତୁରନ୍ତ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇ ଥିଲେ l ARCS ଉକ୍ତ ତଦନ୍ତ ସକାଶେ ଚଳିତ ମାସ ୨୧ ତାରିଖ ଧାର୍ଯ୍ୟ କରି ଉଭୟ ପକ୍ଷଙ୍କୁ ଚିଠି ନଂ ୯୦୪, ତା ୧୨.0୮.୨୪ ରେ ଅବଗତ କରେଇଛନ୍ତି l ପରିଷଦ ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ ଶ୍ରୀ ଗୌଡ଼ ସାର କାରବାରରେ ବ୍ୟାପକ ଦୁର୍ନୀତି କରିବା ତଥା ଲୋକ ଦେଖି ସମସ୍ତ ସାର ଆଦାନ ପ୍ରଦାନ କରିବା, ଚାଷୀ ମାନେ ୟୁରିଆ ସାର ନେବା ପାଇଁ ଆଗ୍ରହୀ ଥିବା ବେଳେ ଚାଷୀଙ୍କୁ ଆବଶ୍ୟକ ନ ଥିବା ଡିଏପି ଓ ପୋଟାସ ଖତ ନେବା ପାଇଁ ଜବରଦସ୍ତି ବାଧ୍ୟ କରିବା, ଅନେକ ସମୟରେ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିବା, ଧାନ ମଣ୍ଡିରେ ବ୍ୟାପକ ଦୁର୍ନୀତି କରି ଅସାଧୁ ଉପାୟରେ ଟଙ୍କା ଉପାର୍ଜନ କରିବା, ମଣ୍ଡିରେ ଲୋକଙ୍କୁ ଠିକ ସୁବିଧା ନ ଯୋଗେଇବା, ଲୋକଙ୍କୁ ଖରାପ ବ୍ୟବହାର କରିବା ଭଳି ସଂଗୀନ ଅଭିଯୋଗ ପରିଷଦ ସଦସ୍ୟ / ସଦସ୍ୟା କରିଛନ୍ତି। ଶ୍ରୀ ଗୌଡ଼ଙ୍କ ବିରୋଧରେ ଏହା ପ୍ରଥମ ଅଭିଯୋଗ ନୁହେଁ ଏହା ପୂର୍ବରୁ ୨0୨୧ ମସିହା ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଦିବସରେ ନିଜ ଲାମ୍ପସ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଅବତରଣ ନ କରିବା ସହ ଜାତୀୟ ପତାକା ପ୍ରତି ଅସମ୍ମାନ ଦର୍ଶାଇ ସ୍ଥାନୀୟ ବାସିନ୍ଦା ଝରୀଗାଁ ଥାନାରେ ଅଭିଯୋଗ କରିବା ସହ ଶ୍ରୀ ଗୌଡ଼ଙ୍କ ବିରୋଧରେ ଜାତୀୟ ମାନବାଧିକାର କମିଶନଙ୍କ ଓ ଅନ୍ୟାନ୍ୟ ଅଧିକାରୀଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ। ଏହା ଛଡା ଶ୍ରୀ ଗୌଡ଼ ୨0୨୨ ମସିହା ନଭେମ୍ବର ମାସରେ ଧାନ ମଣ୍ଡି ସକାଶେ ହେଉଥିବା ସେଟଲାଇଟ ସର୍ଭେରେ ଦୁର୍ନୀତି ଓ ଅନିୟମିତତା କରି ନିଜ ପଦବୀରୁ ନିଲମ୍ବନ ମଧ୍ୟ ହେଇଥିଲେ। ନିରୀହ ଆଦିବାସୀ ଲୋକଙ୍କ ଦଳିତ ନିଷ୍ପେସିତ, ନାଲି ଆଖି ଦେଖେଇ ଦିନ ଦ୍ବିପ୍ରହରେ ଶୋଷନ କରୁଥିବା ଭ୍ରଷ୍ଟାଚାର ଦୁର୍ନୀତିରେ ଲିପ୍ତ ବଡ଼ ବାବୁ ଓ ଅଫିସର ମାନଙ୍କ ବିରୁଦ୍ଧରେ କୌଣସି ପ୍ରକାରର ଆଇନ ନାହିଁ କି କହି ଝରୀଗାଁ ବ୍ଲକର ସାଧାରଣ ଜନତା, ବୁଦ୍ଧିଜୀବୀ, ଜ୍ଞାନୀଗୁନି ମହଳରେ ଚର୍ଚ୍ଚା ଜୋର ଧରିଛ।

nis-ad
Leave A Reply

Your email address will not be published.