ନାବାଳିକାଙ୍କ ମୃତ୍ୟୁକୁ ନେଇ ସନ୍ଦେହ, ଥାନାରେ ଏତଲା…

ଫୁଲବାଣୀ; ସଦର ଥାନା ଅଞ୍ଚଳର ଜନୈକା ନାବାଳିକାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏପଟେ ପରିବାର ଲୋକ ଝିଅକୁ ହତ୍ୟା କରାଯାଇଥବା ନେଇ ଥାନାରେ ଏତଲା ଦେଇଛନ୍ତି। ମୃତ ନାବାଳିକାଙ୍କ ନାମ ସୁବି ଦିଗାଲ (୮ବର୍ଷ) । ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡି ଅଧୀନ ସରଡା ପଞ୍ଚାୟତ ଦାରୁକୁମ୍ପା ଗ୍ରାମର ଗୋବିନ୍ଦ ଦିଗାଲଙ୍କ ଝିଅ ସୁବି ସଦର ଥାନା ଆଲାମୀ ଗ୍ରାମରେ ଥିବା ତାଙ୍କ ମାମୁ ସୁନୀଲ ଦିଗାଲଙ୍କ ଘରେ ଗତ ଛଅମାସ ହେଲା ରହି ଗାଁ ସ୍କୁଲରେ ପାଠ ପଢୁଥିଲେ। ଶୁକ୍ରବାର ରାତି ପ୍ରାୟ ୯ଟାରେ ତାଙ୍କୁ ସାମାନ୍ୟ ଜ୍ଵର ହୋଇଥିଲା। ଘର ଲୋକ ତାଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ରାତି ପ୍ରାୟ ୧୦ଟା ସମୟରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯିବାରେ ସେମାନେ ଆସି ମେଡିକାଲରେ ପହଞ୍ଚିଥିଲେ। ତେବେ ଝିଅର ଏଭଳି ଆକସ୍ମିକ ମୃତ୍ୟୁକୁ ତାଙ୍କ ପରିବାର ଲୋକ ସହଜରେ ଗ୍ରହଣ କରି ପାରି ନଥିଲେ। ସୁବିଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ଗୋବିନ୍ଦ ଦିଗାଲ ସଦର ଥାନାରେ ଅଭିଯାଗ କରିଛନ୍ତି । ଅତିରିକ୍ତ ଥାନା ଅଧିକାରୀ ପ୍ରଦୀପ ରାଉଳ ଏବଂ ଫୁଲବାଣୀ ଟାଉନ ଥାନା ଅଧିକାରୀ କନକ ମାଝୀ ନାବାଳିକାର ଶବକୁ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠେଇ ଦେଇଛନ୍ତି। ପୁଲିସ ମୃତ ନାବାଳିକାର ମାମୁ ସୁନୀଲ ଦିଗାଲ ଓ ତାଙ୍କ ସ୍ତ୍ରୀ ଲିପି ଦିଗାଲଙ୍କୁ ଥାନାକୁ ଡାକି ପଚରାଉଚୁରା କରୁଥିବା ସଦର ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତା। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ଯ ର ପ୍ରକୃତ କାରଣ ଜଣାପଡିବ ବୋଲି ସେ କହିଛନ୍ତି ।

nis-ad
Leave A Reply

Your email address will not be published.