କୃଷକମାନଙ୍କୁ ସବୁ ପ୍ରକାର ସହଯୋଗ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ: ମନ୍ତ୍ରୀ କୃଷ୍ଣ ପାତ୍ର

ଫୁଲବାଣୀ : ଓଡ଼ିଶା ସରକାରଙ୍କର ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ କନ୍ଧମାଳ ଜିଲ୍ଲା ବଣ୍ଟନ ବ୍ୟବସ୍ଥାର କାର୍ଯ୍ୟକାରିତା ଉପରେ ଆଜି ସମୀକ୍ଷା କରିଛନ୍ତି । ଜିଲ୍ଲାରେ ଧାନ ଚାଷ କମ୍ ହେଉଥିବାରୁ କମ୍ ପରିମାଣର ଧାନ ସଂଗ୍ରହ କରାଯାଉଛି । ସେଥ‌ିପାଇଁ ଜଣେ ମାତ୍ର ମିଲର ଧାନ ସଂଗ୍ରହ କରୁଛନ୍ତି । ତେବେ ମୁଣ୍ଡିରେ କେବଳ କନ୍ଧମାଳ ଜିଲ୍ଲା ନୁହେଁ ପ୍ରାୟ ସବୁ ଜିଲ୍ଲାରେ ଅବ୍ୟବସ୍ଥା ପରିଲକ୍ଷିତ ହେଉଛି । ଫଳରେ ସେମାନେ ବାଧ୍ୟ ହୋଇ କମ୍ ଦାମ୍‌ରେ ସ୍ଥାନୀୟ ଦଲାଲମାନଙ୍କୁ ବିକ୍ରି କରିଦେଉଛନ୍ତି । ଦଲାଲମାନେ ମିଲରମାନଙ୍କ ଲୋକ ବୋଲି ମଧ୍ୟ ଜଣାପଡ଼ିଛି। ତେବେ, ସରକାରୀ ଅଧିକାରୀ ମାନେ ସେହି ଭଳି କାର୍ଯ୍ୟରେ ମିଲର ମାନଙ୍କ ସହଯୋଗ ନକରିବାକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ପାତ୍ର ପରାମର୍ଶ ଦେଇଛନ୍ତି । କ୍ରିଣ୍ଟାଲ ପିଛା ୩ ହଜାର ୧୦୦ ଟଙ୍କା ଲେଖାଏଁ ୪୮ଘଣ୍ଟାରେ ଚାଷୀଙ୍କ ଆକାଉଣ୍ଟକୁଯିବା ପାଇଁ ସମସ୍ତ ପ୍ରକାର ବ୍ବ୍ୟବସ୍ଥା କରିବା ପାଇଁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । କୃଷକ ମାନଙ୍କ ରେଜିଷ୍ଟ୍ରେସନ ପାଇଁ ଆଉ ୭ ଦିନ ବୃଦ୍ଧି କରାଯାଇଛି। ମଣ୍ଡିରେ ବସିବା ପାଇଁ ବ୍ୟବସ୍ଥା କରିବା ସହିତ ପିଇବା ପାଣି ଯୋଗାଇ ଦିଆଯିବ। ଏଣିକି ମଣ୍ଡିରେ ଧାନ ସଂଗ୍ରହ ପାଇଁ ବିଳମ୍ବ ହେଲେ ସେମାନଙ୍କ ପାଇଁ ଖାଇବା ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ଫଳରେ ଅଧିକ ଚାଷୀ ଧାନ ଚାଷ କରିବା ପାଇଁ ଇଚ୍ଛାପ୍ରକାଶ କରିବେ। କୃଷକମାନଙ୍କୁ ସବୁ ପ୍ରକାର ସହଯୋଗ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ। କେଉଁ ଚାଷୀମାନେ ପ୍ରକୃତରେ ଧାନ ଚାଷ କରୁଛନ୍ତି ତାହା ଜାଣିବା ପାଇଁ ସରକାର ମଧ୍ୟ ବ୍ୟବସ୍ଥା କରିଛନ୍ତି । କୌଣସି ପଡ଼ି ଅଯୋଗ୍ୟ ବ୍ୟକ୍ତିମାନଙ୍କୁ ରେସନ୍ କାର୍ଡ଼ ନ ଦେବା ଲାଗି ମଧ୍ୟ ପରାମର୍ଶ ଦେଇଥିଲେ। ବହୁ ଯୋଗ୍ୟ ବ୍ୟକ୍ତି କାର୍ଡ଼ ପାଇପାରି ନାହାଁନ୍ତି । ସେମାନଙ୍କୁ ଚହ୍ନଟ କରିବା ପାଇଁ ବ୍ୟବସ୍ଥା କରାଯାଉଛି । ଅନ୍ତୋଦୟ ଅନ୍ନ ଯୋଜନାରେ ଯେଉଁମାନେ କାର୍ଡ଼ ପାଇଛନ୍ତି ସେମାନଙ୍କ ଘରକୁ ଯାଇ ସେ ଏହି କାର୍ଡ଼ ପାଇବାକୁ ଯୋଗ୍ୟ କି ନା ଦେଖିବାକୁ ପରାମର୍ଶ ଦେଇଥିଲେ । ସେହି ଚାଉଳକୁ ଯେପରି ବିକ୍ରି କରା ନ ଯାଏ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବାକୁ କହିଥିଲେ । ସଠିକ୍ ଓଜନର ଚାଉଳ ଯୋଗାଇଦେବାକୁ ମଧ୍ୟ କହିଥିଲେ । କାରଣ ଅଭିଯୋଗ ଆସୁଛି ଏବଂ ଧରାପଡ଼ି କେତେକ ଅସାଧୁ ଅଧିକାରୀ ଏଇ ନିକଟରେ ନିଲମ୍ବିତ ହୋଇଛନ୍ତି । ରନ୍ଧନ ଗ୍ୟାସ ପାଇଁ ବୁକିଙ୍ଗ କରିବାର ୪୮ ଘଣ୍ଟା ମଧ୍ୟରେ ଯୋଗାଇଦେବା ପାଇଁ ପରାମର୍ଶ ଦେଇଥିଲେ । ଏକ ମିଶନ ନେଇ ଆଳୁ ଚାଷ କରାଯିବ ବୋଲି ସ୍ଥିର କରାଯାଇଛି। ଆବଶ୍ୟକ ପଡ଼ିଲେ ଧାନ ଭଳି ହଳଦୀ ସଂଗ୍ରହ ପାଇଁ ମଣ୍ଡି ବ୍ୟବସ୍ଥା କରାଯିବ। ଆଶା କରାଯାଉଛି ଯେ ସଂପୃକ୍ତ ଅଧିକାରୀମାନେ ସରକାରଙ୍କୁ ଏ ଦିଗରେ ସହଯୋଗ କରିବେ । ଲୋକମାନଙ୍କୁ ସରକାରୀ ଅଧିକାରୀ ଓଜନ ପ୍ରତିନିଧିଙ୍କ ମିଳିତ ସେବା ଆବଶ୍ୟକ । ଏଥିରେ ବ୍ୟତିକ୍ରମ ହେଲେ, ସଂପୃକ୍ତ ଅଧିକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ। କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଜିଲ୍ଲାର ଅଧିକାରୀ ମାନେ ଖୁବ୍ ଶିଘ୍ର ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ବାଦ୍ ଦେବା ସହିତ ଯୋଗ୍ୟ ହିତାଧିକାରୀଙ୍କୁ ଯୋଗ କରିବାକୁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଚାପରେ ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ, କନ୍ଧମାଳ ଜିତେନ୍ଦ୍ରିୟ ମିଶ୍ର ପାଓ୍ବାର ପଏଣ୍ଡ ମାଧ୍ୟମରେ କନ୍ଧମାଳ ଜିଲ୍ଲାର ସାଧାରଣ ବଣ୍ଟନ ବ୍ୟବସ୍ଥା, ସରକାରୀ ସୁଲଭ ମୂଲ୍ୟ ଦୋକାନ, ବିଭିନ୍ନ ଯୋଜନାରେ ଯୋଗାଇ ଦିଆଯାଉଥିବା ଚାଉଳ ପରିମାଣ, ସାଧାରଣ ବଣ୍ଟନ ବ୍ୟବସ୍ଥା ପାଇଁ ଜିଲ୍ଲାର ଅନ୍‌ଲାଇନ ଓ ଅଫଲାଇନ ସେଣ୍ଟର, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷାଯୋଜନାରେ ଯୋଗାଇ ଦିଆଯାଉଥିବା ସମୁଦାୟ ଚାଉଳ ପରିମାଣ,ବିଭିନ୍ନ ଯୋଜନା ରେ ଦିଆଯାଇଥିବା ରାସନ କାର୍ଡ଼ ସଂଖ୍ୟା ଇତ୍ୟାଦି ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଉକ୍ତ ସମୀକ୍ଷା ବୈଠକରେ, ମାନ୍ୟବର ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, ମୁଖ୍ୟ ଉନ୍ନୟନ ଅଧିକାରୀ -ତଥା-କାର୍ଯ୍ୟ ନିର୍ବାହୀ ଅଧିକାରୀ , ଜିଲ୍ଲା ପରିଷଦ, କନ୍ଧମାଳ ରତ୍ନାକର ସାହୁ, ଅତରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା, ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ, ଉପ-ଜିଲ୍ଲାପାଳ ଚିତ୍ତ ରଞ୍ଜନ ମହନ୍ତ, ପ୍ରକଳ୍ପ ପ୍ରଶାସକ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା,ଫୁଲବାଣୀ ଦେବଜାନୀ ଭୁୟାଁ, ସହକାରୀ ଯୋଗାଣ ଅଧିକାରୀ ସୂର୍ଯ୍ୟ କୁମାର ପାଣିଗ୍ରାହୀଙ୍କ ସମେତ ସମସ୍ତ ସରକାରୀ ପଦାଧିକାରୀ, ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.