ମାଗଣାରେ ମିଳିବ ମହାପ୍ରସାଦ

ପୁରୀ: ଆଗକୁ ମାଗଣାରେ ମିଳିବ ମହାପ୍ରସାଦ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ସମସ୍ତ ଭକ୍ତଙ୍କୁ ମାଗଣାରେ ମହାପ୍ରସାଦ ବଣ୍ଟନ କରାଯିବ ବୋଲି ଯୋଜନା କରୁଛନ୍ତି ସରକାର ।  ପୁରୀରେ ରଥ ସେବା ସମ୍ମାନ- ୨୦୨୪ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କିଛି ଏମିତି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ଏନେଇ ମନ୍ତ୍ରୀ କହିଛନ୍ତି, ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଛନ୍ତି । ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିବା ସମସ୍ତ ଭକ୍ତଙ୍କୁ ଆଗାମୀ ଦିନରେ ମହାପ୍ରସାଦ ମାଗଣା ବଣ୍ଟନ କରାଯିବ । ଏଥିପାଇଁ ସରକାର ଏହାକୁ ରୂପରେଖ ଦେବା ପାଇଁ ଯୋଜନା କରୁଛନ୍ତି । କିଭଳି ଏହା ଦୀର୍ଘମିଆଦି ହେବ, ଲୋକଙ୍କୁ ମାଗଣାରେ ସବୁଦିନ ମହାପ୍ରସାଦ ମାଗଣା ମିଳିବ ସେନେଇ ଆଲୋଚନା ଚାଲିଛି । ତେବେ କେବେଠାରୁ ଏହା ଲାଗୁ ହେବ ସେନେଇ କିଛି ସ୍ପଷ୍ଟ କରିନାହାନ୍ତି ମନ୍ତ୍ରୀ ।

ଏହା ସହିତ ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ନେଇ ପୁରୀରେ ଏକ ବାଖ୍ୟାନ୍ କେନ୍ଦ୍ର ଖୋଲାଯିବ ବୋଲି କହିଛନ୍ତି ମନ୍ତ୍ରୀ । ଯେଉଁଥିରେ ମହାପ୍ରଭୁଙ୍କ ନୀତି କାନ୍ତି, ସମସ୍ତ ବ୍ୟବସ୍ଥାବଳୀ ଓ ଜଗନ୍ନାଥ ସଂସ୍କୃତି ଉପରେ ବିଶ୍ବବ୍ୟାପୀ ପ୍ରଚାର କରାଯିବ ।

nis-ad
Leave A Reply

Your email address will not be published.