ଗଞ୍ଜାମ ଜିଲ୍ଲାରେ ନିପୁଣ ଓଡିଶାର ଶୁଭାରମ୍ଭ


ଛତ୍ରପୁର : ଛତ୍ରପୁର ଜିଲ୍ଲାପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ବୁଧବାର ଦିନ ନିପୁଣ ଓଡିଶା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଧାୟକ ମାନେ ଉପସ୍ଥିତ ରହି ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନର କାର୍ଯ୍ୟକାରିତା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ଗଞ୍ଜାମ ଜିଲ୍ଲା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତା, ଜିଲ୍ଲା ଶିକ୍ଷା
ଅଧିକାରୀ ଶ୍ରୀମତୀ ଅମିତା ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଓ ଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ପରିଡା, ଅତିରିକ୍ତ ଶିକ୍ଷା ଅଧିକାରୀ, 22 ଗୋଟି ବ୍ଲକ୍ ର ଗୋଷ୍ଠୀ ଶିକ୍ଷା ଅଧିକାରୀ, ସି.ଆର୍.ସି.ସି. ଶିକ୍ଷକ ଯୋଗ ଦେଇଥିଲେ । ଏହି ଅବସରରର ଅତିଥି ମାନଙ୍କ ଦ୍ବାରା ନିପୁଣ ଓଡିଶାର ଲୋଗୋ ଉନ୍ମୋଚନ
କରାଗଲା । ପିଲାମାନଙ୍କ ମଧ୍ୟରର ଭାଷା ଓ ଗଣିତ ରକ୍ଷତ୍ରରର ସବ୍ ନିମ୍ନ ଦକ୍ଷତା ଗୁଡିକୁ ସୁନିଶ୍ଚିତ କରିବା ଓ ଅଭିଭାବକ, ଗୋଷ୍ଠୀ ସଦସ୍ୟଙ୍କୁ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନର କାର୍ଯ୍ୟକାରିତା ସହିତ ଯୋଗଡିବା ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ |


ନିପୁଣ ଓଡିଶା ଅନ୍ତର୍ଗତ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମକୁ ଅଧିକ ତ୍ବରାନ୍ବିତ କରିବା ଲକ୍ଷ୍ୟ ନେଇ ଜିଲ୍ଲାର ପ୍ରଥମ, ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ଥିବା ସମସ୍ତ ବିଦୟାଳୟ ଗୁଡିକରେ ନିର୍ଦ୍ଧାରିତ ଶିକ୍ଷଣ କାର୍ଯ୍ୟକ୍ରମକୁ 17 ସେପ୍ଟେମ୍ବର ରୁ 5 ଅକ୍ଟୋବର ମଧ୍ୟରର ଶେଷ କରିବାକୁ ସ୍ଥିର
କରାଯାଇଛି ।

nis-ad
Leave A Reply

Your email address will not be published.