୪ ସାମ୍ବାଦିକଙ୍କୁ ମିଥ୍ୟା ମାମଲାରେ ଗିରଫ ଘଟଣା,ସୀମାନ୍ତ ଛାତିଶଗଡ଼ରେ ୪ ରାଜ୍ୟର ସାମ୍ବାଦିକଙ୍କ ବିରୋଧ ପ୍ରଦର୍ଶନ

ମାଲକାନଗିରି, ୧୭।୮ ମାଲକାନଗିରି ଜିଲ୍ଲା ସୀମାନ୍ତ ରେ ଥିବା ଛତିଶଗଡ଼ର କୋଣ୍ଟାରେ କାର୍ଯ୍ୟରତ ୪ ସାମ୍ବାଦିକଙ୍କୁ ମିଥ୍ୟା ମାମଲାରେ ଆନ୍ଧ୍ରପ୍ରଦେଶର ଚିନ୍ତୁର ପୋଲିସ ଗିରଫ କରିବା ମାମଲାରେ ଏକ ବିରୋଧ ପ୍ରଦର୍ଶନ ସଭା ଛତିଶଗଡ଼ର କୋଣ୍ଟାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୪ରାଜ୍ୟରୁ ସାମ୍ବାଦିକ ମାନେ ଏକତ୍ରିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାର ୫୦ରୁ ଉର୍ଦ୍ଧ୍ବ ସାମ୍ବାଦିକ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ଆୟୋଜିତ ସଭାରେ ଗିରଫ ହୋଇଥିବା ୪ସାମ୍ବାଦିକ ମାନଙ୍କୁ ନିସର୍ତ ମୁକ୍ତ କରିବା ସହ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରାଯାଇଥିଲା । ତେବେ ପୂର୍ବରୁ ଉଭୟ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ସରକାର ଏହି ଘଟଣାକୁ ନେଇ ଆଲୋଚନା କରି ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ । ତେଣୁ ଯଥା ଶୀଘ୍ର ଯଦି ଏହି ଘଟଣାରେ ପଦକ୍ଷେପ ନିଆ ନ ଯାଏ ଓ ସାମ୍ବାଦିକ ମାନଙ୍କୁ ନ୍ୟାୟ ନ ମିଳେ ତେବେ ଆଗକୁ ଏହି ବିରୋଧ ପ୍ରଦର୍ଶନ ଉଗ୍ର ରୂପ ନେବ ବୋଲି କୁହାଯାଇଛି । ସୂଚନା ଥାଉକି ଏହି ୪ ସାମ୍ବାଦିକ ନିଶୁ ତ୍ରିବେଦୀ, ମନୀଷ ଠାକୁର, ଧର୍ମେନ୍ଦ୍ର ସିଂ, ବାପି ରାୟ ଏକ ଖବର ସଂଗ୍ରହ ପାଇଁ ଚିନ୍ତୁର ଯାଇଥିବା ବେଳେ ସେଠାର ପୋଲିସ ଏହି ୪ ସାମ୍ବାଦିକ ମାନଙ୍କ ଗାଡ଼ିରେ ଗଞ୍ଜେଇ ରଖି ସେମାନଙ୍କୁ ମିଥ୍ୟା ମାମଲାରେ ଗିରଫ କରିଥିଲା । ଯାହାର ସିସି ଟିଭି ରେକର୍ଡ ରହିଥିବା ବେଳେ ଏହି ଘଟଣାରେ କୋଣ୍ଟା ଜଣେ ପୋଲିସ ଇନ୍ସପେକ୍ଟରକୁ ଗିରଫ ମଧ୍ୟ କରାଯାଇଛି । ତେବେ ଏସବୁ ମଧ୍ୟରେ ସରକାର ସାମ୍ବାଦିକ ମାନଙ୍କୁ ନ୍ୟାୟ ପ୍ରଦାନ ଓ ଜେଲରୁ ବାହାରକୁ ଆଣିବା ପାଇଁ କୌଣସି ପଦକ୍ଷେପ ନେଇ ନଥିବା ବେଳେ ୪ ରାଜ୍ୟର ସାମ୍ବାଦିକ ମାନେ ଏହାକୁ ନିନ୍ଦା କରିଥିଲେ । ତେବେ ତୁରନ୍ତ ପଦକ୍ଷେପ ପାଇଁ ଛତିଶଗଡର ଗୃହ ମନ୍ତ୍ରୀଙ୍କ ଉଦେଶ୍ୟରେ ଏହି ଅବସରରେ ଏକ ଦାବି ପତ୍ର ପ୍ରଦାନ କରଯାଇଥିଲା ।

nis-ad
Leave A Reply

Your email address will not be published.