କନ୍ଧମାଳରେ ଆଳୁ ଓ ପିଆଜ ଉତ୍ପାଦନ ହେବ : ଆଳୁ ଓ ପିଆଜ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡିବ ନାହିଁ

ବାଲିଗୁଡା : କନ୍ଧମାଳ ଜିଲ୍ଲା ଗ୍ରସ୍ତରେ ଓଡିଶା ସରକାରଙ୍କ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଟ ଚନ୍ଦ୍ର ପାତ୍ର ପହଞ୍ଚି ଜିଲ୍ଲାର ବିଭିନ୍ନ ସମସ୍ଯା ସମ୍ପର୍କ ରେ ଆଲୋଚନା କରିଥିଲେ ।ଏହି ଅବସରରେ ସେ ସମ୍ବାଦିକଙ୍କୁ କହିଥିଲେ ଯେ, ରାଜ୍ୟରେ ଆଳୁ ସମସ୍ୟା ଆଉ ନାହିଁ ଧୀରେ ଧୀରେ ସମସ୍ଯା ର ସମାଧାନ କରାଯାଉଛି । ଆଗାମୀ ଦିନରେ ଆଳୁ ଓ ପିଆଜ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡିବ ନାହିଁ । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଳୁ ଓ ପିଆଜ ଚାଷ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ କରାଯାଉଛି । ରାଜ୍ୟରେ ନୂତନ ୫୮ ଟି ଶୀତଳ ଭଣ୍ଡାର ନିର୍ମାଣ କରାଯିବ । କନ୍ଧମାଳ ଜିଲ୍ଲାରେ ମଧ୍ୟ ଭଲ ଆଳୁ ଓ ପିଆଜ ଉତ୍ପାଦନ ହୋଇ ପାରିବ ଏଥି ନିମନ୍ତେ କୃଷି ଓ ଉଦ୍ୟାନ ବିଭାଗ ଉଦ୍ୟମ କରିବ ଓ ଚାଷ ଜମି କୁ ଜଳସେଚନ ସୁବିଧା କରାଯିବ । ବିଗତ ବିଜେଡି ସରକାର ଚାଷ ଓ ଚାଷୀ ମାନଙ୍କ ପାଇଁ କିଛି କରି ନାହାନ୍ତି ଆମ ସରକାର ଆସିବା ଦିନଠାରୁ ଚାଷୀ ମାନଙ୍କ ଆର୍ଥିକ ଉନ୍ନତି ପାଇଁ ଧାନର ସର୍ବ ନିମ୍ନ ମୂଲ୍ୟ ୩୧ ଶହ ଟଙ୍କା କରିଛନ୍ତି । ମନ୍ତ୍ରୀ ଙ୍କ ସହ ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ଙ୍କ ସମେତ ଜିଲ୍ଲାର ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ ସମେତ ଯୋଗାଣ ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.