କୃଷ୍ଣ ଗଡତିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକଙ୍କ ବୈଠକ

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୃଷ୍ଣ ଗଡତିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିଭୀଷଣ ତନ୍ତୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି | ଅଭିଭାବକ ମାନଙ୍କୁ ସ୍ଵାଗତ ଅଭିଭାଷଣ ପ୍ରଦାନ, ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନିରାପତ୍ତା ବ୍ୟବସ୍ଥା, ଅନଲାଇନ ସୁରକ୍ଷା ଓ ସାଇବର ସଚେତନତା, ସ୍ୱଚ୍ଛତା ପକ୍ଷ ପାଳନ ସୁରଭି କାର୍ଯ୍ୟକ୍ରମ ବିଦ୍ୟାଳୟରେ ୟୁଥ ଏଵଂ ଇକୋ କ୍ଳବ୍ ଗଠନ, ଛାତ୍ରଛାତ୍ରୀ ମାନଙ୍କୁ ବୟସ ଅନୁଯାଇ ଉପଯୁକ୍ତ ଶ୍ରେଣୀରେ ନାମ ଲେଖାଇବା ଓ ନିୟମିତ ଭାବରେ ଶିକ୍ଷା ସମାପ୍ତିକୁ ସୁନିଶ୍ଚିତ କରିବା, ବେଟି ବଚାଓ ବେଟି ପଢ଼ାଓ କେଶୋର ଛାତ୍ରୀମାନଙ୍କ ପାଇଁ ଇନସିନେରେଟର ଓ ଭେଣ୍ଡି ମେଶିନର ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା |

ପ୍ରତ୍ୟେକ ଅଭିଭାବକ ଛାତ୍ରଛାତ୍ରୀଙ୍କ ପାଇଁ ଦେକ୍ସ ଓ ବେଞ୍ଚର ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି | ପରିଶେଷରେ ଶିକ୍ଷୟତ୍ରୀ ସତ୍ୟଭାମା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ |

nis-ad
Leave A Reply

Your email address will not be published.