ସିନ୍ଧିଗୁଡା ପୋଲ ଦୁଇପାଖ ରାସ୍ତା ମରାମତି ପାଇଁ ଧାରଣା

ମାଲକାନଗିରି : ମାଲକାନଗିରି ଖଇରପୁଟ ବ୍ଲକ ଅନ୍ତର୍ଗତ ପରକନମାଳା ଗ୍ରାମ ପଞ୍ଚାୟତର ସିନ୍ଧିଗୁଡା ଗ୍ରାମ ନିକଟରେ ଥିବା ପୋଲଟିର ଦୁଇପାଖ ଚଳିତ ବର୍ଷାରେ ଧୋଇ ଯାଇଥିଲା ଓ ଯେହେତୁ ଏହା ମାଲକାନଗିରି ସଦରକୁ ଯିବା ପାଇଁ ଏକ ମୁଖ୍ୟ ସଡ଼କ ମାର୍ଗ ହୋଇଥିବାରୁ ଯାତାୟାତ ରେ ବାଧା ଉପୁଜିଥିଲା । କିଛି ଦିନତଳେ ଗ୍ରାମବାସୀଙ୍କ ଦାବି ଓ ମିଡ଼ିଆର ପ୍ରଭାବରେ ଉକ୍ତ ଠିକାଦାର ଆନନଫାନନ ରେ ଉକ୍ତ ପୋଲର ଦୁଇପାଖ ରାସ୍ତା ମରାମତି କରିଥିଲେ କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ତାହା ମଧ୍ୟ ଧୋଇ ହୋଇ ଖାଲଖମା ଶୃଷ୍ଠି ହୋଇଯାଇଛି।

ଏହାର ପ୍ରତିବାଦରେ ଆଜି ପୋଡଘାଟା ଗ୍ରାମ ପଞ୍ଚାୟତ ର ପୁର୍ବତନ ସମିତି ସଭ୍ୟ ଓ ଜଣେ ବିଶିଷ୍ଟ ସମାଜବାଦୀ ଶ୍ରୀ ଲବ କର୍ଲିଆ ଧାରଣରେ ବସିଥିଲେ । ସେ ଦାବି ଉପସ୍ଥାପନ କରିଥିଲେ ଯେ ଯେତେ ପର୍ଯ୍ୟନ୍ତ ଉକ୍ତ ପୋଲର ଦୁଇପାଖ ମରାମତି ନ ହୋଇଛି ସେ ଏମିତି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଥିବେ । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଉକ୍ତ କାର୍ଯ୍ୟର ଠିକାଦାର ଜଣଙ୍କ ଜେସିବି ସାହାଯ୍ୟରେ ରାସ୍ତା ଦୁଇପାଖରେ ବାଲି ପକାଇ ସମତୁଲ କରିଥିବା ଜଣାପଡିଛି । ଏକୁଟିଆ ଧାରଣାରେ ବସି ଶ୍ରୀ କର୍ଲିଆ ,ଉକ୍ତ ରାସ୍ତା ମରାମତି କରିବା ପାଇଁ ଠିକାଦାରଙ୍କୁ ମଜବୁର୍ କରିଥିବାରୁ ସିନ୍ଧିଗୁଡା ଅଞ୍ଚଳବାସୀ ପ୍ରସ°ଶା କରିଛନ୍ତି । ବର୍ତ୍ତମାନ ଦେଖିବାକୁ ବାକି ରହିଲା “ସଡ଼କ ଓ ପୋଲ ନିର୍ମାଣ ବିଭାଗ” କେବେ ଉକ୍ତ ପୋଲର ସମ୍ପୁର୍ଣ୍ଣ ମରାମତି କରୁଛି ।

nis-ad
Leave A Reply

Your email address will not be published.