ସାମ୍ବାଦିକଙ୍କ ପିତାଙ୍କ ଦେହାନ୍ତ…

ଛତ୍ରପୁର : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ନିମନ୍ତେ କର୍ଯ୍ୟକରୁଥିବା ଦୈନିକ “ସମାଜ” ଏବଂ ନିଉଜ୍-୭ ର ପ୍ରତିନିଧି ସାମ୍ବାଦିକ ସରୋଜ କୁମାର ସାମଲ୍ ଙ୍କ ପିତା ଅବସରପ୍ରାପ୍ତ ବିଦ୍ୟୁତ ବିଭାଗ କର୍ମଚାରୀ ନରେନ୍ଦ୍ର କୁମାର ସାମଲ (୭୨) ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହେଇଯାଇଛି । କିଛି ଦିନ ଧରି ସେ ବ୍ରହ୍ମପୁର ଉପକଣ୍ଠ ସ୍ଥିତ ଶୀତଳାପଲ୍ଲୀ ସମ୍ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଗୁରୁବାର ବିଳମ୍ବିତ ରାତ୍ରୀ ୯ ଘଣ୍ଟା ୪୮ ମିନଟ୍ ସମୟରେ ତାଙ୍କର ପ୍ରାଣ ବାୟୁ ଉଡ଼ିଯାଇଥିଲା ।
ପାଲିଆ-ଛତ୍ରପୁର ଶ୍ମଶାନରେ ଶୁକ୍ରବାର ପ୍ରତ୍ୟୁଷ ସୁଦ୍ଧା ତାଙ୍କରି ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହୋଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କରି ପୁଅ ସରୋଜ୍ ସାମଲ୍, ବୋହୂ, କାଉନସିଲର ପ୍ରୀତିଚ୍ଛନ୍ଦା ସାମଲ୍ , ନାତି, ନାତୁଣୀ, ବନ୍ଧୁବର୍ଗ ଉପସ୍ଥିତ ଥିଲେ । ସେ ଜଣେ ଭଦ୍ର,ମେଳାପୀ, ଶାନ୍ତ ସ୍ୱଭାବର ବ୍ୟକ୍ତି ଥିଲେ l ତାହାଙ୍କ ବିୟୋଗରେ ଛତ୍ରପୁର ପ୍ରେସ କ୍ଲବ୍ ର କର୍ମକର୍ତ୍ତା ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି । ତାହାଙ୍କ ବିୟୋଗରେ ଏହି ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି ।

nis-ad
Leave A Reply

Your email address will not be published.