ଆସିକା ମେଡିକାଲର ଶୌଚାଳୟ ଏବଂ ସୁରକ୍ଷା କର୍ମୀ ରୁମରେ ତାଲା

ଆସିକା : ଅବ୍ୟବସ୍ଥା ଘେରରେ ଆସିକା ଉପଖଣ୍ଡ ଚିକିତ୍ସାଳୟ l ଆସିକା ମେଡିକାଲକୁ ଆମ ହସ୍ପିଟାଲରେ ରୂପାନ୍ତୀକରଣ କରି ପୂର୍ବ ମୁଖ୍ୟମନ୍ତ୍ରୀ ଗତ ୧୭/୦୨/୨୪ ରେ ଭିଡିଓକନଫେରନସି ମାଧ୍ୟମରେ ଉଦଘାଟନ କରିଥିଲେ l ଗତ ଛଅ ମାସ ହେଲା ଉଦଘାଟନ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଅଦ୍ୟାବଧି ମେଡିକାଲ ସମ୍ମୁଖରେ ରେ ଥିବା ୦୪ ଗୋଟି ଶୌଚାଳୟ,ସୁରକ୍ଷା କର୍ମୀ ରୁମ କୁ ଜନୈକ ଠିକାଦାର ସେଠାରେ ଅନ୍ୟ ସାମଗ୍ରୀ ରଖି ତାଲା ଝୁଲୁଛି l ସୁରକ୍ଷା କର୍ମୀ ଖରା,ବର୍ଷା ରେ ବାହାରେ ଛିଡା ହୋଇ ରହିଛି l ଆସିକା ବ୍ଲକ ପ୍ରଶାସନ ଏଥି ପ୍ରତି ତିଳେମାତ୍ର ଆଗ୍ରହ ନଥିବା କାରଣ ରୁ ଅନେକ ରୋଗୀ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଠିକା କାମ କରୁଥିବା ଠିକାଦାର ର ମନମୁଖୀ କାର୍ଯ୍ୟ ହେତୁ ମେଡିକାଲ ମଧ୍ୟରେ ନାଳ ଉପରେ ପଡ଼ିଥିବା ପ୍ଲେଟ ଭାଙ୍ଗି ରହିଛି l ମେଡିକାଲ ର ପଛ ଭାଗରେ ଥିବା ନାଳ ମାଟି ରେ ପୋତି ହୋଇ ପଡି ରହିଛି l ନାଳ ମଧ୍ୟରେ ଜଳ ନିଷ୍କାସନ ସଠିକ ହୋଇନଥିବାରୁ ମେଡିକାଲ ରେ କୃତିମ ବନ୍ୟା ଦେଖିବାକୁ ମିଳୁଛି l ଶୌଚାଳୟ ବାରଣ୍ଡାରେ ବାଇକ ଷ୍ଟାଣ୍ଡ ହୋଇ ଗଲାଣି l ଆଜି ବିଧାୟକ ସରୋଜ କୁମାର ପାଢ଼ୀ ଙ୍କ ଏକ କାର୍ଯ୍ୟକ୍ରମ ରେ ଯୋଗ ଦେବା ବେଳେ ଏହି ସବୁ ଅବ୍ୟସ୍ଥା ଅଧିକାରୀଙ୍କୁ ତାଗିତ କରିଥିଲେ l

nis-ad
Leave A Reply

Your email address will not be published.