ଆସିକା ୟୁନିୟନ ବ୍ୟାଙ୍କ ଏଜେଣ୍ଟ ବାହାନ ୮୦ ଲକ୍ଷ ଚଳୁ କରି ଜେଲ ଗଲେ…..

ଆଇପିଏଲ ଜୁଆ ଖେଳ କାଳ ହେଲା କି…..?

ଵ୍ରହ୍ମପୁର : ଆସିକା ୟୁନିୟନ ବ୍ୟାଙ୍କ ନାମରେ ଭାଗ୍ୟ ଲକ୍ଷ୍ମୀ ଡିପୋଜିଟ ସ୍କିମ ରେ ଗ୍ରାହକଙ୍କ ଠାରୁ ପ୍ରାୟ ୮୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଘୋଟଲା କରି ବନ୍ଧା ହେଲେ ଏଜେଣ୍ଟ l ଆସିକା ବିନାୟକ ବଜାର ରେ ଥିବା ପୁରୁଣା ଆନ୍ଧ୍ର ବ୍ୟାଙ୍କ ଏବଂ ବର୍ତମାନ ର ୟୁନିୟନ ବ୍ୟାଙ୍କ ରେ ଘଟିଛି ଏହି ଘଟଣା l ଦୀର୍ଘ ୪୦ ବର୍ଷ ରୁ ଉର୍ଦ୍ଧ ସମୟ ଧରି ଆସିକା ଏନ ଏ ସି ୱାର୍ଡ ନମ୍ବର ୧୬ ର ଲଛମନପଲ୍ଲୀ ଗ୍ରାମ ବାହନପତି ପ୍ରଧାନ ପୁରୁଣା ଆନ୍ଧ୍ର ବ୍ୟାଙ୍କ ରେ ଏକ ଭାଗ୍ୟ ଲକ୍ଷ୍ମୀ ଡିପୋଜିଟ ସ୍କିମ ମାଧ୍ୟମରେ ଆସିକା ଏବଂ ଏହାର ଆଖ ପାଖ ଅଞ୍ଚଳ ରୁ ଦୈନଦିନ କିମ୍ବା ମାସକୁ ମାସ ଗ୍ରାହକ ମାନଙ୍କ ଠାରୁ ଟଙ୍କା ଆଦାୟ କରି ବର୍ଷ କିମ୍ବା ଦୁଇ ବର୍ଷ ପଲିସି ମାଧ୍ୟମରେ ଟଙ୍କା ନେଣ ଦେଣ କରୁଥିଲେ l ଏହି ସ୍କିମ ଅନୁଯାୟୀ ଲୋକ ମାନଙ୍କ ଠାରୁ ଟଙ୍କା ଦୈନ ଦିନ ସଂଗ୍ରହ କରି ସପ୍ତାହ ର ସୋମବାର ଦିନ ସେମାନଙ୍କ ଜମା ଖାତା ରେ ଡିପୋଜିଟ କରାଯିବା ନିୟମ ରହିଥିଲା l ଗତ କିଛି ବର୍ଷ ହେଲା ଏହି ବ୍ୟକ୍ତି ଜଣଙ୍କ ଅନେକ ଲୋକ ମାନଙ୍କ ଠାରୁ ଦୈନଦିନ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ବ୍ୟାଙ୍କ ରେ ସାପ୍ତାହିକ ଜମା ନକରି ନକଲି କାଗଜ ପତ୍ର କରି ଗ୍ରାହକ ମାନଙ୍କୁ ଜମା ରାଶି ର ଭାଉଚର ଦେଉଥିଲା l ବର୍ଷ ଶେଷରେ କିମ୍ବା ୨୫ ମସିହା ସ୍କିମ ର ଅବଧି ସରିଲା ପରେ ଗ୍ରାହକ ମାନଙ୍କୁ ଟଙ୍କା ଠିକ ସମୟରେ ନଫେରାଇବାରୁ ଲୋକ ମାନଙ୍କ ମନରେ ସନ୍ଦେହ ଉପୁଜିଲା l ଶେଷରେ ଗ୍ରାହକ ମାନେ ବ୍ୟାଙ୍କ କୁ ଆସି ଶାଖା ପରିଚାଳକ ଙ୍କୁ ସାକ୍ଷାତ କରି ବୁଝିବା ପରେ ଧୀରେ ଧୀରେ ଏହାର ଗୁମର ଖୋଲିବାରେ ଲାଗିଲା l ପାଖା ପାଖି ୫୦ ରୁ ୬୦ ଜଣ ଗ୍ରାହକ ଠାରୁ ଏଭଳି ଟଙ୍କା ଆତ୍ମସାତ କରିଥିବା ବ୍ୟାଙ୍କ କତୃପକ୍ଷ ଜାଣିବାକୁ ପାଇଲେ l ପ୍ରାୟ ଏକ ମାସ ପୂର୍ବ ରୁ ଏଜେଣ୍ଟ ବାହନପତି ପ୍ରଧାନ ଙ୍କୁ ଡାକି ପଚାରିବାରୁ ସେ କୁଆଡେ ଏକ ମାସ ମଧ୍ୟରେ ସମସ୍ତ ଙ୍କ ଠାରୁ ନେଇଥିବା ଟଙ୍କା ଫେରାଇବାକୁ ପ୍ରତିଶୃତି ଦେଇଥିଲା l ଦିନ ପରେ ଦିନ ଗଡି ଚାଲିବାରୁ ଆସିକା ବିନାୟକ ବଜାର ରେ ଥିବା ୟୁନିୟନ ବ୍ୟାଙ୍କର ଶାଖା ପରିଚାଳକ ସୁନୀଲ କୁମାର ଏକ ଅଭିଯୋଗ ୦୮/୦୮/୨୪ ତାରିଖରେ ଆସିକା ଥାନା ରେ ଜଣାଇଥିଲେ l ଆସିକା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଙ୍କ ସହଯୋଗ ରେ ଆସିକା ଥାନା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ପଟନାୟକ ଙ୍କ ନେତୃତ୍ୱ ରେ ଥାନା କେସ ନମ୍ବର ୪୯୯/୨୪ ରେ ଏକ ମାମଲା ରୁଜୁ କରି ଏଜେଣ୍ଟ ବାହନପତି ପ୍ରଧାନ ଙ୍କୁ ଥାନା କୁ ଆଣି ପଚରାଉଚରା କରିଥିଲେ l ତାଙ୍କ ଘରୁ ଅନେକ ବ୍ୟାଙ୍କ ସମ୍ବନ୍ଧୀୟ କାଗଜ ପତ୍ର, ଜମା ଖାତା, ଡିପୋଜିଟ ସ୍ଲିପ କୁ ମଧ୍ୟ ପୋଲିସ ଜବତ କରିଥିବା ପ୍ରକାଶ କରିଛନ୍ତି l ଆସିକା ୟୁନିୟନ ବ୍ୟାଙ୍କ ଶାଖା ପରିଚାଳକ ସମେତ ଅନ୍ୟ ତିନିଜଣ ତଥା ଜାନିବିଲି ଅଞ୍ଚଳର ବାଳକୃଷ୍ଣ ପଣ୍ଡା ଙ୍କ ଠାରୁ ପାଖାପାଖି ୦୯ ଲକ୍ଷ, ବିନାୟକ ବଜାର ଅଞ୍ଚଳ ର ଭାନୁ ପ୍ରତାପ ମହାରଣା ଏବଂ ତାଙ୍କ ସ୍ତ୍ରୀ ସୁପ୍ରଭା ମହାରଣା ଙ୍କ ଠାରୁ ୧୬ ଲକ୍ଷ ଟଙ୍କା କୁ ବ୍ୟାଙ୍କ ରେ ଜମା କରିନଥିବା ଅଭିଯୋଗ ପ୍ରକାର ରେ ଆସିକା ଥାନା କେସ ନମ୍ବର ୫୦୧/୨୪, ୫୦୨/୨୪, ୫୦୩/୨୪ ରେ ମଧ୍ୟ ଭାଗ୍ୟ ଲକ୍ଷ୍ମୀ ଡିପୋଜିଟ ସ୍କିମ ଏଜେଣ୍ଟ ନାମରେ ମାମଲା ରୁଜୁ ହୋଇଛି। ଆସିକା ପୋଲିସ ଏଜେଣ୍ଟ ବାହନପତି ପ୍ରଧାନଙ୍କୁ ଗିରଫ କରିଥିବା ଥାନା ଅଧିକାରୀ ଠାରୁ ପ୍ରକାଶ। ଏତେ ଟଙ୍କା ହଡ଼ପ କରୁଥିଲେ ବି ବ୍ୟାଙ୍କ କିପରି ଜାଣିପାରିଲା ନାହିଁ। ଏଜେଣ୍ଟ ପ୍ରତି କାର୍ଯ୍ୟାନୁଷ୍ଠାନ କରିବାରେ ବିଳମ୍ବ ହେବା ଜଣେ ଠକ ଏଜେଣ୍ଟ କୁ ଏତେ ଦରଦ କାହିଁକି ବୋଲି ଆଲୋଚନା ହେଉଛି। ଚଳୁ ହୋଇଥିବା ଟଙ୍କା ଆଇପିଏଲ ଓ ଜୁଆ ଖେଳରେ ଲଗାଯାଇଥିବା ନେଇ ଆସିକା ର ଗଳି କନ୍ଦିରେ ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.