ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ପଞ୍ଚାୟତ ବିକାଶର ମୂଳଲକ୍ଷ୍ୟ : ଫୁଲବାଣୀ ବିଧାୟକ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ପଞ୍ଚାୟତ ସମିତିର ୮ମ ସାଧାରଣ ବୈଠକ ବ୍ଳକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ଅଧ୍ୟକ୍ଷା ସସ୍ମିତା କହଁରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂତନ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ । ଗ୍ରାମାଞ୍ଚଳର ବିକାଶ ହେଲେ ସହରର ବିକାଶ ନିଶ୍ଚୟ ହେବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି କହିଥିଲେ । ସମିତିର ସଦସ୍ୟ ମାନେ ବୈଠକରେ ଯୋଗ ଦେଇ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ।ଏ ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୪୨ ଜଣ ପାଇଥିବା ବେଳେ ୫୮ ଜଣ ମଧୁବାବୁ ପେନସନ ଯୋଜନାରେ ନୂତନ ହିତାଧିକାରୀଙ୍କୁ ବୋନସ ରାଶି ପ୍ରଦାନ କରାଯାଇଛି।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପାଧ ଉପାଧ୍ୟକ୍ଷ ଶ୍ରୀନିବାସ ମଲ୍ଲିକ, ଫୁଲବାଣୀ ବିଡିଓ ପ୍ରତୀକ ସାହୁ,ତହସିଲଦାର ସଚ୍ଚିଦାନନ୍ଦ ନାୟକ, ଜିଲ୍ଲା ପରିଷଦ ସଦସ୍ୟା ଚନ୍ଦ୍ରମା ମଲ୍ଲିକ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ମାନସ ରଞ୍ଜନ ପାଣିଗ୍ରାହୀଙ୍କ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.