ଆନ୍ଦୋଳନକୁ ଜୋରଦାର କଲେ ଆଇଆରଇଏଲ କମ୍ପାନୀରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ : ସାମିଲ ହେଲେ ପରିବାର ବର୍ଗ

ଛତ୍ରପୁର : ସୁପରଭାଇଜର ଓ ଇନଚାର୍ଜ ଜାତିଭେଦ ଭାବକୁ ନେଇ ସବୁବେଳେ ସିକ୍ୟୁରିଟି ଗାର୍ଡ ମାନଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ନେଇ ଗୁରୁବାର ଆନ୍ଦୋଳନ କୁ ଜୋରଦାର କରିଛନ୍ତି ଛତ୍ରପୁର ଉପକଣ୍ଠରେ ଥିବା ଆଇଆରଇଏଲ କମ୍ପାନୀ ରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ ମାନେ l ଆଉ ସେମାନଙ୍କ ସହ ଧାରଣରେ ସାମିଲ ହୋଇଛନ୍ତି ସେମାନଙ୍କ ପତ୍ନୀ ଓ ପରିବାର ବର୍ଗ l ଏହା ସହିତ କମ୍ପାନୀ ର ମୁଖ୍ୟ ଫାଟକ ସମ୍ମୁଖ ରେ ଧାରଣା ରେ ବସିଛନ୍ତି, କମ୍ପାନୀ ର କାର୍ଯ୍ୟ ଏକ ପ୍ରକାର ଠପ ହୋଇଥିବା ଦେଖିବାକୁ ମିଳିଛି, ଆନ୍ଦୋଳନ ମାନେ କହିବା ଅନୁସାରେ ଦୀର୍ଘ ୧୫ ବର୍ଷ ଧରି ସେମାନେ ଆଇଆରଇଏଲ କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରିଆସୁଛନ୍ତି l କିନ୍ତୁ ବିଗତ ୪ ବର୍ଷ ହେଲା ଜାତିଭେଦ କୁ ନେଇ ସୁପରଭାଇଜର ଓ ଇନଚାର୍ଜ ମାନେ ସେମାନଙ୍କୁ ନିର୍ଯ୍ୟାତନା ଦେଉଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି l

ସେହିପରି କମ୍ପାନୀରେ ସିକ୍ୟୁରିଟି ଭାବେ କାର୍ଯ୍ୟ କରୁଥିବା ମାଟିଖାଲ ଗ୍ରାମର ରବୀନ୍ଦ୍ର କୁମାର ପ୍ରଧାନଙ୍କୁ କାର୍ଯ୍ୟ ରୁ ବାଦ କରାଯାଇଥିବାରୁ ଏହାକୁ ବିରୋଧ କରି ସେମାନେ ଆଇଆରଇଏଲ କମ୍ପାନୀ ଫାଟକ ସମ୍ମୁଖରେ ସେମାନେ ଆନ୍ଦୋଳନ କରିଛନ୍ତି l ଗତ ୧ ତାରିଖ ଠାରୁ ସେମାନେ ଆନ୍ଦୋଳନ କୁ ଓଲ୍ହାଇଛନ୍ତି ,

nis-ad
Leave A Reply

Your email address will not be published.