ଅଷ୍ଟମ ବାଟାଲିୟନ ହାବିଲଦାର ଓ ସିପାହୀ ନିର୍ବାଚନ ପାର୍ଥୀପତ୍ର ଦାଖଲ…


ଗଞ୍ଜାମ : 8.8.24,ଗଞ୍ଜାମ ଥାନା ଅନ୍ତର୍ଗତ ଓଡିଶା ସ୍ୱତନ୍ତ ସଶସ୍ତ୍ର ଅରକ୍ଷୀ ବାହିନୀ ଅଷ୍ଟମ ବାଟାଲିୟନ(ଛତ୍ରପୁର) ହାବିଲଦାର ଓ ସିପାହି ଶାଖା ସଙ୍ଘର 2024-2025 ନିର୍ବାଚନ ପାଇଁ ପାର୍ଥିପତ୍ର ଦାଖଲ ହୋଇଛି l ଏହି ସଙ୍ଘର ଏଗାରଟି ପଦବୀ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଛି l ଦୁଇ ଗୋଷ୍ଠିର ବାଇଶି ଜଣ ପାର୍ଥୀପତ୍ର ଦାଖଲ କରିଛନ୍ତି l ଗୋଟିଏ ଗୋଷ୍ଠିର ଯଶୋବନ୍ତ ସ୍ୱଇଁ ନେତୃତ୍ୱରେ ନିଜେ ସଭାପତି ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ବେଳେ ତାଙ୍କ ଟିମର ଉପସଭାପତି ପାଇଁ ବିଶ୍ଵନାଥ ସେଠି, ସମ୍ପାଦକ ପାଇଁ ଜଗନ୍ନାଥ ସେଠି,ସହ ସମ୍ପାଦକ(କ )ପାଇଁ ଜେ. ହେମାନନ୍ଦ ରେଡ୍ଡୀ,ସହ ସମ୍ପାଦକ (ଖ ) ସତ୍ୟୁମ ରେଡି, କୋଷାଧୟ ମରୁତ କୁମାର ପରିଡା,କାର୍ଯ୍ୟକାରୀ ସଦସ୍ୟ ସାହେବ ଦାସ,ଲକ୍ଷ୍ମଣ ସାହୁ,ରୀତିକାନ୍ତ ସାହୁ,ଏସ. ଜଗନ୍ନାଥ ରେଡ୍ଡୀ,ଜୟଧର ଶବର ନିର୍ବାଚନ ପାଇଁ ନିଜର ପାର୍ଥୀପତ୍ର ଦାଖଲ କରିଥିଲେ l ସେହିପରି ଅନ୍ୟ ଗୋଷ୍ଠିର ଅଜିତ କୁମାର ରଥ ଗୋଷ୍ଠିର ଅଜିତ ନିଜେ ସଭାପତି ପାଇଁ ନିର୍ବାଚନ ଲଢ଼ୁଥିବା ବେଳେ ସମ୍ପାଦକ ପାଇଁ ସୁବାଷ ଚନ୍ଦ୍ର ସାହୁ ନିର୍ବାଚନ ଲଢ଼ୁଛନ୍ତି l ଏହି ନିର୍ବାଚନ ସାଧାରଣ ନିର୍ବାଚନ ଠାରୁ ବଳିଯାଇଥିବା ଦେଖାଯାଇଛି l ଉଭୟ ପ୍ରତିଦ୍ବନ୍ଦୀ ମାନେ ପାର୍ଥୀଙ୍କୁ ବ୍ୟକ୍ତିଗତ ଭାବେ ଭେଟି ନିଜ ସପକ୍ଷରେ ଭୋଟ ଦେବାକୁ ନିବେଦନ କରୁଛନ୍ତି l ସୋସିଆଲ ମିଡ଼ିଆରେ ନିଜ ନିଜ ପାର୍ଥୀଙ୍କୁ ବିଜୟୀ ପାଇଁ ଆକର୍ଷଣୟ ପୋଷ୍ଟ କରୁଛନ୍ତି l ଚଳିତ ମାସ 17ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ବିଜୟର ଟୀକା କିଏ ପିନ୍ଧିବ ତାହା ଭୋଟର ହିଁ ନିର୍ଣ୍ଣୟ କରିବେ l ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ଦୁର୍ଗପତି ସାରଦା ପ୍ରସାଦ ଦାସ ତୀକ୍ଷଣ ଦୃଷ୍ଟି ରଖିଥିବା ଦେଖାଯାଇଛି l

nis-ad
Leave A Reply

Your email address will not be published.