ସରକାର ଙ୍କ ଗାଁ ଗାଁ କୁ ରାସ୍ତା ଧୂଆଁ ବାଣ : ମରଣ ଯନ୍ତା ପାଲଟିଛି ଉମରକୋଟ ବ୍ଲକ ଡେବଗୁଡ଼ା ରାସ୍ତା…

ଉମରକୋଟ ( ୦୮/୦୮/୨୦୨୪) ଭାରତ ସରକାର ୭୬ ବର୍ଷର ସ୍ଵର୍ଣ ଜୟନ୍ତୀ ଯୋଉଁଠି ପାଳନ କରୁଛନ୍ତି ସେହି ଭାରତ ବର୍ଷରେ ଏବେ ବି ଏମିତି ସୀମାନ୍ତ ବର୍ତ୍ତୀ ଗ୍ରାମ ଅଛି ଯୋଉଁ ଗ୍ରାମ ଗୁଡିକରେ ଆଜି ଯାଏ ସରକାରୀ ବାବୁ ମାନେ ଅଣଦେଖା କରି ଅତିରୁ ଅତି ଯମ ଯନ୍ତ୍ରଣା ଦେଇ ଅବହେଳିତ ଓ ନିଷ୍ପେସିତ କରି ରଖିଛନ୍ତି। ସରକାର ଙ୍କ ଗାଁ ଗାଁ କୁ ରାସ୍ତା ଏକ ଧୂଆଁ ବାଣ କହିଲେ କିଛିବି ଭୁଲ ହେବ ନାହିଁ l ବାରମ୍ବାର ଗ୍ରାମବାସୀ ମାନେ ପଞ୍ଚାୟତ ରୁ ବ୍ଳକ ଅଫିସ ଏବଂ ଜ଼ିଲ୍ଲା ପ୍ରଶାସନ ପାଖରେ ଗୁହାରି କରି କରି ନିରୁପାୟ ହୋଇ ମରଣ ଯନ୍ତ୍ରଣା ସହ ଯମ ଯନ୍ତ୍ରଣା ଭୋଗୁଛନ୍ତି। ଯେତେ କହିଲେ ବି ବଡ଼ ବଡ଼ିଆ ବାବୁ ମାନେ କର୍ଣ୍ଣପାତ ନ କରି ସବୁ ଜାଣି ଶୁଣି ଚୁପ ରହି ଖେଳ ଖେଳିଲା ଭଳି ତାମସା କରୁଛନ୍ତି ବୋଲି ଅଭିଯୋଗ ହେଉଛି l
ଏହି ପରି ଏକ ବିଚିତ୍ର ରାସ୍ତାର ବିରଳ ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜ଼ିଲ୍ଲ ଉମରକୋଟ ବ୍ଲକ ଅନ୍ତର୍ଗତ ହୀରାପୁର ପଞ୍ଚାୟତ ଡେଵଗୁଡା ଠୁ ଡ଼ଙ୍ଗରୀଗୁଡା ରାସ୍ତା। ତାହା ଏତେ କଦର୍ଯ୍ୟ ଅବସ୍ଥାରେ ପରିଣତ ନ କହିଲେ ସରେ, ବର୍ତ୍ତମାନ ଏହି ରାସ୍ତାରେ ଖାଲି ଗୋଡ଼ରେ ଜଣ ସାଧାରଣଙ୍କ ଯିବା ଆସିବା କଷ୍ଟକର ହେଲାଣି।ରୋଗୀ ମାନଙ୍କ କଥା କଣ ହେଉଥିବ ତାହା ବିଚାର ଯୁକ୍ତ l ରାସ୍ତାଟି ପୂର୍ବରୁ ଯାହା ଥିଲା ତାହା ଏକ ପ୍ରକାର ଭଲ ଥିଲା, ଗ୍ରାମବାସୀ ମାନେ ଏକ ପ୍ରକାର ଯିବା ଆସିବା କରୁଥିଲେ କିନ୍ତୁ ଲଗାଣା ଲଗୁଚାପ ବର୍ଷାର କିଛି ଦିନ ପୂର୍ବେ ସରକାରୀ ବାବୁମାନେ ଏହି ଡେବଗୁଡ଼ା ରୁ, ଡଙ୍ଗରିଗୁଡ଼ା ରାସ୍ତାରେ ନୂଆ ମାଟି ପକାଇ ନବୀକରନ କରି କନିଷ୍ଟ ଯନ୍ତ୍ରୀ ସହ ଠିକାଦାର ମହାଶୟ ମାଲାମାଲ ହୋଇ ଗ୍ରାମବାସୀ ମାନଙ୍କୁ ଯନ୍ତ୍ରଣା ଦେଇ ଆଣ୍ଠୁଏ କାଦୁଅ ଭିତର ଦେଇ ଯିବା ଆସିବା କରିବା ପାଇଁ ଛାଡି ଦେଲେ। ଏହି ଡେବଗୁଡ଼ା ରାସ୍ତାରେ ଏମିତି ଦିନ ନାହିଁ ଯେ ଜଣେ ନାଁ ଜଣେ ରାସ୍ତାରେ ପଡ଼ି ନରକ ଯନ୍ତ୍ରଣା ଭଗୁନାହାନ୍ତି। ଗ୍ରାମରେ ଲୋକ ମାନେ ଅସୁସ୍ଥତା ଅନୁଭବ କଲେ ୧୦୮ ଆମ୍ବୁଲାନ୍ସ ଯିବା ପାଇଁ ମଧ୍ୟ ସମ୍ଭବ ହୋଇ ପାରୁ ନାହିଁ। ଏହିପରି ଅବସ୍ଥାରେ ଗ୍ରାମବାସୀ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହୋଇ ଅତି ନିର୍ମମ ଭାବରେ ଦିନ କାଳତୀପାତ କରୁଛନ୍ତି। ଗ୍ରାମବାସୀଙ୍କ କହିବା କଥା ଯୁଧ୍ୟ କାଳୀନ ଭିତ୍ତିରେ ଏହି ରାସ୍ତା ପ୍ରତି ଜ଼ିଲ୍ଲା ପ୍ରଶାସନ, ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚ ମହାଶୟ ରାସ୍ତାଟିର ପ୍ରତି ସୁଦୃଷ୍ଟି ଦେଇ ଗ୍ରାମବାସୀଙ୍କ ଯିବା ଆସିବା ଉପଯୋଗୀ କରାଇବା ପାଇଁ ଅଭିଯୋଗ ହୋଇଛି। ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହୋଇଛି l

nis-ad
Leave A Reply

Your email address will not be published.