ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ କୌଶଳ ରଥକୁ ସ୍ବାଗତ ସମ୍ବର୍ଦ୍ଧନା

ନବରଙ୍ଗପୁର : ଛାତ୍ରୀମାନଙ୍କ ଠାରେ ବିଭିନ୍ନ ଦକ୍ଷତାର ବିକାଶ କରିବାର ଲକ୍ଷ୍ୟ ନେଇ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଓଡ଼ିଶା ସରକାର ତଥା ଜିଲ୍ଲା ପ୍ରଶାସନ ତରଫରୁ ଆସିଥିବା କୌଶଳ ରଥକୁ ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରୀମାନଙ୍କ ଦ୍ୱାରା ସ୍ବାଗତ କରଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମାଲେଶ୍ଵରୀ ସାହୁଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଛାତ୍ରୀମାନଙ୍କ ଦ୍ୱାରା ଝୋଟି ପକାଇ କଳସ ସ୍ଥାପନ କରି ହୁଳହୁଳି ମାଧ୍ୟମରେ ରଥଟିକୁ ସ୍ବାଗତ କରଯାଇଥିଲା । ନବରଙ୍ଗପୁର ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ଆନନ୍ଦ ଚନ୍ଦ୍ର ପଲେଇ ଏବଂ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜିତ ଅଧିକାରୀ ଶ୍ରୀ ଶୁଭମ ମହାପାତ୍ର ଯୋଗଦେଇ ରଥରେ ରହିଥିବା ଡ୍ରୋନ ଟେକ୍ନୋଲଜି, ଥ୍ରି ଡି ପ୍ରିଂଟିଂ, ଡ୍ରାଇଭିଂ ଇତ୍ୟାଦି ଛାତ୍ରୀ ତଥା ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ପ୍ରଦର୍ଶିତ କରି ଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଅଣଶିକ୍ଷକ କର୍ମଚାରୀମାନେ ମଧ୍ୟ ଯୋଗ ଦେଇଥିଲେ ।

nis-ad
Leave A Reply

Your email address will not be published.